• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

‘ପାୱାର କଟ୍ ନୁହେଁ, ବରଂ ଯାନ୍ତ୍ରିକ ତ୍ରୁଟି’। ଏମିତି କହି ରାଜ୍ୟରେ ପାୱାର କଟ୍ ହେଉନି ବୋଲି ଦୋହରାଇଲେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ । ପାୱାର କଟ୍ ନୁହେଁ, ଯାନ୍ତ୍ରିକ ତ୍ରୁଟି ପାଇଁ ଲାଇନ କଟୁଛି ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଦେବ । ଏବେ ଯେଉଁ କିଛି ସ୍ଥାନରେ ୨ରୁ ୪ ଘଣ୍ଟା ଲାଇନ ରହୁନି ତାହା ଯାନ୍ତ୍ରିକ ତ୍ରୁଟି କାରଣରୁ ଘଟୁଛି । କାଳବୈଶାଖୀ, ଓଭରଲୋଡିଂ, ଟ୍ରାନ୍ସଫର୍ମର ପୋଡ଼ିଯିବାରୁ ଲାଇନ ଯାଉଛି। ତାହା ପାୱାର କଟ୍ ନୁହେଁ, ବରଂ ଯାନ୍ତ୍ରିକ ତ୍ରୁଟିବୋଲି କହିଛନ୍ତି ଶକ୍ତିମନ୍ତ୍ରୀ ।

ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ଆହୁରି କହିଛନ୍ତି ଯେ, ‘ପାୱାର କଟ ଶବ୍ଦ ଓଡ଼ିଶାର ଗଣମାଧମ ବ୍ୟବହାର କରିବା ହିଁ ଭୁଲ । ପାୱାର କଟ ଅର୍ଥାତ ଆମ ପାଖରେ କମ ବିଜୁଳି ଅଛି ତାକୁ ଆମେ କାଟିକି କମ ସମୟ ଦେଉଛୁ । ବର୍ତ୍ତମାନ ଯେଉଁ କିଛି ସ୍ଥାନରେ ୨ କି ୪ ଘଣ୍ଟା ପାଇଁ ଲାଇନ ରହୁନି ସେଇଟା ଯାନ୍ତିକ ତ୍ରୁଟି ପାଇଁ ହେଉଛି । କାଳ ବୈଶାଖୀ, ଓଭର ଲୋଡିଂ, ଟ୍ରାନ୍ସଫରମର ପୋଡ଼ିଯିବା କାରଣରୁ ହେଉଛି । କେଉଁଠି ଯାଇଥିବ ମୁଁ ମନା କରୁନି କିନ୍ତୁ ତାହା ଯାନ୍ତ୍ରିକ ତ୍ରୁଟି ପାୱାର କଟ ନୁହେଁ ।  ଟ୍ରାନ୍ସଫର୍ମର ସଜାଡ଼ିବାକୁ ଯେତିକି ବି ସମୟ ଲାଗୁଛି । ତାକୁ ପାୱାର୍‌ କଟ୍‌ କୁହାଯିବନି । ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ବିଜୁଳି ସଂରକ୍ଷିତ ରହିଛି’ ।

ପୂର୍ବରୁ ମଧ୍ୟ ପ୍ରତାପ ଦେବ କହିଥିଲେ ଯେ, ‘ପାୱାର କଟ୍ ନୁହେଁ, ଟ୍ରିପ୍ ହେଉଛି’ । ଗୋଟିଏ ପଟେ ଅଘୋଷିତ ବିଦ୍ୟୁତ୍ କାଟ୍‌ରେ ଜନଜୀବନ ଘାଇଲା ହୋଇଥିବାବେଳେ ଶକ୍ତି ମନ୍ତ୍ରୀ ସ୍ପଷ୍ଟୀକରଣ ଦେଇ କହିଛନ୍ତି- ଓଭର ଲୋଡିଂ ପାଇଁ ପାୱାର ଲାଇନ ଟ୍ରିପ୍ କରୁଛି । ରାଜ୍ୟରେ କିନ୍ତୁ ଇଲେକ୍ଟ୍ରିସିଟି ସପ୍ଲାଇରେ କୌଣସି ଅଭାବ ନାହିଁ । ବହୁସ୍ଥାନରେ ଓଭର ଲୋଡିଂ ଦ୍ୱାରା ଟ୍ରିପ୍ ହୋଇଯାଉଛି । ଭୁବନେଶ୍ୱରରେ ଥରେ ଟ୍ରିପ୍ କଲେ ସଜାଡିବାକୁ ୬/୭ ଘଣ୍ଟା ଲାଗୁଛି । ଲୋ-ଭୋଲଟେଜ୍ ଅଭିଯୋଗ ପଛରେ ଟେକ୍ନିକାଲ ତ୍ରୁଟି ରହିଛି ।