Advertisment

'ଆମେ ଯାହାକୁ ଚାହିଁବୁ ପିସିସି ସଭାପତି ସିଏ ହେବ'

ସଭିଏଁ ଏକାଠି ହୋଇ ଲଢ଼ିଲେ ଦଳ ୨୦୨୪ରେ ନିଶ୍ଚିତ ଭାବେ ସରକାର ଗଠନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଧାୟକ ସନ୍ତୋଷ ସିଂହ ସାଲୁଜା । କଂଗ୍ରେସ ପାଇଁ ଖୁସିର କଥା ପ୍ରଶାନ୍ତ କିଶୋର ଓଡ଼ିଶାକୁ ଗୁରୁତ୍ୱ ଦେଇଛନ୍ତି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Santosh Singh Saluja

Santosh Singh Saluja

‘ରାଜ୍ୟ କଂଗ୍ରେସରେ ଶୃଙ୍ଖଳା ନାହିଁ’ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦେଇଥିବା ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା । କଂଗ୍ରେସର କର୍ମୀ ସବୁବେଳେ ଶୃଙ୍ଖଳିତ, ଦଳରେ ବହୁତ ନେତା ଅଛନ୍ତି, ଯାହାକୁ ଚାହିଁଲେ ଏଆଇସିସି PCC ସଭାପତି କରିପାରିବ ବୋଲି ସେ କହିଛନ୍ତି ।

Advertisment

ସଭିଏଁ ଏକାଠି ହୋଇ ଲଢ଼ିଲେ ଦଳ ୨୦୨୪ରେ ନିଶ୍ଚିତ ଭାବେ ସରକାର ଗଠନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଧାୟକ ସନ୍ତୋଷ ସିଂହ ସାଲୁଜା । କଂଗ୍ରେସ ପାଇଁ ଖୁସିର କଥା ପ୍ରଶାନ୍ତ କିଶୋର ଓଡ଼ିଶାକୁ ଗୁରୁତ୍ୱ ଦେଇଛନ୍ତି । ପ୍ରଶାନ୍ତ କିଶୋରଙ୍କ ମାର୍ଗ ଦର୍ଶନରେ ଦଳ ଆଗକୁ ଯାଇପାରିବ ବୋଲି କହିଛନ୍ତି ସାଲୁଜା ।

ରାଜ୍ୟରେ କଂଗ୍ରେସ ପିସିସି ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି। ପିସିସି ସଭାପତି ପରିବର୍ତ୍ତନ ସୁନିଶ୍ଚିତ। ପିସିସି ସଭାପତି ପରିବର୍ତ୍ତନ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପୁଣି ଏଭଳି ପ୍ରତିକ୍ରିୟା ରଖିଥିଲେ। ବିଧାୟକମାନଙ୍କ ମଧ୍ୟରୁ ଜଣଙ୍କୁ କାହାକୁ କରିବାକୁ ଆମେ ଦାବି କରୁଛୁ। ଯଦି ବିଧାୟକମାନଙ୍କ ଭିତରୁ କାହାକୁ ପିସିସି ସଭାପତି କରାନଯାଏ, ତେବେ ଆମେ ଅସନ୍ତୋଷ ପ୍ରକାଶ କରିବୁ ବୋଲି ତାରା କହିଥିଲେ ।

Advertisment

ଏନେଇ ଦଳର ବରିଷ୍ଠ ନେତା ତଥା କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ଯେ, ‘ନେତା ଶୃଙ୍ଖଳିତ ହେଲେ କଂଗ୍ରେସ ସୁଦୃଢ଼ ହେବ। କଂଗ୍ରେସରେ ଯେମିତି ଶୃଙ୍ଖଳା ରହିବା କଥା ତାହା ରହିଲାନି । ପରିବାର ଭଳି ଦଳ ଭିତରେ ଶୃଙ୍ଖଳା ରହିଲେ ଦଳ ସୁଦୃଢ଼ ରହିବ । ଦଳକୁ ଶୃଙ୍ଖଳିତ କରିବାକୁ ହେଲେ ଆଗ ନେତା ଶୃଙ୍ଖଳିତ ହେବା ଦରକାର । ଆଗ ନେତା ଶୃଙ୍ଖଳିତ ହୁଅନ୍ତୁ, ପରେ କର୍ମୀଙ୍କ କଥା କହିବା । ସାଧୁତା ଏବଂ ଆନ୍ତରିକତା ନଥିଲେ ଦଳ ଦୃଢ଼ ହେବନି’ ବୋଲି ସେ କହିଥିଲେ ।

Niranjan Patnaik Santosh Singh Saluja PCC President Election
Advertisment
Advertisment