Advertisment

‘ବିଜେଡି ପୋଷ୍ଟରରୁ ବିଜୁ ଆଉଟ୍‌, ପାଣ୍ତିଆନ୍‌ ଇନ୍‌..ଆଗକୁ ନବୀନ ବି ଆଉଟ୍‌’

ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ କଂଗ୍ରେସ ପ୍ରଭାରୀ ଅଜୟ କୁମାର । କହିଲେ, ବିଜୁଙ୍କ ଜାଗାରେ ଏବେ ପାଣ୍ଡିଆନଙ୍କ ଫଟୋ ଲାଗିବା ଦେଖାଗଲାଣି । କିଛି ଦିନ ପରେ ନବୀନଙ୍କ ଫଟୋ କାଢ଼ି ପାଣ୍ଡିଆନଙ୍କ ଫଟୋ ରହିବ।

author-image
Manoranjan Behera
ଅଦ୍ୟତନ ହୋଇଛି
Congress leader Ajoy Kumar

Congress leader Ajoy Kumar

ବିଜେଡି ନେତା ତଥା 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ଆଜି ଭୁବନେଶ୍ୱରରେ ଏକ ପ୍ରେସ୍ ମିଟରେ ଅଜୟ କହିଛନ୍ତି, ସେ ରାଜ୍ୟର ବିଭିନ୍ନ ସ୍ଥାନ ବୁଲୁଛନ୍ତି । ଏହି ସମୟରେ ବିଜେଡି ପୋଷ୍ଟରରୁ ବିଜୁ ପଟ୍ଟନାୟକଙ୍କୁ ବାଦ୍ ଦିଆଯିବା ସେ ଦେଖିବାକୁ ପାଇଛନ୍ତି । ବିଜୁଙ୍କ ଜାଗାରେ ଏବେ ପାଣ୍ଡିଆନଙ୍କ ଫଟୋ ଲାଗିବା ଦେଖାଗଲାଣି । କିଛି ଦିନ ପରେ ନବୀନଙ୍କ ଫଟୋ କାଢ଼ି ପାଣ୍ଡିଆନଙ୍କ ଫଟୋ ରହିବ।

Advertisment

ସେ କହିଛନ୍ତି ଯେ ବିପକ୍ଷ ଦଳ ହୋଇଥିଲେ ବି ବିଜୁ ବାବୁଙ୍କ ପ୍ରତି ଆମର ସମ୍ମାନ ରହିଛି । ବିଜୁଙ୍କ ଫଟୋ ବାଦ୍ ଦିଆଯିବା ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ । ବିଜେଡି ପୋଷ୍ଟରରୁ ବିଜୁ ବାବୁ ହଟିବା ଓଡ଼ିଆ ଅସ୍ମିତା ଓ ଓଡ଼ିଆଙ୍କ ପ୍ରତି ଆଘାତ ବୋଲି କହିଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର । ତେବେ ତାଙ୍କର ଏହି ମନ୍ତବ୍ୟ ଉପରେ ପାଣ୍ଡିଆନ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

ସେପଟେ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ଘର ସଜଡ଼ା । ବରିଷ୍ଠ କଂଗ୍ରେସ ନେତାଙ୍କ ଉପରୁ ନିଲମ୍ବନ ହଟାଇଲା ଦଳ । କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କ ଉପରୁ ନିଲମ୍ବନ ଆଦେଶ ଉଠାଇଛି କଂଗ୍ରେସ । ନିଲମ୍ବନ ହଟିବା ନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର । ସେହିପରି କଂଗ୍ରେସକୁ ଫେରିଛନ୍ତି ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ । ୨୦୧୯ରେ ଦଳରୁ ବହିଷ୍କୃତ ହୋଇଥିଲେ ସଗରିଆ ।

Advertisment

ସୂଚନା ଅନୁସାରେ ୧୫ ଜୁଲାଇ ୨୦୨୩ରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ସସ୍‌ପେଣ୍ଡ କରିଥିଲା କଂଗ୍ରେସ। ସୂଚନା ଭବନରେ ଆୟୋଜିତ ‘ଜାନକୀ-ବସନ୍ତ ଯୋଡ଼ି ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ’ ଶୀର୍ଷକ ଆଲୋଚନାରେ ଯୋଗ ଦେଇ ଉଭୟ ଦଳ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। ଯେଉଁଥିପାଇଁ AICC ଶୃଙ୍ଖଳା କମିଟି ଉଭୟଙ୍କୁ ସସ୍‌ପେଣ୍ଡ କରିଥିଲା। ସେହିପରି କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ୨୦୧୯ ଦଳ ବହିଷ୍କୃତ କରିଥିଲା। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଦଳ ଏହି ବରିଷ୍ଠ ନେତାଙ୍କ ଉପରୁ ଆଜି ନିଲମ୍ବନ ହଟେଇଛି।

Congress Odisha Politics VK Pandian
Advertisment
Advertisment