ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗମାଙ୍ଗ ବାପ-ପୁଅ, BJP ଛାଡ଼ି ଯିବେ କି BRS..?

ଏବେ ଉଭୟ ବାପା ଓ ପୁଅ ବିଜେପିରେ ଅଛନ୍ତି । ତେବେ ତେଲୁଗୁ ଭୋଟର ଦକ୍ଷିଣ ଓଡ଼ିଶାରେ ଥିବାରୁ ବିଆରଏସ ସେଥିପ୍ରତି ଫୋକସ ରଖିଛି ।

Giridhara Gamango

ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦଶେଖର ରାଓଙ୍କୁ ଭେଟିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗାମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ । ୨୦୨୪ ନିର୍ବାଚନ ପୂର୍ବରୁ ଅଚାନକ ଏହି ଭେଟ୍‌ଘାଟ ହୋଇଥିବାରୁ ଏହା ସାଧାରଣ ଭେଟ ନୁହେଁ ବୋଲି କୁହାଯାଉଛି । ଏନେଇ ରାଜନୈତିକ ମହଲରେ ଢ଼େର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବିଜେପି ଛାଡ଼ି ଉଭୟ ବିଆର୍‌ଏସ୍‌ରେ ଯୋଗ ଦେବା ନେଇ କଲ୍ପନାଜଳ୍ପନା ଆରମ୍ଭ ହୋଇଛି । ଏ ନେଇ ଗିରିଧରଙ୍କ ପୁଅ ଶିଶିର ଗମାଙ୍ଗ ଓଟିଭିକୁ ପ୍ରତିକ୍ରିୟା ଦେଇ କହିଛନ୍ତି, କେ. ଚନ୍ଦ୍ରଶେଖର ରାଓଙ୍କ ଦଳ ଭାରତୀୟ ରାଷ୍ଟ୍ର ସମିତିରେ ଯୋଗ ଦେବାକୁ ତାଙ୍କୁ ଅଫର ଦିଆଯାଇଛି । ଓଡିଶା ରେ ବିଆର୍‌ଏସ୍‌କୁ ଲିଡ୍ କରିବାକୁ କୁହାଯାଇଛି ବୋଲି ଶିଶିର ଗମାଙ୍ଗ ସୂଚନା ଦେଇଛନ୍ତି । ଏବେ ଉଭୟ ବାପା ଓ ପୁଅ ବିଜେପିରେ ଅଛନ୍ତି । ତେବେ ତେଲୁଗୁ ଭୋଟର ଦକ୍ଷିଣ ଓଡ଼ିଶାରେ ଥିବାରୁ ବିଆରଏସ ସେଥିପ୍ରତି ଫୋକସ ରଖିଛି । ତେବେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି ତେଲଙ୍ଗାନା ସିଏମ୍ଓ ପକ୍ଷରୁ ଟ୍ୱିଟ୍ କରାଯାଇଛି ।