Delay in Odisha BJP Party President Selection Raises Tensions
ବର୍ଷେ ଭିତରେ ୧୧ଟି ବଡ଼ ବଡ଼ ପ୍ରତିଶ୍ରୁତି ପୂରଣ କରି ରିପୋର୍ଟ କାର୍ଡ ପ୍ରସ୍ତୁତ କଲେଣି ମୋହନ ସରକାର। ହେଲେ ଗ୍ରାଉଣ୍ଡ ଜିରୋରେ ଏହି ସଫଳତା ପହଞ୍ଚାଇବାରେ ପଛରେ ପଡ଼ିଛି ରାଜ୍ୟ ବିଜେପି ସଂଗଠନ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା। ନୂଆ ସଭାପତି ଚୟନ ସହ ବୋର୍ଡ ଓ ନିଗମରେ ନେତାଙ୍କୁ ଥଇଥାନରେ ହେଉଥିବା ବିଳମ୍ବ ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି।
ଫ୍ରଣ୍ଟ ଫୁଟ୍ରେ ମୋହନ ସରକାର, ହେଲେ ବ୍ୟାକଫୁଟ୍ରେ ସଙ୍ଗଠନ ! ନିଷ୍ପତ୍ତିରେ ବିଳମ୍ବ ଯୋଗୁଁ ଏଯାଏଁ ଚୟନ ହେଇପାରୁନି ନୂଆ ସଭାପତି। ନିଗମ, ବୋର୍ଡ ଆଶାୟୀ ନେତାଙ୍କ କମିଲାଣି ଯୋଶ୍। ଖୋଲାଖୋଲି କହି ପାରୁନଥିଲେ ବି କର୍ମୀଙ୍କ ଭିତରେ ବଢ଼ିଲାଣି ଅସନ୍ତୋଷ ! ଏମିତିକି ସରକାରଙ୍କ ବଡ଼ ବଡ଼ ଫ୍ଲାଗ୍ ସିପ୍ ଯୋଜନାରୁ ଫାଇଦା ପାଇ ପାରୁନି ସଂଗଠନ। ଗୋଟିଏ ପଟେ ସଫଳତାର ସହ ବର୍ଷ ପୂର୍ତ୍ତି ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି ମୋହନ ସରକାର, ହେଲେ ଅନ୍ୟ ପଟେ ସାଙ୍ଗଠନିକ କ୍ଷେତ୍ରରେ ପଛରେ ପଡିଛି ଦଳ। ସରକାରକୁ ବର୍ଷେ ପୁରିବାକୁ ଯାଉଥିଲେ ବି ନିଗମ ଆଉ ବୋର୍ଡ ନିଯୁକ୍ତି ହୋଇ ପାରୁନି। ଏମିତିକି ମନ୍ତ୍ରିମଣ୍ଡଳରେ ୬ ଖାଲି ପଦବି ପୂରଣ ପାଇଁ ବି ଆରମ୍ଭ ହେଉନି ପ୍ରକ୍ରିୟା। ଯେଉଁଥି ପାଇଁ ଫୁଲ୍ ଫେଜ୍ରେ ଗ୍ରାଉଣ୍ଡରେ ସଂଗଠନ ଆଗକୁ ବଢି ପାରୁନଥିବା ଚର୍ଚ୍ଚା ହେଉଛି।
ଅଧିକ ପଢନ୍ତୁ : ଲାଲୁଙ୍କୁ ମୋଦିଙ୍କ କଡ଼ା ଜବାବ...ପୂରା ଦେଶକୁ ପରିବାର କହି ଚୁପ କରାଇଲେ ବିରୋଧୀଙ୍କ ମୁହଁ
ବିଜେପି ରାଜ୍ୟରେ ଏକାକୀ ସରକାର ଗଢ଼ିବା ପରେ ବର୍ଷକ ମଧ୍ୟରେ ଅନେକ ପ୍ରତିଶ୍ରୁତି ପୂରଣ କରିଛନ୍ତି ମୋହନ ସରକାର। ୨୧ଟି ନିର୍ବାଚନୀ ପ୍ରତିଶ୍ରୁତିରୁ ୧୧ଟି ପୂରଣ କରିବାରେ ସଫଳ ହୋଇଛି ଦଳ। ସୁଭଦ୍ରା ଯୋଜନା, ଚାଷୀଙ୍କ ପାଇଁ ଧାନ କୁଇଣ୍ଟାଲ ପିଛା ୮୦୦ ଟଙ୍କା ଲେଖାଏଁ ଇନପୁଟ୍ ସବସିଡି ଏବଂ ଉଚ୍ଚଶିକ୍ଷାରେ ଓବିସିଙ୍କ ପାଇଁ ୧୧.୨୫% ସଂରକ୍ଷଣ ଭଳି ମହତ୍ୱାକାଂକ୍ଷୀ ଯୋଜନା ଆରମ୍ଭ କରିଛନ୍ତି। କିନ୍ତୁ ଦଳୀୟ ସଂଗଠନ ଏହାକୁ ଗ୍ରାମାଞ୍ଚଳ ସ୍ତରରେ ଜନସମର୍ଥନରେ ରୂପାନ୍ତର କରିବାରେ ପଛରେ ଥିବା କୁହାଯାଉଛି। ତେବେ ନୂଆ ରାଜ୍ୟ ସଭାପତି ଚୟନ ଆଉ ବର୍ଷେ ପରେ ବି ନେତାଙ୍କୁ ଥଇଥାନ କରାଯାଇ ନପାରିବା ଏହା ପଛର ବଡ଼ କାରଣ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ।
ପ୍ରଶ୍ନ ଉଠୁଛି ସରକାର ଏବଂ ସଂଗଠନ ଭିତରେ ସମନ୍ୱୟ ଠିକ୍ ନାହିଁ କି ? ଯଦି ଏମିତି ସ୍ଥିତି ଲାଗି ରହେ ତାହେଲେ ଆଗାମୀ ଦିନରେ ମୋହନ ସରକାରକୁ ମଧ୍ୟ ଚାଲେଞ୍ଜର ସାମ୍ନା କରିବାକୁ ପଡିପାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748186786.jpg)