Advertisment

ସ୍ୱପ୍ନ ଦେଖିବାକୁ ମନା ନାହିଁ, ଦିବା ସ୍ୱପ୍ନ ଭୟଙ୍କର: ସମ୍ବିତ

ଦାମ-ଦେବାଶିଷ କଳି ନୂଆ ନୁହେଁ। ପୂର୍ବରୁ ଏହାର ଅନେକ ନଜିର ରହିଛି ମାତ୍ର ଏବେ ପୁଅ ସମ୍ବିତଙ୍କ ସହ ଦେବାଶିଷଙ୍କର ଆରମ୍ଭ ହୋଇଛି ନୂଆ ଅଧ୍ୟାୟ।

author-image
Chandan Shishu
ଅଦ୍ୟତନ ହୋଇଛି
Debashish vs Sambit

Debashish vs Sambit

୨୦୨୪ରେ ପାରାଦୀପରୁ ପ୍ରାର୍ଥୀ ହେବାକୁ ଇଚ୍ଛୁକ ଦେବାଶିଷ। ତେବେ ତାଙ୍କର ଏଭଳି ମନ୍ତବ୍ୟରେ ଚିହିଁକି ଉଠିଛନ୍ତି ବର୍ତ୍ତମାନର ବିଧାୟକ ସମ୍ବିତ୍ ରାଉତରାୟ ଦୁଇ ନେତାଙ୍କ ଭିତରେ ଆରମ୍ଭ ହୋଇଯାଇଛି କଥା କଟାକଟି, ଆକ୍ଷେପ ପ୍ରତି-ଆକ୍ଷେପ। ନିର୍ବାଚନକୁ ପ୍ରାୟ ଦୁଇ ବର୍ଷ ବାକି ଥିବା ବେଳେ କିଏ ପ୍ରାର୍ଥୀ ହେବ, ଦୁଇ ନେତାଙ୍କ ମଧ୍ୟରେ ଛକାପଞ୍ଝା। ପାରାଦୀପରେ ବିଜେଡି କଳିକୁ ପଦାରେ ପକାଇଛି। ବିଜୁ ଶ୍ରମିକ ଦିବସ ଉତ୍ସବରେ ଯୋଗ ଦେଇଥିବା ଦେବାଶିଷ ପାରଦୀପରେ ହିତାଧିକାରୀମାନେ ଲେବର କାର୍ଡ ପାଇନଥିବା ଅଭିଯୋଗ କରିବା ସହ ପରୋକ୍ଷରେ ବିଧାୟକ ସମ୍ବିତ ରାଉତରାୟଙ୍କୁ ସମାଲୋଚନା କରିଥିଲେ।

Advertisment

ଏହାକୁ ନେଇ ଖଡଗହସ୍ତ ସମ୍ବିତ ଦେବାଶିଷଙ୍କୁ ସିଧାସିଧା ଶୁଣାଇଛନ୍ତି। କହିଛନ୍ତି, ସ୍ୱପ୍ନ ଦେଖିବା ମନା ନାହିଁ, କିନ୍ତୁ ଦିବା ସପ୍ନ ଦେଖିବା ଭୟଙ୍କର। ପାରାଦୀପ ସହ ଦେବାଶିଷଙ୍କର କି ସଂପର୍କ ବୋଲି ପ୍ରଶ୍ନ  କରିଛନ୍ତି ସମ୍ବିତ। ସମ୍ବିତଙ୍କ ବାପା ତଥା ବରିଷ୍ଠ ନେତା ଦାମାଦୋର ରାଉତ ମଧ୍ୟ ଦେବାଶିଷଙ୍କ ଉପରେ ବର୍ଷିଛନ୍ତି। ଏନେଇ ଦେବାଶିଷଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି।

ଦାମ-ଦେବାଶିଷ କଳି ନୂଆ ନୁହେଁ। ପୂର୍ବରୁ ଏହାର ଅନେକ ନଜିର ରହିଛି ମାତ୍ର ଏବେ ପୁଅ ସମ୍ବିତଙ୍କ ସହ ଦେବାଶିଷଙ୍କର ଆରମ୍ଭ ହୋଇଛି ନୂଆ ଅଧ୍ୟାୟ। କଳିର କାରଣ ହେଉଛି ପାରାଦୀପ।  ପୂର୍ବରୁ ତିର୍ତ୍ତୋଲ ବିଧାୟକ ଥିଲେ ଦେବାଶିଷ ସାମନ୍ତରାୟ। ୨୦୦୯ରେ ସୀମା ପୁନଃ ନିର୍ଦ୍ଧାରଣ ଓ ସଂରକ୍ଷଣ ପରେ ଏହି ଆସନ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ହେଲା। ସେବେଠାରୁ ପାରାଦୀପ ଉପରେ ଦେବାଶିଷ ଆଖି ଥିବା ଚର୍ଚ୍ଚା ହେଉଛି। ତେବେ ତାଙ୍କ ସ୍ୱପ୍ନ ଆଜି ଯାଏ ପୂରଣ ହୋଇପାରିନି। ତେବେ କେବଳ ପାରାଦୀପ ନୁହେଁ, ଏକାଧିକ ଆଶାୟୀ  ଥିବାରୁ ଅନେକ ନିର୍ବାଚନ ମଣ୍ଡଳୀରେ ଏଭଳି ସ୍ଥିତି ସୃଷ୍ଟି ହେବ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ।
ରବି ଦାସ, ବରିଷ୍ଠ ସାମ୍ବାଦିକ 
(ଫାଭିଓ) ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡିରେ କୁହୁଳୁଥିବା ଅସନ୍ତୋଷ ପଦାରେ ପଡିଥିଲା ଫଳରେ ଅନେକ ବିଦ୍ରୋହୀ ପ୍ରାର୍ଥୀ ସ୍ବାଧୀନ ଛିଡ଼ା ହେବା ସହ ବିଜୟୀ ବି ହୋଇଥିଲେ ଅାଗାମୀ ଦିନରେ ଦଳରେ ଗୋଷ୍ଠୀ କନ୍ଦଳ ଅଧିକ ଉଗ୍ର ହେବ ବୋଲି କୁହାଯାଉଛି...କଟକରୁ ଦେବାଶିଷ ମହାନ୍ତି ଓ ଭୁବନେଶ୍ୱରରୁ ନିରଞ୍ଜନ ରେଡ୍ଡି ଓ ହରିହର ଚାନ୍ଦଙ୍କ ରିପୋର୍ଟ, ଓଟିଭି

Advertisment
BJD Odisha Politics
Advertisment
Advertisment