Advertisment

ସେପଟେ ଚାଲିଛି ମତଦାନ, ଏପଟେ ଆଖି ବୁଜିଲେ ପୋଲିଂ ଅଫିସର...

ଗୋଟିଏପଟେ ଧାମନଗର ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଚାଲିଥିବା ବେଳେ ଅନ୍ୟପଟେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଧାମନଗର ଉପନିର୍ବାଚନରେ ନିୟୋଜିତ ଥିବା ଜଣେ ପୋଲିଂ ଅଫିସରଙ୍କ ମୃତ୍ୟୁ ହୋଇଛି।

ଅଦ୍ୟତନ ହୋଇଛି
Dhamnagar Bypoll

Dhamnagar Bypoll: Polling Officer Died While Under Treatment In SCB

Advertisment

ଗୋଟିଏପଟେ ଧାମନଗର ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଚାଲିଥିବା ବେଳେ ଅନ୍ୟପଟେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଧାମନଗର ଉପନିର୍ବାଚନରେ ନିୟୋଜିତ ଥିବା ଜଣେ ପୋଲିଂ ଅଫିସରଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ- ନଟବର ମୁଣ୍ଡା।

Advertisment

ସୂଚନା ଅନୁସାରେ, ଗତକାଲି ନଟବର ଅସୁସ୍ଥ ଅନୁଭବ କରିଥିଲେ। ତେଣୁ ତାଙ୍କୁ ନିର୍ବାଚନ ଡ୍ୟୁଟିରୁ ଅବ୍ୟାହତି ଦିଆଯାଇଥିଲା। ଅସୁସ୍ଥତା ଯୋଗୁ ନଟବରଙ୍କୁ ଗତକାଲି କଟକ SCB ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ଭଦ୍ରକ ଜିଲ୍ଲାପାଳ ସୂଚନା ଦେଇଛନ୍ତି। 

ଅଧିକ ପଢ଼ନ୍ତୁ: ନିୟମର ଖୋଲା ଉଲ୍ଲଂଘନ ! ଭୋଟ୍‌ ଦିନ ବୁଥ୍‌ ନିକଟରେ ବୁଲିଲା ବିଜେଡି ପ୍ରାର୍ଥୀଙ୍କ ପ୍ରଚାର ଗାଡ଼ି

Advertisment

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଧାମନଗର ଉପନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭହୋଇଛି। ହେଲେ ତା’ ପୂର୍ବରୁ ଧାମନଗର ଉପନିର୍ବାଚନ ଫଳାଫଳକୁ ନେଇ ସୋସିଆଲ୍‌ ମିଡିଆରେ ନକଲି ସର୍ଭେ ରିପୋର୍ଟ ଘୂରି ବୁଲୁଛି। ଓଟିଭି ସମେତ ଓଡ଼ିଶାର ଅନ୍ୟ ବୈଦ୍ୟୁତିକ ଗଣମାଧ୍ୟମ ନାଁରେ ଏହି ସର୍ଭେ କରାଯାଇଥିବା ଫେକ୍ ରିପୋର୍ଟରେ ଦର୍ଶା ଯାଇଛି। 

ସୂଚନାଥାଉ କି, ଆଜି ଧାମନଗର ଉପନିର୍ବାଚନ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏ ଭୋଟ୍‌ ଗ୍ରହଣ ଚାଲିବ। ଉପନିର୍ବାଚନ ମଇଦାନରେ ଅଛନ୍ତି ୫ଜଣ ପ୍ରାର୍ଥୀ। ମୋଟ୍ ୨୫୨ଟି ବୁଥ୍ ଥିବାବେଳେ ଏହା ମଧ୍ୟରୁ ୧୧୦ଟି ସମ୍ବେଦନଶୀଳ ବୁଥ୍ ରହିଛି। ସେଥିମଧ୍ୟରୁ ୧୨୬ଟି ୱେବ୍‌ କାଷ୍ଟିଂ ହେବ। ୨୫ ମାଇକ୍ରୋ ଅବ୍‌ଜରଭର୍‌ ରହିଛନ୍ତି।୧୫ଟି ମଡେଲ ବୁଥ୍‌ ଓ ୫ଟି ପିଙ୍କ୍ ବୁଥ୍ କରାଯାଇଛି।

Advertisment
Dhamnagar Bypoll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ