Advertisment

Naba Das Murder: ନବ ଦାସ ହତ୍ୟା ମାମଲା; ଝାରସୁଗୁଡ଼ା ବିମାନ ବନ୍ଦରରେ କ୍ରାଇମବ୍ରାଞ୍ଚର ଖୋଳତାଡ଼

କ୍ରାଇମବ୍ରାଞ୍ଚ ଝାରସୁଗୁଡ଼ା ବିମାନ ବନ୍ଦରର ଗେଟ୍‌ କିପରଠାରୁ ଆରମ୍ଭ କରି ଏୟାର ଲିଫ୍ଟ ସମୟରେ ଯେଉଁମାନେ ଥିଲେ ସେମାନଙ୍କୁ ପଚରାଉଚରା କରିଥିବା ଜଣାଯାଇଛି। ଆଜି ପୁଣି କ୍ରାଇମବ୍ରାଞ୍ଚ ନବଙ୍କ ଝାରସୁଗୁଡ଼ା ସ୍ଥିତ ବାସଭବନକୁ ଯାଇଛି।

ଅଦ୍ୟତନ ହୋଇଛି
Naba Das

Naba Das

Advertisment

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଖୋଲିବ କି ଗୁମର। ଗତକାଲି କ୍ରାଇମବ୍ରାଞ୍ଚର ୨ଟିମ୍ ନବଙ୍କ ଝାରସୁଗୁଡ଼ାସ୍ଥିତ ଘରକୁ ଯାଇ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରି ଫେରିଥିବା ବେଳେ ଆଜି ଝାରସୁଗୁଡା ବିମାନ ବନ୍ଦରରେ ଖୋଳତାଡ଼ କରିଛି।

Advertisment

ନବଙ୍କୁ ଗୁଳିମାଡ଼ ପରେ ଝାରସୁଗୁଡ଼ାରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ବରକୁ ଏୟାରଲିଫ୍ଟ କରାଯାଇଥିଲା। ତେବେ ନବ କେତେବେଳେ ଏୟାରଲିଫ୍ଟ ହୋଇଥିଲେ? ଏୟାରଲିଫ୍ଟ ବେଳେ କିଏ ରହିଥିଲେ, ସେହି ସମୟର ସିସିଟିଭି ଅଛି କି? ନବଙ୍କ ସହ ଏୟାରଲିଫ୍ଟ ବେଳେ ପରିବାର ସଦସ୍ୟ କିଏ କିଏ ଥିଲେ, ତାଙ୍କ ସହ କେଉଁ ଡାକ୍ତର ଆସିଥିଲେ? ସେହି ସମୟରେ କେଉଁ ପ୍ରକାର ମେଡିକାଲ ଫାସିଲିଟି ଦିଆଯାଇଥିଲା? ତାହାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ।

ଅଧିକ ପଢ଼ନ୍ତୁ:  ନବ ଦାସ ହତ୍ୟା ମାମଲା; CBI ତଦନ୍ତ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ୍ କଲେ ନବଙ୍କ ପତ୍ନୀ

Advertisment

କ୍ରାଇମବ୍ରାଞ୍ଚ ଝାରସୁଗୁଡ଼ା ବିମାନ ବନ୍ଦରର ଗେଟ୍‌ କିପରଠାରୁ ଆରମ୍ଭ କରି ଏୟାର ଲିଫ୍ଟ ସମୟରେ ଯେଉଁମାନେ ଥିଲେ ତାଙ୍କୁ ପଚରାଉଚରା କରିଥିବା ଜଣାଯାଇଛି। ଆଜି ପୁଣି କ୍ରାଇମବ୍ରାଞ୍ଚ ନବଙ୍କ ଝାରସୁଗୁଡ଼ା ସ୍ଥିତ ବାସଭବନକୁ ଯାଇଥିବା ଜଣାଯାଇଛି।  

ଗତକାଲି କ୍ରାଇମବ୍ରାଞ୍ଚର ୨ଟିମ୍ ନବଙ୍କ ଘରେ ପହଞ୍ଚି ନବ ଦାସଙ୍କ ପତ୍ନୀ ମିନତୀ ଦାସ ଓ ତାଙ୍କ ଝିଅ ଦୀପାଳି ଦାସ ଓ ପୁଅ ବିଶାଲ ଦାସଙ୍କ ବୟାନ ରେକର୍ଡ କରିଥିଲେ। ଏପରିକି ସେମାନଙ୍କୁ ୭ଘଣ୍ଟାରୁ ଅଧିକ ସେମାନଙ୍କୁ ପଚରାଉଚରା କରିଥିଲା। ଏହାପରେ କ୍ରାଇମବ୍ରାଞ୍ଚ ଟିମ୍‌ ନବଙ୍କୁ ଗୁଳି ବାଜିଲା ପରେ ପ୍ରାଥମିକ ଚିକିତ୍ସା କରିଥିବା ଡାକ୍ତରଙ୍କୁ ପଚରାଉଚରା କରିଥିଲା। ନୂଆ ତଦନ୍ତ ଅଧିକାରୀ ବିଜୟ ମଲ୍ଲିକ ଓ କ୍ରାଇମବ୍ରାଞ୍ଚର ଜଣେ ମହିଳା ଅଧିକାରୀ ତଦନ୍ତ ପାଇଁ ଯାଇଥିଲେ।

Advertisment

ସୂଚନାଯୋଗ୍ୟ, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରୁ ଇତିମଧ୍ୟରେ ୨ ବର୍ଷ ପୂରୁଛି । ୨୦୨୩ ମସିହା ଜାନୁଆରୀ ୨୯ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଗାନ୍ଧି ଛକରେ ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ନବ ଦାସଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା। ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏୟାରଲିଫ୍ଟ କରି ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଝାରସୁଗୁଡାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ବିଜେପି ନେତା ଜୟନାରାୟଣ ମିଶ୍ର ଅଭିଯୋଗ କରିଥିଲେ ।

ଅଧିକ ପଢ଼ନ୍ତୁ:  ନବ ଦାସ ହତ୍ୟା ମାମଲାକୁ ନେଇ ପୁଣି ତେଜିଲା ରାଜନୀତି, ଦୀପାଳିଙ୍କ କୋର୍ଟକୁ ବଲ୍ ପିଙ୍ଗିଲେ ଆଇନ ମନ୍ତ୍ରୀ

Naba Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ