Advertisment

ଉଚିତ୍ ପ୍ରାପ୍ୟ ଦାବିରେ ନବୀନ ନିବାସ ଆଗରେ ଧାନ ଢାଳି ଚାଷୀଙ୍କ ହୁଙ୍କାର

ମଣ୍ଡିରେ କଟନିଛଟନୀ ସମସ୍ୟାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ମୁଣ୍ଡ ଟେକିଛି ଆନ୍ଦୋଳନ।

ଅଦ୍ୟତନ ହୋଇଛି
Farmers Protest In Front Of Naveen Niwas Over Paddy Procurement Issue

Farmers body protest in front of Naveen Niwas over paddy procurement issue

Advertisment

ଦଲାଲରାଜ୍... ମିଲର୍ସଙ୍କ ମନମାନି... ମଣ୍ଡି ଅବ୍ୟବସ୍ଥା। ଧାନ ସଂଗ୍ରହ ଆଳରେ ଚାଷୀଙ୍କ ଉପରେ ଚାଲିଥିବା ଏସବୁ ଜୁଲମ୍ ପ୍ରତିବାଦରେ ନବୀନ ନିବାସ ଆଗରେ ନବନିର୍ମାଣ କୃଷକ ସଂଗଠନର ହୁଙ୍କାର। ସମୟ ସକାଳ ପ୍ରାୟ ୮ଟା। ହଠାତ୍ ପଳାସପଲ୍ଲୀ ଆଡୁ ମାଡ଼ି ଆସିଥିଲେ ସଂଗଠନର ଶତାଧିକ ସଦସ୍ୟ। ପୋଲିସ ଅଟକାଇବାରୁ ହେଲା ମୁହାଁମୁହିଁ, ଗଡ଼ାପଡ଼ା। ତେଣେ ହଠାତ୍ ଫିଲ୍ମ ଷ୍ଟାଇଲ୍‌ରେ ନବୀନ ନିବାସ ରାସ୍ତାରେ ଏଣ୍ଟ୍ରି ମାରିଥିଲା ୨ଟି ଧାନବସ୍ତା ବୋଝେଇ ଟ୍ରାକ୍ଟର ସହ ୩ଟି ପିକ୍ଅପ୍ ଭ୍ୟାନ୍। କାଳବିଳମ୍ବ ନକରି, ଏସବୁ ଗାଡ଼ିରୁ ଧାନ ବସ୍ତା ଗଡ଼ାଇ ଚାଲିଥିଲେ ଆନ୍ଦୋଳନକାରୀ। ଯାହା ଦେଖି ପୋଲିସ୍‌ର ବି ଅକଲ ଗୁଡୁମ୍ ହୋଇଯାଇଥିଲା। ବସ୍ତା ଫାଟି ଏଣେତେଣେ ବିଞ୍ଚି ହୋଇ ପଡ଼ିଥିବା ଧାନକୁ ଗୋଟେଇ ସଫା କରିବାରେ ଲାଗିଥିଲା। ତାସହ ନାରାବାଜି କରୁଥିବା ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିଲା। ନବନିର୍ମାଣ କୃଷକ ସଂଗଠନର ଦାବି- ଚାଷୀଙ୍କୁ ସେମାନଙ୍କ ଉତ୍ପାଦିତ ଧାନର ସଠିକ୍ ମୂଲ୍ୟ ଦେଇ ମଣ୍ଡିରୁ ସବୁ ଧାନ ଅବିଳମ୍ବେ କିଣନ୍ତୁ ସରକାର।

Advertisment

ଖୋର୍ଦ୍ଧା ଜିଲ୍ଲା ର ନିରାକାରପୁରସ୍ଥିତ ଲେଣ୍ଡୁ ହେଉ କି କାଶୀପୁର ସମବାୟ ସମିତି, ଚାଷୀଙ୍କ ଅଭିଯୋଗ ଏଫଏକ୍ୟୁ ଧାନ ସଂଗ୍ରହ ଆଳରେ ଛେନାରୁ ଚୋପା ଛଡ଼ାଇବା ନ୍ୟାୟରେ ଆରଏମ୍‌ସି। ଏଠି ବଙ୍କା, କଞ୍ଚା ଓ ଅପରିପକ୍ୱ ଧାନକୁ ବାଛି ଅଲଗା କରୁଛି। କୁଇଣ୍ଟାଲ ପିଛା ୫ କେଜି କାଟି ରଖିୁଛି। ଯାହାକୁ ଘୋର ବିରୋଧ କରିଛନ୍ତି ମଣ୍ଡିକୁ ଧାନ ଧରି ଆସିଥିବା ଚାଷୀ। ତେଣେ ନିଜେ ଆରଏମସି ଅଧିକାରୀ ବି ବୁଲେଇ ବଙ୍କେଇ ମାନିଛନ୍ତି, ପୁରା ଏଫଏକ୍ୟୁ ମାନର ଧାନ ଓଡ଼ିଶାରେ ଆଦୌ ମିଳେ ନାହିଁ।

ଅଧିକ ପଢ଼ନ୍ତୁ: ବାଇକ୍‌ରେ ଆସିଲେ, ଭୁଜାଲିରେ ହାଣି ଲୁଟିନେଲେ ୧୫ ଲକ୍ଷ

ମଣ୍ଡିରେ କଟନିଛଟନୀ ସମସ୍ୟାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ମୁଣ୍ଡ ଟେକିଛି ଆନ୍ଦୋଳନ। ନୟାଗଡ଼ରେ ୨୩ ତାରିଖରୁ ମଣ୍ଡି ଖୋଲିଥିଲେ ବି ସବୁଠି କୁଇଣ୍ଟାଲ ପିଛା ୮ରୁ ୧୦ କିଲୋ ଧାନ କଟାଯିବାକୁ ନେଇ ପ୍ରତିବାଦ ଜୋର ଧରିଛି। ଏମିତିକି ଏହାର ପ୍ରତିବାଦରେ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାରଣା ଚାଲିଥିଲେ ବି ସମାଧାନର ପନ୍ଥା ବାହାରି ପାରିନି। ସମାନ ଧରଣର ଦୃଶ୍ୟ ଦେଖିବାକୁ ମିଳିଥିଲା ଗଂଜାମ ଦିଗପହଣ୍ଡିରେ। ଚାଷୀ ସଂଘ ପକ୍ଷରୁ ରାଲି ସହ ବ୍ଲକ୍ ଅଫିସ ଆଗରେ ଧାରଣା ଦିଆଯାଇଥିଲା।

Advertisment

ମଣ୍ଡି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ କିଛି ସ୍ଥାନରେ ଚାଷୀ ଦଲାଲଙ୍କ ହାତରେ ନିଜ ଉତ୍ପାଦିତ ଫସଲକୁ ଟେକିଦେବାକୁ ବି କୁଣ୍ଠାବୋଧ କରୁନାହାନ୍ତି, ଯାହାର ଜ୍ୱଳନ୍ତ ଚିତ୍ର ଦେଖିବାକୁ ମିଳିଛି ବାଲଶ୍ୱର ଜିଲ୍ଲାର ଭୋଗରାଇ ଓ ଜଳେଶ୍ୱର ବ୍ଲକ୍ ଅଞ୍ଚଳରେ। ସେଠାକାର ଜଣେ ଚାଷୀ ହେଲେ ଖଗେନ୍ଦ୍ର ପଟ୍ଟନାୟକ। ନିଜର ୨ ଏକର ୭୮ ଡିସିମିଲ୍ ଜମିରେ ଧାନ ବିକିବାକୁ ନାଁ ପଞ୍ଜିକରଣ କରିଥିଲେ, ହେଲେ ଏଯାଏଁ ଟୋକନ୍ ନଆସିବାରୁ ବାଧ୍ୟ ହୋଇ ପଶ୍ଚିମବଙ୍ଗର ଧାନ ବେପାରୀଙ୍କୁ ଶାଗ ମାଛ ଦରରେ ଧାନ ବିକିବାକୁ ବାଧ୍ୟ ହେଲେ। ଦୈନିକ ଏଠାରୁ ଶହ ଶହ ଟ୍ରାକ୍ର ଓ ଟ୍ରକ୍ ଏମିତି ଦାନ ବୋଝେଇ କରି ପଶ୍ଚିମବଙ୍ଗ ଯାଉଥିଲେ ବି କାହାରି ନିଘା ନାହିଁ। ମଣ୍ଡି ଅବ୍ୟବସ୍ଥାକୁ ନେଇ ଚାଷୀ ଅସନ୍ତୋଷ ଓ ଆନ୍ଦୋଳନ ତେଜୁଥିବାବେଳେ କେବେ ବ୍ୟବସ୍ଥିତ ହେଉଛି ଧାନ କିଣା, ତାକୁ ଅପେକ୍ଷା।

Farmers Protest Naveen Niwas Farmer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ