/odishatv-khabar/media/post_attachments/uploadimage/library/16_9/16_9_0/ECI_1728969410.jpg)
ECI
ଆଜି ବାଜିବ ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଗୁଲ । ନିର୍ବାଚନ ଆୟୋଗ ଆଜି ଅପରାହ୍ମ ୩.୩୦ରେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ । ଏହି ଦୁଇ ରାଜ୍ୟରେ ଦୁଇରୁ ତିନଟି ପର୍ଯ୍ୟାୟରେ ମତଦାନ ହୋଇପାରେ । ମହାରାଷ୍ଟ୍ରରେ ୨୮୮ଟି ବିଧାନସଭା ଆସନ ଥିବାବେଳେ ଝାଡ଼ଖଣ୍ଡର ୮୧ଟି ବିଧାନସଭା ଆସନରେ ନିର୍ବାଚନ ହେବାକୁ ଯାଉଛି। ସୂଚନାନୁସାରେ, ମହାରାଷ୍ଟ୍ରରେ ନଭେମ୍ବର ୨୬ ଓ ଝାଡ଼ଖଣ୍ଡରେ ଡିସେମ୍ବର ୨୯ରେ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବ।
ଅଧିକ ପଢ଼ନ୍ତୁ: CBSEର ନୂଆ ନିୟମ; ଉପସ୍ଥାନ ୭୫%ରୁ କମିଲେ ବୋର୍ଡ ପରୀକ୍ଷା ମନା
ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଉଭୟ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡର ରାଜନୖତିକ ପରିବେଶ ବେଶ୍ ସରଗରମ ରହିଛି । ତେବେ ଏହି ଦୁଇ ରାଜ୍ୟର ନିର୍ବାଚନ ଜାତୀୟ ରାଜନୀତିରେ ମଧ୍ୟ ପ୍ରଭାବ ପକାଇବାକୁ ଯାଉଛି । ଯଦି ଆମେ ମହାରାଷ୍ଟ୍ର ବିଷୟରେ କହିବା, ବର୍ତ୍ତମାନ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଏଠାରେ ସରକାର ଅଛି । ଏକନାଥ ସିନ୍ଦେ ପୁରୁଣା ଶିବସେନା ବିରୁଦ୍ଧରେ ବିଦ୍ରୋହ କରିବା ପରେ ବିଜେପି ସହ ହାତ ମିଳାଇ ରାଜ୍ୟରେ ସରକାର ଗଠନ କରିଥିଲେ । ଏନସିପିର ଅଜିତ ପାୱାର ମଧ୍ୟ ଏହି ସରକାରରେ ଅନ୍ତର୍ଭୁକ୍ତ।
ତେବେ ହେବାକୁ ଥିବା ନିର୍ବାଚନରେ ଦେଖିବାର ବିଷୟ ଯେ ମହାରାଷ୍ଟ୍ରର ଭୋଟରମାନେ ବର୍ତ୍ତମାନର (ସିନ୍ଦେ ସରକାର) ସରକାର ଉପରେ ପୁଣି ଥରେ ବିଶ୍ବାସ କରୁଛନ୍ତି ନା ଶିବସେନା (ଉଦ୍ଧବ ଗୋଷ୍ଠୀ), ଏନସିପି (ଶରତ ଗୋଷ୍ଠୀ) ଏବଂ କଂଗ୍ରେସ ଉପରେ ଭୋଟର ଭରସା କରୁଛନ୍ତି ।
ସେହିପରି ଝାଡ଼ଖଣ୍ଡରେ ମଧ୍ୟ ଚଳିତ ନିର୍ବାଚନ ବେଶ୍ ରୋଚକ ହେବାକୁ ଯାଉଛି । କାହିଁକି ନା ବିଧାନସଭା ନିର୍ବାଚନ ପୂର୍ବରୁ ଝାଡ଼ଖଣ୍ଡରେ ସରକାରରେ ଥିବା JMM ମଧ୍ୟରେ ତିକ୍ତତା ଦେଖିବାକୁ ମିଳିଥିଲା । ଦଳରେ ଅର୍ନ୍ତକନ୍ଦଳ କାରଣରୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘନିଷ୍ଠ ସହଯୋଗୀ ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ JMMରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ ।
#ବାଜିବ_ମହାରାଷ୍ଟ୍ର_ଝାଡ଼ଖଣ୍ଡ_ନିର୍ବାଚନୀ_ବିଗୁଲ
ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ଆଜି ହେବ ତାରିଖ ଘୋଷଣା। ଆଜି ତାରିଖ ଘୋଷଣା କରିବେ ଭାରତୀୟ ନିର୍ବାଚନ କମିଶନର। ଦିନ ୩ଟା ୩୦ରେ ସାମ୍ବାଦିକ ସମ୍ମିଳନୀରେ ତାରିଖ ଘୋଷଣା କରିବେ ଇସିଆଇ। #ECI#Election2024#Maharstra#Jharkhand#OTVpic.twitter.com/JKqQsXAxPm— ଓଟିଭି (@otvkhabar) October 15, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)