Rajya Sabha By Election: ବାଜିଲା ରାଜ୍ୟସଭା ଉପନିର୍ବାଚନ ବିଗୁଲ, ଡିସେମ୍ବର ୨୦ରେ ୬ ଆସନରେ ହେବ ଉପନିର୍ବାଚନ

୪ ରାଜ୍ୟ ସହ ଓଡ଼ିଶାରେ ଖାଲି ହୋଇଥିବା ଗୋଟିଏ ଆସନ ପାଇଁ ଉପନିର୍ବାଚନ ହେବ । ସୁଜିତ କୁମାର ଇସ୍ତଫା ଦେବା ପରେ ଓଡ଼ିଶାରେ ଗୋଟିଏ ଆସନ ଖାଲି ପଡ଼ିଛି ।

ଡିସେମ୍ବର ୨୦ରେ ରାଜ୍ୟସଭା ଉପନିର୍ବାଚନ

ଡିସେମ୍ବର ୨୦ରେ ରାଜ୍ୟସଭା ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ଓଡ଼ିଶା ସମେତ ୪ ରାଜ୍ୟରେ ଖାଲି ପଡ଼ିଥିବା ୬ଟି ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ଡିସେମ୍ବର ୩ରେ ଉପନିର୍ବାଚନ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ବାହାରିବ । ୧୦ ତାରିଖ ନାମାଙ୍କନର ଶେଷ ତାରିଖ ରହିଛି । ସେହିପରି ୧୧ ତାରିଖ ନାମାଙ୍କନ ଯାଞ୍ଚ ଓ ୧୩ ତାରିଖ ପ୍ରତ୍ୟାହାରର ଶେଷ ତାରିଖ । ୪ ରାଜ୍ୟ ସହ ଓଡ଼ିଶାରେ ଖାଲି ହୋଇଥିବା ଗୋଟିଏ ଆସନ ପାଇଁ ଉପନିର୍ବାଚନ ହେବ । ସୁଜିତ କୁମାର ଇସ୍ତଫା ଦେବା ପରେ ଓଡ଼ିଶାରେ ଗୋଟିଏ ଆସନ ଖାଲି ପଡ଼ିଛି । ସୁଜିତଙ୍କ ପୂର୍ବରୁ ମମତା ମହାନ୍ତ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ । ଆଉ ବିଜେପି ପୁଣିଥରେ ତାଙ୍କୁ ରାଜ୍ୟ ସଭାକୁ ପଠାଇଥିଲା । ତେଣୁ ଏବେ ଅନୁମାନ କରାଯାଉଛି କି ବିଜେପି ସୁଜିତ କୁମାରଙ୍କୁ ପୁଣି ଥରେ ରାଜ୍ୟସଭାକୁ ପଠାଇପାରେ ।

ସୂଚନା ଅନୁସାରେ ସେପ୍ଟେମ୍ବର ୬ରେ ରାଜ୍ୟସଭା ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ ସୁଜିତ କୁମାର । ମମତା ମହାନ୍ତଙ୍କ ପରେ ବିଜେଡିର ରାଜ୍ୟସଭା ସାଂସଦ ସୁଜିତ କୁମାର ଦଳର ପ୍ରାଥମିକ ସଦସ୍ୟ ପଦ ଓ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିଲେ । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିଲା । ଅପ୍ରତ୍ୟାଶିତ ଭାବେ ସେପ୍ଟେମ୍ବର ୬ରେ ସୁଜିତ କୁମାର ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେଇଥିଲେ ।

ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏକନାଥ ସିନ୍ଦେ, ବଢ଼ିଲା CM ସସ୍‌ପେନ୍ସ

ଆଉ ଇସ୍ତଫା ଦେବାର ମାତ୍ର କିଛି ସମୟ ପରେ ସେ ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ପଦ୍ମ ଧରିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ପ୍ରଭାରୀ ବିଜୟ ପାଲ୍ ସିଂ ତୋମରଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଥିଲେ ସୁଜିତ । ଆଉ ବିଜେପିରେ ଯୋଗ ଦେବାପରେ ବିଜେଡି ଉପରେ ବର୍ଷିଥିଲେ ।

ତେବେ ସୁଜିତଙ୍କ ପୂର୍ବରୁ ମମତା ମହାନ୍ତ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ । ଆଉ ବିଜେପି ପୁଣିଥରେ ତାଙ୍କୁ ରାଜ୍ୟ ସଭାକୁ ପଠାଇଥିଲା । ସେହିପରି ସୁଜିତ କୁମାରଙ୍କ ଇସ୍ତଫା ଅନେକ କିଛି ସମୀକରଣକୁ ଇସାରା ଦେଉଛି । ୨୪ ନିର୍ବାଚନରେ ବିଜେଡି ଲୋକସଭାରେ ଖାତା ଖୋଲିପାରିନି । କିନ୍ତୁ ରାଜ୍ୟସଭାର ୧୦ ସାଂସଦଙ୍କ ଭିତରୁ ୯ ଜଣ ସାଂସଦଙ୍କୁ ନେଇ ବିଜେଡି କେନ୍ଦ୍ର ବିରୋଧୀ ଆଭିମୁଖ୍ୟ ରଖିବାକୁ ପ୍ରସ୍ତୁତି କରୁଥିଲା ।

ଅଧିକ ପଢ଼ନ୍ତୁ: ଆଜିଠୁ ବିଧାନସଭା ଶୀତ ଅଧିବେଶନ; ଶାସକ ଦଳକୁ ଘେରିବାକୁ ପ୍ରସ୍ତୁତ ବିରୋଧୀ

କିନ୍ତୁ ମମତା ଓ ସୁଜିତ ଯିବା ପରେ ଏବେ ବିଜେଡ଼ି ପାଖରେ ୭ ସାଂସଦ ରହିଲେ । ଧୀରେ ଧୀରେ ଦିଲ୍ଲୀରେ ଦଳ ଦୁର୍ବଳ ହେଉଥିବାରୁ ଆଗାମୀ ଦିନରେ ବିଜେଡି ଗଡ ଭୁଷୁଡିବା ଏକପ୍ରକାର ନିଶ୍ଚିତ ବୋଲି ମନେ କରାଯାଉଛି । ସେତେବେଳେ ବିଜେଡି କହିଥିଲା ଯେ, ବିଜେପି ଚକ୍ରାନ୍ତ କରି ଏପରି କରୁଛି ମାତ୍ର ଏହାର କିଛି ପ୍ରଭାବ ଦଳ ଉପରେ ପଡ଼ିବନି। ସେପଟେ ବିଜେପି କହିଥିଲା ଅଣ ନିଶ୍ବାସୀ ହୋଇ ବିଜେଡି ଛାଡୁଛନ୍ତି ସାଂସଦ । ଚର୍ଚ୍ଚା ହେଉଛି ବିଜେଡିର ଏହି ଟ୍ରେଣ୍ଡ ଆଗକୁ ବି ଜାରି ରହିପାରେ। ଆଉ କିଛି ବିଜେଡି ସାଂସଦ ଦଳୀୟ କାର୍ଯ୍ୟରେ ଅସନ୍ତୁଷ୍ଟ । ସେଥିପାଇଁ ସେମାନେ ବି ଦଳ ଛାଡ଼ିପାରନ୍ତି ‍ବୋଲି ବିଜେପି ପକ୍ଷରୁ କୁହାଯାଇଥିଲା ।