• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିବୃତିକୁ ନେଇ ଅସନ୍ତୋଷ ପ୍ରକାଶ କଲେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । କହିଲେ, ରାଜ୍ୟରେ ଗୁମାସ୍ତା ଶାସନ ଚାଲିଛି । ଗଣ ତନ୍ତ୍ରକୁ ହତ୍ୟା କରାଯାଉଛି । ବିଧାନସଭାର ଆବଶ୍ୟକତା ନାହିଁ । ମୁଲତବୀକୁ ଗ୍ରହଣ କରାଯାଉନାହିଁ । ପ୍ରଶ୍ନର ଉତ୍ତର ମିଳୁନି ।

ସେ ଆହୁରି କହିଛନ୍ତି ଯେ, ମତେ କହିବାର ସୁଯୋଗ ଦିଆଗଲା ନାହିଁ । ମାଇକକୁ ବନ୍ଦ କରିଦିଆଗଲା। କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀଙ୍କ ସହ 5T ସଚିବ ଆଲୋଚନା କରୁଛନ୍ତି । ଉଭୟ ଦଳର ନୈତିକତା ନାହିଁ । ସଚିବଙ୍କ ଗସ୍ତ ମନ୍ତ୍ରୀ ମାନେ ବୁଝୁଛନ୍ତି । ଗାଡିରେ ଲୋକଙ୍କୁ ବୁହାଯାଉଛି । ଜିଲ୍ଲା ଏସପି, କଲେକ୍ଟର ଦଳର ଜିଲ୍ଲା ସଭାପତି ଓ ସମ୍ପାଦକ ଭାବେ କାମ କରୁଛନ୍ତି । ପ୍ରକୃତରେ ଯଦି ଲୋକଙ୍କ ସମସ୍ୟା ସେ ଶୁଣୁଛନ୍ତି ତା’ହାଲେ କାହିଁକି ଆଜି ରାଜା ରାସ୍ତାରେ ସରକାରୀ କର୍ମଚାରୀ ଧାରଣା ଦେଉଛନ୍ତି ।

ଗଣମାଧ୍ୟମକୁ କଣ୍ଠରୋଧ ବିଷୟରେ କହିଲେ ଯେ, 5T ସଚିବ ନିର୍ବାଚନୀ ପ୍ରଚାର ପାଇଁ ଯାଉଛନ୍ତି । ଯିଏ ସମାଲୋଚନା କରୁଛି, ତା’ପ୍ରତି ପ୍ରତିହିଂସା ପରାୟଣ ହେଉଛନ୍ତି । ଗଣମାଧ୍ୟମ କଣ୍ଠରୋଧ କରାଯାଉଛି । ବିଜେଡ଼ି ଓ ବିଜେପି ଭିତରେ ସଲା କୁସ୍ତି ବା mock fight ଚାଲିଛି। ମଣିପୁର ଇଶୁରେ ମୁଖ୍ୟମନ୍ତ୍ରୀ ଚୁପ୍ ରହିଲେ । ୧୦ ରୁ ୮ ମାର୍କ ଦେଇଛନ୍ତି । ଏହା ଦୁର୍ଭାଗ୍ୟ ଜନକ ।

  • Reported by:
  • HARIHARA CHAND