/odishatv-khabar/media/post_attachments/uploadimage/library/16_9/16_9_0/s_1687858402.jpg)
Congress MLA Sura Routray Son Manmath Routray Quits Job
ଚାକିରି ଛାଡ଼ିଲେ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ। ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ ଏୟାର ଇଣ୍ଡିଆ କ୍ୟାପ୍ଟେନ ପଦବୀରୁ ଇସ୍ତଫା ଦେଇଛନ୍ତି। ଏନେଇ ନିଜେ ମନ୍ମଥ ସୂଚନା ଦେଇଛନ୍ତି। ରାଜନୀତିରେ ଯୋଗ ଦେବାକୁ ସେ ଚାକିରି ଛାଡ଼ିଥିବା ଚର୍ଚ୍ଚା ହେଉଛି।
Advertisment
ସକ୍ରିୟ ରାଜନୀତିରେ ରହିବା ପାଇଁ ସେ ଚାକିରିରୁ ଅବ୍ୟାହତି ନେଇଥିବା ଜଣାପଡ଼ିଛି। ଇସ୍ତଫା ଦେବା ପରେ ସକ୍ରିୟ ରାଜନୀତିରେ ପ୍ରବେଶ କରିବା ପାଇଁ ମା’ଙ୍କ ଠାରୁ ସେ ଆଶୀର୍ବାଦ ନେଇଛନ୍ତି। ଅନ୍ୟପକ୍ଷେ, ପୂର୍ବରୁ ରାଜନୀତିରୁ ସନ୍ୟାସ ନେବାକୁ ବିଧାୟକ ସୁରେଶ ରାଉତରାୟ ଘୋଷଣା କରିସାରିଛନ୍ତି।
ସୂଚନାଥାଉ କି, ଚଳିତ ବର୍ଷ ଫେବୃଆରୀରେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ନିର୍ବାଚନ ଲଢ଼ିବିନି ବୋଲି କହିଥିଲେ। ସାନ ପୁଅ ମନ୍ମଥ ରାଉତରାୟ ଜଟଣୀରୁ ନିର୍ବାଚନ ଲଢ଼ିବେ ବୋଲି ସେ କହିଥିଲେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)