• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିଜେଡିର ନୂତନ ମୁଖ୍ୟ କାର୍ଯ୍ୟାଳୟ ଉଦ୍‌ଘାଟନ ହେବାକୁ ନେଇ ରାଜନୈତିକ ଚର୍ଚ୍ଚା ଅରମ୍ଭ ହୋଇଛି । କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଏହି ଅବସରରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ପ୍ରତିକ୍ରିୟା ରଖି କହିଛନ୍ତି, ‘ଆଗରୁ ଭଡ଼ାଘରେ କାମ କରାଯାଉଥିଲା । ବିଜେଡି ଏବେ ୧୧୦ କୋଟି ଟଙ୍କାରେ ଘର ଛିଡ଼ାକରିଛି । କୌଣସି ଷ୍ଟାର ହୋଟେଲ ମଧ୍ୟ ଏମିତି ନଥିବ କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।’

ଏଥିସହିତ ବିଧାୟକ ସୁରେଶ ରାଉତରାୟ ଏହି ପ୍ରସଙ୍ଗ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । ସେ କହିଛନ୍ତି ଯେ, ‘ବର୍ତ୍ତମାନ ଯେଉଁଭଳି ରାଜ୍ୟରେ ସରକାର ଚାଲିଛି, କର୍ପୋରେଟରମାନେ ମନକୁ ପାଇସାଦେଇ ଚାଲିଯାଉଛନ୍ତି । ଓଡ଼ିଶାରେ ଓଡ଼ିଆ କଣ୍ଟ୍ରାକ୍ଟର ନାହାନ୍ତି । ଗ୍ରେଡ୍‌-B ଓଡ଼ିଆ କଣ୍ଟ୍ରାକ୍ଟର ଅଛନ୍ତି । ରାଜ୍ୟର ସବୁତକ ବଡ଼ କାମ ଅଣଓଡ଼ିଆ କରୁଛନ୍ତି । ଭୁବନେଶ୍ୱରର ଯେତେସବୁ ଭଲ ଜମି ଅଣଓଡ଼ିଆ ଅଫିସର ସବୁ ବିକ୍ରି କରିସାରିଲାଣି । ହଜାର ହଜାର କୋଟି ଟଙ୍କା ଆଦାୟ କରାଯାଇ ଫଣ୍ଡ ରଖାଯାଇଛି’ ।

‘ଭାରତର ଆଞ୍ଚଳିକ ଧନୀ ରାଜନୈତିକ ଦଳ ତାରିକାରେ ବିଜେଡି ରହିଛି । ପ୍ରଥମ ଧନୀ ତାଲିକାରେ ଆନ୍ଧ୍ର ରହିଛି । ଏ ଗରିବ ଜନସାଧାରଣଙ୍କ ଟଙ୍କା, ସବୁ ବାହାରିଯିବ । ବର୍ତ୍ତମାନ ସମୟ ପଡ଼ିଛି ଉଦ୍‌ଘାଟନ କର । ଏସି ଭିତରେ ଶୁଅ, ଖାଅ ଯାହା ନେବାକଥା ନିଅ । ବର୍ତ୍ତମାନ ବିଜେଡିର ସମୟ ଚାଲିଛି ।’

ଆଜି ପବିତ୍ର ଅକ୍ଷୟ ତୃତୀୟା ତିଥିରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡିର ନୂତନ ମୁଖ୍ୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ର ଉଦ୍‌ଘାଟନ କରିଥିଲେ । ୟୁନିଟ ୬ ସ୍ଥିତ ସେହି ପୁରୁଣା ଜାଗାରେ ହିଁ ନିର୍ମାଣ ହୋଇଛି ବିଜେଡିର ନୂତନ କାର୍ଯ୍ୟାଳୟ । ଯାହାକୁ ନେଇ ଓଡ଼ିଶା ରାଜନୀତିରେ ଚର୍ଚ୍ଚା ଜୋର ଧରିଛି ।

ସେପଟେ ବିଜେପିକୁ ମଧ୍ୟ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ବିଜେପି କାର୍ଯ୍ୟାଳୟ ନିର୍ମାଣ ହେବାକୁ ନେଇ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ବିଜେପିର ପୂର୍ବରୁ କ’ଣ ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥି ସହିତ ସେ କହିଛନ୍ତି, ଆଗରୁ ବିଜେପି ଭଡ଼ାରେ ଥିଲା । ଏବେ ସାଢ଼େ ୩ହଜାର କୋଟି ଟଙ୍କା ଖର୍ଚ୍ଚକରି ଦିଲ୍ଲୀରେ ଏକ ବିରାଟ ଘର କରାଯାଇଛି ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ।