• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ମୁଖ୍ୟମନ୍ତ୍ରୀଙ୍କୁ ଦେବତୁଲ୍ୟ କହିବାକୁ ଚାହୁଁଥିଲି

     

  • BSKY ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି ସରକାର

     

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ’ଣ ସାଢ଼େ ଚାରି କୋଟି ଓଡ଼ିଆଙ୍କ ଭଗବାନ ? ଯଦି ନା ତେବେ ଏଭଳି କହିଁକି କହିଲେ ଉପବାଚସ୍ପତି ରାନୀକାନ୍ତ ସିଂହ ? ଏଭଳି କହିବାର ଉଦେଶ୍ୟ କ’ଣ ? ଉପବାଚସ୍ପିତିଙ୍କ ଏହି ବୟାନ୍‌କୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି ।

କହିଥାନ୍ତି ଦେବତୁଲ୍ୟ, କହିଦେଲି ଠାକୁର ! ମୁଖ୍ୟମନ୍ତ୍ରୀଙ୍କୁ ଠାକୁର କହି ବିବାଦକୁ ଆସିବା ପରେ ଏପରି ସ୍ପଷ୍ଟୀକରଣ ଦେଇଛନ୍ତି ଉପବାଚସ୍ପତି ରଜନୀକାନ୍ତ ସିଂହ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଠାକୁର ନୁହେଁ ଦେବତୁଲ୍ୟ କହିଥାନ୍ତି ହେଲେ ଭୁଲରେ ଠାକୁର କହି ଦେଇଥିଲି ବୋଲି ସ୍ପଷ୍ଟୀକରଣ ଦେଉଛନ୍ତି ରଜନୀକାନ୍ତ ।

ରାଜ୍ୟରେ BSKY କାର୍ଡ ବଣ୍ଟନ ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି ସରକାର । ତେଣୁ ଏହି କାର୍ଯ୍ୟ ଏହା ଭଗବାନଙ୍କ ଦାନ ସଦୃଶ୍ୟ ବୋଲି କହିଛନ୍ତି ଉପବାଚସ୍ପତି ରଜନୀକାନ୍ତ ସିଂହ । ସେଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଦେବତୁଲ୍ୟ କହିବାକୁ ଚାହୁଁଥିଲେ ବୋଲି କହିଛନ୍ତି । ଜଗନ୍ନାଥ ହିଁ ଓଡିଆଙ୍କ ଠାକୁର, ତେବେ ମୁଖ୍ୟମନ୍ତ୍ରୀଙ୍କୁ ସେ କେବେ ବି ଠାକୁରଙ୍କ ସହ ତୁଳନା କରିନାହାଁନ୍ତି ବୋଲି କହିଛନ୍ତି । ବିରୋଧୀ ଏହାକୁ ରାଜନୀତି ଭିତରକୁ ଟାଣିଛନ୍ତି ବୋଲି ଉପବାଚସ୍ପତି କହିଛନ୍ତି ।

ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ ଚୁପ ଚାପ୍ ଶୁଣି ଏଥିପ୍ରତି ସହମତି ପ୍ରକାଶ କରିଛନ୍ତି । ଖାଲି ଏତିକି ନୁହେଁ ବାଚସ୍ପତିଙ୍କ ଏପରି ବୟାନକୁ ଲୋକେ ଆଦୌ ସହ୍ୟ କରିବେ ନାହିଁ, ଠିକ୍ ସମୟରେ କଡ଼ା ଜବାବ୍ ଦେବେ ବୋଲି ଦୋହରାଇଥିଲେ କାଳନ୍ଦୀ ସାମଲ । ନିକଟରେ ଅନୁଗୁଳରେ BSKY କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାଢ଼େ ୪ କୋଟି ଓଡ଼ିଆଙ୍କ ଠାକୁର ବୋଲି କହିଥିଲେ ଉପବାଚସ୍ପତି ।