Naveen Met 24 MLAs
ପୁଣି ୨୪ ବିଧାୟକଙ୍କୁ ଭେଟିଲେ ନବୀନ ! କହିଲେ ନିଜ ନିର୍ବାଚନ ମଣ୍ଡଳିକୁ ଯାଅ ଆଉ କାମ ଆରମ୍ଭ କର ! ଏହି ଚର୍ଚ୍ଚା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି । ରାଜନୈତିକ ମହଲରେ ଏହାକୁ ନେଇ ଖୁବ୍ ଆଲୋଡ଼ନ ସୃଷ୍ଟି ହୋଇଛି । କାହିଁକି ହଠାତ୍ ନବୀନ ବିଧାୟକମାନଙ୍କୁ ଭେଟିଛନ୍ତି ? ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ରାଜ୍ୟରେ ଆଗୁଆ ନିର୍ବାଚନ ହେବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ନବୀନ ନିଜ ବିଧାୟକଙ୍କୁ ବାରି ବାରି କରି ଭେଟିବା କଥା ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି । ଏମିତିକି ରାଜନୈତିକ ମହଲରେ ଏହାକୁ ନେଇ ପୁସୁରଫାସର ଆରମ୍ଭ ହେଲାଣି ।
ଗତ ଏପ୍ରିଲରେ ମଧ୍ୟ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୭୦ ଜଣ ବିଧାୟକଙ୍କୁ ନବୀନ ଭେଟିଥିଲେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଥିଲା । ଆଉ ଏବେ ପୁଣି ବିଜେଡିର ପ୍ରାୟ ୨୪ ଜଣ ବିଧାୟକଙ୍କୁ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟିଥିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି । ରଥଯାତ୍ରା ଦିନ ହିଁ ମୁଖ୍ୟମନ୍ତ୍ରୀ ଏହି ବିଧାୟକମାନଙ୍କୁ ଭେଟି ତାଙ୍କ ସହ ଆଲୋଚନା କରିଥିବା କୁହାଯାଉଛି ।
ନବୀନ ଏହି ସବୁ ବିଧାୟକଙ୍କୁ ଭେଟି ‘ନିଜ ନିଜ ନିର୍ବାଚନ ମଣ୍ଡଳୀକୁ ଯାଇ କାମ କର । ଖୁବ୍ ଶୀଘ୍ର ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି । ତେଣୁ ଗ୍ରାଉଣ୍ଡକୁ ଯାଇ ନିର୍ବାଚନ ମଣ୍ଡଳୀର ଲୋକଙ୍କ ସହ ସମ୍ପର୍କ ରଖିବା ପାଇଁ ମନ୍ତ୍ର ଦେଇଥିବା ଚର୍ଚ୍ଚା ହେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687428344.jpg)