Advertisment

ଗୃହରେ ଉଠିଲା ରତ୍ନଭଣ୍ଡାର ପ୍ରସଙ୍ଗ: ସୁରକ୍ଷାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ କଂଗ୍ରେସ ବିଧାୟକ

ରତ୍ନଭଣ୍ଡାର ସୁରକ୍ଷାକୁ ନେଇ ଉଦ୍‌ବେଗ ପ୍ରକାଶ...

author-image
Otv Khabar Bureau
ଅଦ୍ୟତନ ହୋଇଛି
odisha assembly

odisha assembly

ବିଧାନସଭାର ଶୂନ୍ୟକାଳରେ ଉଠିଲା ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗ । ରତ୍ନ ଭଣ୍ଡାରର ସୁରକ୍ଷାକୁ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଛି । ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି,‘ରତ୍ନ ଭଣ୍ଡାର ସୁରକ୍ଷିତ ଅଛି କି, ତାକୁ ନେଇ ଯେଉଁ କମିଶନ ଗଠନ କରାଯାଇଥିଲା, ତାର ରିପୋର୍ଟ ଗୃହରେ ଉପସ୍ଥାପନ କରାଯାଇନାହିଁ ।’

Advertisment

‘ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ହାଉସ୍‌ରେ ଉପସ୍ଥାପନ କରିବାକୁ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ଦାବି କରିଛନ୍ତି ସାଲୁଜା । ଏନେଇ ସେ ଅଭିଯୋଗ କରିଛନ୍ତି, ବିଭିନ୍ନ ପ୍ରସଙ୍ଗରେ ଗତ ୨୧ ବର୍ଷରେ ରାଜ୍ୟସରକାର ୨୪ଟି କମିଶନ ବସାଇଛନ୍ତି । କିନ୍ତୁ ଏର୍ଯ୍ୟନ୍ତ ୮ଟି କମିଶନଙ୍କ ରିପୋର୍ଟ ଗୃହରେ ଦାଖଲ ହୋଇ ପାରିନି । କମିଶନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ତଦନ୍ତ ଆଳରେ ଅବଧି ବଢ଼ାଇ ଚାଲିଛନ୍ତି ରାଜ୍ୟ ସରକାର ।

ଅନ୍ୟପଟେ, ଶୂନ୍ୟକାଳରେ ମୋହନ ମାଝୀ-ନିରଂଜନ ପୂଜାରୀ ମୁହାଁମୁହିଁ ହୋଇଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଡକ୍ୟୁମେଣ୍ଟ ଦେଖି କହିବାକୁ ନେଇ ଆପତ୍ତି ଉଠାଇଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଂଜନ ପୂଜାରୀ । ଏନେଇ ମନ୍ତ୍ରୀ କହିଛନ୍ତି, ବାଚସ୍ପତିଙ୍କ ବିନା ଅନୁମତିରେ ଗୃହରେ କେହି କୌଣସି ଡକ୍ୟୁମେଣ୍ଟ ପଢ଼ି ପାରିବେ ନାହିଁ । ମାତ୍ର ମୋହନ ମାଝୀ ଅନେକ ସମୟରେ ଡକ୍ୟୁମେଣ୍ଟ ଦେଖି କହୁଛନ୍ତି । ଏହାର ଜବାବରେ ମୋହନ ପାଲଟା ପ୍ରଶ୍ନ ନିରଂଜନଙ୍କୁ ପଚାରିଥିଲେ, ଆପଣ କାଗଜ ନ ଦେଖି କେବେ କିଛି କହୁଛନ୍ତି କି ? ଆପଣ ବି ସବୁବେଳେ ସବୁବେଳେ କାଗଜ ଦେଖି କହୁଛନ୍ତି । ତା ସହିତ ପଏଣ୍ଟ ନ ଦେଖି କିପରି କହିବୁ ବୋଲି ପ୍ରଶ୍ନ କରିଥିଲେ ମୋହନ ମାଝୀ ।

Advertisment
Ratna Bhandar Issue
Advertisment
Advertisment