• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ପରଲୋକ । ୯୫ ବର୍ଷ ବୟସରେ ପ୍ରକାଶ ସିଂ ବାଦଲଙ୍କ ପରଲୋକ ହୋଇଛି । ପଞ୍ଜାବର ୫ ଥର ମୁଖ୍ୟମନ୍ତ୍ରୀ ଥିଲେ ପ୍ରକାଶ ସିଂ ବାଦଲ । ଶିରୋମଣି ଅକାଳି ଦଳର ଜଣେ ପରିଚିତ ଚେହେରା ଥିଲେ । ମୋହାଲିର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା । ପ୍ରକାଶ ବିଗତ କିଛି ଦିନ ଧରି ଅସୁସ୍ଥ ଥିଲେ।

ପ୍ରକାଶଙ୍କୁ ଗତ କିଛି ଦିନ ହେବ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା । ଶ୍ୱାସକ୍ରିୟାରେ ଅସୁବିଧା ହେବାରୁ ତାଙ୍କୁ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଆଇସିୟୁରେ ରହିଥିଲେ । ଡାକ୍ତରମାନେ ତାଙ୍କୁ ବଞ୍ଚାଇବା ପାଇଁ ବହୁତ ଚେଷ୍ଟା କରିଥିଲେ ହେଁ ମଙ୍ଗଳବାର ସନ୍ଧ୍ୟା ୮.୨୮ରେ ତାଙ୍କର ପ୍ରାଣ ବାୟୁ ଉଡ଼ିଯାଇଥିଲା । ସେ ଚିରନିଦ୍ରାରେ ଶୋଇ ଯାଇଛନ୍ତି । ପ୍ରକାଶଙ୍କ ପୁଅ ହେଉଛନ୍ତି ସୁଖବୀର ସିଂହ ବାଦଲ । ପ୍ରକାଶ ସିଂ ବାଦଲ ୧୯୨୭ ଡିସେମ୍ବରରେ ଜନ୍ମଗ୍ରହଣ କରିଥିଲେ ।

ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ ଯୋଗେ ଶୋକ ପ୍ରକାଶ କରିଛନ୍ତି । ସେ ଭାରତୀୟ ରାଜନୀତିରେ ଜଣେ ମହାନ ବ୍ୟକ୍ତିତ୍ୱ ଥିଲେ ଓ ଜଣେ ରାଷ୍ଟ୍ରନେତା ଥିଲେ ବୋଲି ମୋଦି କହିଛନ୍ତି । ପଞ୍ଜାବର ବିକାଶ ପାଇଁ ସେ ଅନେକ କାର୍ଯ୍ୟ କରିଛନ୍ତି । ବାଦଲଙ୍କ ପରଲୋକ ତାଙ୍କ ପାଇଁ ବ୍ୟକ୍ତିଗତ ଭାବେ ଏକ ବଡ଼ କ୍ଷତି ବୋଲି ମୋଦି ଲେଖିଛନ୍ତି ।