/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688752421.jpg)
Delhi excise case:
ମଦ ନୀତି ସ୍କାମ୍ ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମ୍ପତ୍ତି ଆଟାଚ୍ ହୋଇଛି । ସିସୋଦିଆଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ୫୨ କୋଟିର ସମ୍ପତ୍ତି ଆଟାଚ୍ କରିଛି ଇଡି । ସିସୋଦିଆ ଓ ତାଙ୍କ ପତ୍ନୀ ସୀମାଙ୍କ ୨ଟି ବିଲ୍ଡିଂ ଆଟାଚ ହୋଇଥିବା ବେଳେ ଉଭୟଙ୍କ ୧୧ ଲକ୍ଷର ବ୍ୟାଙ୍କ ଜମା ମଧ୍ୟ ସିଜ୍ କରାଯାଇଛି ।
Advertisment
ସେହିପରି ଏହି ମାମଲାରେ ଅମନଦୀପ ସିଂ ଧଲ, ରାଜେଶ ଯୋଶୀ, ଗୌତମ ମଲହୋତ୍ରା ଏବଂ ଅନ୍ୟ କିଛି ବିଶିଷ୍ଟ ବ୍ୟକ୍ତିଙ୍କ ୫୨.୨୪ କୋଟି ଟଙ୍କା ସମ୍ପତ୍ତି ଆଟାଚ୍ କରଛି ଇଡି । ଖାଲି ସେତିକି ନୁହେଁ, ମନୀଷ ସିସୋଦିଆ ଏବଂ ତାଙ୍କ ପତ୍ନୀ ସୀମା ସିସୋଦିଆଙ୍କ ସମ୍ପତ୍ତି ଢ଼େର ଅଧିକ ରହିଥିବା ଇଡି ସୂଚନା ଦେଇଛି । ସେମାନଙ୍କ ନିକଟରୁ ଜବତ ହୋଇଥିବା ୫୨.୨୪ କୋଟି ଟଙ୍କାର ସମ୍ପତ୍ତି ମଧ୍ୟରୁ କେବଳ ୭.୨୯ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଅସ୍ଥାବର ରହିଥିବା ଜଣାପଡ଼ିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)