Advertisment

ନିୟମର ଖୋଲା ଉଲ୍ଲଂଘନ ! ଭୋଟ୍‌ ଦିନ ବୁଥ୍‌ ନିକଟରେ ବୁଲିଲା ବିଜେଡି ପ୍ରାର୍ଥୀଙ୍କ ପ୍ରଚାର ଗାଡ଼ି

ବିଜେଡି ପୋଷ୍ଟର ଲାଗି ଥିବା ଏହି ଗାଡ଼ିରେ ଅବନ୍ତୀ ବୁଲିବାକୁ ଆସିଥିଲେ ବୋଲି ସୂଚନା ମିଳିଛି। କିଛି ଲୋକ ଏହାକୁ ବିରୋଧ କରିଥିଲେ।

ଅଦ୍ୟତନ ହୋଇଛି
Dhamnagar Bypoll

Dhamnagar Bypoll: BJD Candidate's Election Campaign Vehicle Seen Near Booth

Advertisment

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଧାମନଗର ଉପନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ତେବେ ମତଦାନ କେନ୍ଦ୍ର ନିକଟରେ ବିଜେଡି ପ୍ରାର୍ଥା ଅବନ୍ତୀ ଦାଶଙ୍କ ପ୍ରଚାର ଗାଡ଼ି ବୁଲୁଥିବା ଦେଖିବାକୁ ମିଳିଛି। କାଁପଡ଼ା ସ୍ଥିତ ୭୫ ଏବଂ ୭୭ ନମ୍ବର ବୁଥ୍ ପାଖରେ ଅବନ୍ତୀ ପ୍ରଚାର ଗାଡ଼ି ଧରି ବୁଲିବାକୁ ଆସିଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆ ରେ ଭାଇରାଲ୍‌ ହୋଇଛି।    

Advertisment

ବିଜେଡି ପୋଷ୍ଟର ଲାଗି ଥିବା ଏହି ଗାଡ଼ିରେ ଅବନ୍ତୀ ବୁଲିବାକୁ ଆସିଥିଲେ ବୋଲି ସୂଚନା ମିଳିଛି। କିଛି ଲୋକ ଏହାକୁ ବିରୋଧ କରିଥିଲେ। ବୁଥ୍‌ ଠାରୁ ୧୦୦ ମିଟର ଦୂରରେ କୌଣସି ପ୍ରାର୍ଥୀଙ୍କ ଦଳୀୟ ଚିହ୍ନ ବ୍ୟବହୃତ ଗାଡ଼ି ଆସି ପାରିବ ନାହିଁ ବୋଲି ନିୟମ ରହିଛି। ହେଲେ ଏହାର ଖୋଲାଖୋଲି ଉଲ୍ଲଂଘନ ହୋଇଥିବା ଦେଖିବାକୁ ମିଳିଛି। ସେମିତି କୌଣସି ନିୟମ ଉଲ୍ଲଂଘନ ହୋଇନାହିଁ ବୋଲି ଏହି ପ୍ରସଙ୍ଗରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଏହା କହିଛନ୍ତି। 

Advertisment

ଅଧିକ ପଢ଼ନ୍ତୁ: ଧାମନଗର ଉପନିର୍ବାଚନ: ବିଷ୍ଣୁଙ୍କ ଗଡ଼ରେ କିଏ ମାରିବ ବାଜି ? ପୁଅ ରଖିପାରିବେ ତ ଟେକ...

ସୂଚନାଥାଉ କି, ଆଜି ଧାମନଗର ଉପନିର୍ବାଚନ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏ ଭୋଟ୍‌ ଗ୍ରହଣ ଚାଲିବ। ଉପନିର୍ବାଚନ ମଇଦାନରେ ଅଛନ୍ତି ୫ଜଣ ପ୍ରାର୍ଥୀ। ମୋଟ୍ ୨୫୨ଟି ବୁଥ୍ ଥିବାବେଳେ ଏହା ମଧ୍ୟରୁ ୧୧୦ଟି ସମ୍ବେଦନଶୀଳ ବୁଥ୍ ରହିଛି। ସେଥିମଧ୍ୟରୁ ୧୨୬ଟି ୱେବ୍‌ କାଷ୍ଟିଂ ହେବ। ୨୫ ମାଇକ୍ରୋ ଅବ୍‌ଜରଭର୍‌ ରହିଛନ୍ତି।୧୫ଟି ମଡେଲ ବୁଥ୍‌ ଓ ୫ଟି ପିଙ୍କ୍ ବୁଥ୍ କରାଯାଇଛି।

Advertisment
Dhamnagar Bypoll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ