Advertisment

ପୁଣି ଅଡ଼ୁଆରେ ରାହୁଲ ଗାନ୍ଧି; EC କଲା ନୋଟିସ୍‌

ରାଜସ୍ଥାନର ବାରମେରରେ ଏକ ନିର୍ବାଚନ ରାଲିରେ ଦେଇଥିବା ମନ୍ତବ୍ୟ ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଅଭିଯୋଗ ହୋଇଥିଲା ।

author-image
Tanmay Kumar Mahalik
EC issues show cause notice to Rahul over remarks against PM Modi

EC issues show cause notice to Rahul over remarks against PM Modi

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ । ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ପାଇଁ ନୋଟିସ ଜାରି କରିଛନ୍ତି ନିର୍ବାଚନ କମିଶନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ‘ପନୌତି’ ଶବ୍ଦ ବ୍ୟବହାର କରିଥିଲେ ରାହୁଲ । ୨୫ ତାରିଖ ସୁଦ୍ଧା ଏନେଇ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ଏନେଇ କାହିଁକି କାର୍ଯ୍ୟାନୁଷ୍ଠାନ ନହେବ, ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ରାଜସ୍ଥାନର ବାରମେରରେ ଏକ ନିର୍ବାଚନ ରାଲିରେ ଦେଇଥିବା ମନ୍ତବ୍ୟ ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ନିର୍ବାଚନ କମିଶନ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ନୋଟିସ କରିଛନ୍ତି ।

ନିର୍ବାଚନ ରାଲିରେ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାମକୁ ନେଇ ଅନେକ କିଛି କହିବା ସହ ସେ କହିଥିଲେ ଯେ, ମୋଦିଙ୍କ କାମ ହେଉଛି ଦୃଷ୍ଟି ଆକର୍ଷଣ କରିବା । ସେ ଆଗରୁ ଟିଭିରେ ଆସି ହିନ୍ଦୁ-ମୁସଲମାନ, ବିମୁଦ୍ରୀକରଣ ଏବଂ ଜିଏସ୍‌ଟି ପ୍ରସଙ୍ଗ ଉଠାଇ ଜନସାଧାରଣଙ୍କୁ ବିଭ୍ରାନ୍ତ କରନ୍ତି ।

Advertisment

ତାହା ସହ ସେହି ସମୟରେ ଆଦାନୀ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ରାହୁଲ ଗାନ୍ଧି ଆହୁରି ଅନେକ ଟିପ୍ପଣୀ ଦେଇଥିବା ବିଜେପି ଅଭିଯୋଗ ଆଣିଛି ।

PM Modi Rahul Gandhi
Advertisment
Advertisment