/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648716027.jpg)
Congress protests in front of parliament over oil price hike
ସଂସଦ ସାମ୍ନାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ‘ମେହେଙ୍ଗାୟୀ ମୁକ୍ତ ଭାରତ ଅଭିଯାନ’ ବିକ୍ଷୋଭ । ଦେଶରେ ଦରଦାମ୍ ସହ ତେଲଦର ବୃଦ୍ଧି ନେଇ କଂଗ୍ରେସ ପୁରା ଦେଶରେ ଏହି ବିକ୍ଷୋଭ ପ୍ରଦର୍ଶନ କରୁଛି । ସଂସଦ ସାମ୍ନାରେ କଂଗ୍ରେସ ନେତା ତଳେ ବସି ସିଲିଣ୍ଡର, ବାଇକଅଏ ଫୁଲମାଳ ପକାଇ ନିଆରା ପ୍ରତିବାଦ କରିଛନ୍ତି ।
ରାହୁଲ କହିଛନ୍ତି, ୯ ଥର ଡିଜେଲ ଓ ପେଟ୍ରୋଲ ଦର ବଢିଲାଣି ଯାହାକି ସାଧାରଣ ଲୋକଙ୍କ ଉପରେ ବୋଝ ବଢାଉଛି । ଏଣୁ ବଢୁଥିବା ଏହି ଦରକୁ କିଭଳି କଣ୍ଟ୍ରୋଲରେ ରଖାଯିବ, ସେନେଇ କେନ୍ଦ୍ର ସରକାର ଦୃଷ୍ଟି ଦେବା ଉଚିତ୍ ବୋଲି ରାହୁଲ କହିଛନ୍ତି । ଅନ୍ୟପଟେ ଶଶି ଥରୁର୍ କହିଛନ୍ତି, ଯେ ଏଭଳି ଭାବେ ପେଟ୍ରୋଲ ଡିଜେଲ ଦର ବଢିବା ଏକ ଗୁରୁତର କଥା । ଏଣୁ ଏଭଳି ବିକ୍ଷୋଭ ଦ୍ୱାରା ଲୋକଙ୍କ ମଧ୍ୟରେ ସଚେତନତା ଆସିବ ବୋଲି ସେ କହିଛନ୍ତି।
ସେପଟେ କଂଗ୍ରେସର ଏହି ବିକ୍ଷୋଭକୁ ନେଇ କେନ୍ଦ୍ରମନ୍ତ୍ରୀ ମୁଖତାର ଆବ୍ବାସ ନକଭୀ କହିଛନ୍ତି, କଂଗ୍ରେସକୁ ଏଭଳି ରାସ୍ତା ଉପରେ ବିକ୍ଷୋଭ କରିବାର ଆବଶ୍ୟକତା ନାହିଁ । ଯୁଦ୍ଧ ଯୋଗୁ ସପ୍ଲାଏ ଚେନ୍ ପ୍ରଭାବିତ ହୋଇଛି,ତେଣୁ ସବୁଠି ଏହାର ପ୍ରଭାବ ପଡୁଛି । ମାତ୍ର ସରକାର ଏନେଇ ଦୃଷ୍ଟି ରଖିଛନ୍ତି, ଯେପରି ଭାରତ କମ୍ ପ୍ରଭାବିତ ହେଉ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)