Advertisment

Naba Das Murder Mystery: ଅଛି କି ଚାପ! କ୍ରାଇମବ୍ରାଞ୍ଚରେ ହାଜର ହେଲେନି ଦୀପାଳି

କ୍ରାଇମବ୍ରାଞ୍ଚ ଅଫିସ ପରିବର୍ତ୍ତେ ଝାରସୁଗୁଡ଼ାରେ ବୟାନ ଦେବାକୁ ଦୀପାଳି ଜଣାଇଛନ୍ତି। ଆଜି ପୁଅ ବିଶାଳ ଦାସଙ୍କ ହାଜର ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଦୀପାଳି ଓ ବିଶାଳଙ୍କୁ ହାଜର ହେବାକୁ କ୍ରାଇମବ୍ରାଞ୍ଚ ନୋଟିସ୍ କରିଥିଲା।

ଅଦ୍ୟତନ ହୋଇଛି
Crime Branch

Crime Branch

Advertisment

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି କ୍ରାଇମବ୍ରାଞ୍ଚରେ ହାଜର ହେବେନି ଝିଅ ଦୀପାଳି ଦାସ। ଆଜି ହାଜର ନ ହେବାକୁ ଫୋନରେ ଜଣାଇବା ସହ ସମୟ ମାଗିଛନ୍ତି ଦୀପାଳି। ଦୀପାଳି ତଦନ୍ତକାରୀ ଅଧିକାରୀଙ୍କୁ ଫୋନ୍ କରି ସମୟ ମାଗିଥିବା ସୂଚନା ମିଳିଛି। ଅନ୍ୟ କୌଣସି ଦିନ ଷ୍ଟେଟମେଣ୍ଟ ରେକର୍ଡ ପାଇଁ ସେ ସମୟ ମାଗିଛନ୍ତି।

Advertisment

ଅନ୍ୟପକ୍ଷେ କ୍ରାଇମବ୍ରାଞ୍ଚ ଅଫିସ ପରିବର୍ତ୍ତେ ଝାରସୁଗୁଡ଼ାରେ ବୟାନ ଦେବାକୁ ଦୀପାଳି ଜଣାଇଛନ୍ତି। ଆଜି ପୁଅ ବିଶାଳ ଦାସଙ୍କ ହାଜର ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଦୀପାଳି ଓ ବିଶାଳଙ୍କୁ ହାଜର ହେବାକୁ କ୍ରାଇମବ୍ରାଞ୍ଚ ନୋଟିସ୍ କରିଥିଲା।

ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟା ମାମଲା: ଦୀପାଳି ଦାସଙ୍କ ବଡ଼ ବୟାନ, କହିଲେ...

 ତେବେ ଦୀପାଳି କାହିଁକି କ୍ରାଇମବ୍ରାଞ୍ଚ ନିକଟରେ ହାଜର ହେଲେନି, କ’ଣ ପାଇଁ କ୍ରାଇମବ୍ରାଞ୍ଚ ଅଫିସ ପରିବର୍ତ୍ତେ ଝାରସୁଗୁଡ଼ାରେ ବୟାନ ଦେବାକୁ କହିଲେ ତାକୁ ନେଇଚର୍ଚ୍ଚା ଜୋର ଧରିଛି। ଦୀପାଳି ଉପରେ କିଏ ଚାପ ପକାଉଛି କି? ନା ଅନ୍ୟ କିଛି କାରଣ ଅଛି ତାକୁ ନେଇ ଚର୍ଚ୍ଚା ହେଉଛି।

Advertisment

ଅନ୍ୟପକ୍ଷରେ ପୂର୍ବରୁ ସିବିଆଇ ତଦନ୍ତ ପ୍ରସଙ୍ଗ ଉଠାଇଥିଲେ ଦୀପାଳି । ଏଥିପାଇଁ ଲିଖିତ ଭାବେ ଜଣାଇବାକୁ ରାଜ୍ୟ ସରକାରଙ୍କ ତରଫରୁ କୁହାଯିବା ପରେ ପରିବାର ସହ ଆଲୋଚନା କରି ଲିଖିତ ଭାବେ ଦେବାକୁ ନିଷ୍ପତ୍ତି ନେବୁ ବୋଲି ଦୀପାଳି କହିଥିଲେ । 

ସୂଚନାଯୋଗ୍ୟ, ୨୦୨୩ ମସିହା ଜାନୁଆରୀ ୨୯ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଗାନ୍ଧି ଛକରେ ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ନବ ଦାସଙ୍କ ଉପରକୁ ଗୁଳି ମାଡ଼ କରାଯାଇଥିଲା।ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଏୟାର ଲିଫ୍ଟ କରି ଭୁବନେଶ୍ୱର ଆଣି ଆପୋଲୋ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଝାରସୁଗୁଡାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ବିଜେପି ନେତା ଜୟନାରାୟଣ ମିଶ୍ର ଅଭିଯୋଗ କରିଥିଲେ ।

Advertisment

ନବ ଦାସ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବ୍ରଜରାଜନଗର ଯାଇଥିଲେ। କାର୍ଯ୍ୟକ୍ରମ ସ୍ଥଳ ନିକଟରେ ସେ ଗାଡ଼ିରୁ ଓହ୍ଲାଇବା ମାତ୍ରେ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ବ୍ରଜରାଜନଗରର ଗାନ୍ଧି ଛକ ପୁଲିସ ଆଉଟପୋଷ୍ଟରେ ଏଏସ୍‌ଆଇ ଗୋପାଳ ଦାସ ତାଙ୍କ ଉପରକୁ ଗୁଳି କରିଥିଲା। ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡର ଏକମାତ୍ର ଅଭିଯୁକ୍ତ ଗୋପାଳ ଏବେ ଜେଲରେ ଅଛି। ଏବଂ ମାମଲା ଏବେ ନ୍ୟାୟାଳୟରେ ବିଚାରାଧୀନ ଅଛି।

ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟା ମାମଲାକୁ ନେଇ ପୁଣି ତେଜିଲା ରାଜନୀତି, ଦୀପାଳିଙ୍କ କୋର୍ଟକୁ ବଲ୍ ପିଙ୍ଗିଲେ ଆଇନ ମନ୍ତ୍ରୀ

Crime Branch Naba Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ