Advertisment

ମେୟରଙ୍କୁ ବାଥରୁମ୍‌ କବାଟ ଗିଫ୍ଟ ଦେଲା କଂଗ୍ରେସ୍‌

‘ମୁଁ ବାଥ୍‌ରୁମ୍ ଗଲେ କବାଟ ଧରିକି ଯାଉଛି। କାରଣ ମୁଁ ଅଫିସ୍‌ରେ ବସୁଛି, ବାଥ୍‌ରୁମ୍ କବାଟ ଭାଙ୍ଗି ପଡ଼ିଛି।’ କଟକ ମେୟର ସୁବାସ ସିଂ ଗତକାଲି ସିଏମସି କାଉନସିଲ ବୈଠକରେ ଏହି ବକ୍ତବ୍ୟ ଦେଇଥିଲେ। ଆଜି କଟକ ଜିଲ୍ଲା କଂଗ୍ରେସ କଂଗ୍ରେସ୍ ପକ୍ଷରୁ ସୁବାସ ସିଂହଙ୍କ ଉଦ୍ଦେଶ୍ୟରେ କଟକ ମହାନଗର ନିଗମ କମିଶନରଙ୍କୁ ଏକ କବାଟ ଭେଟି ଦିଆଯାଇଛି।

ଅଦ୍ୟତନ ହୋଇଛି
Unique Protest In Cuttack

Bathroom Door

Advertisment

ସିଏମ୍‌ସି କାଉନ୍‌ସିଲ୍‌ ବୈଠକରେ କଟକ ମେୟର ସୁବାସ ସିଂହ ଦେଇଥିବା ବକ୍ତବ୍ୟ ଉପରେ କଂଗ୍ରେସର ନିଆରା ପ୍ରତିବାଦ । ଦଳ ଅଭିଯୋଗ କରିଛି ଗତକାଲି ସିଏମ୍‌ସି ବୈଠକରେ କଟକ ମେୟର ଭାଙ୍ଗିଯାଇଥିବା ନିଜ ଅଫିସ୍ ବାଥରୁମ୍ କବାଟ ମରାମତି କରାଯାଇ ପାରୁନଥିବା ନେଇ ଅସହାୟତା ପ୍ରକାଶ କରିଥିଲେ ।

Advertisment

ତେଣୁ ଏହାର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ମେୟରଙ୍କ ଉଦ୍ଦେଶ୍ୟରେ ସିଏମ୍‌ସି କମିଶନରଙ୍କୁ ବାଥ୍‌ରୁମ୍‌ରେ ବ୍ୟବହାର ହେଉଥିବା ଏକ କବାଟ ପ୍ରଦାନ କରାଯାଇଛି । କଟକ ଜିଲ୍ଲା କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏହି ବାଥ୍‌ରୁମ୍‌ କବାଟକୁ କମିଶନରଙ୍କୁ ଦେଇ ମେୟର ଯଦି ନିଜ ବାଥ୍‌ରୁମ୍‌ କବାଟ ଲଗାଇବାରେ ଅସହାୟତା ପ୍ରକାଶ କରୁଛନ୍ତି । ତାହେଲେ କଟକ ସହରର ସମସ୍ୟା କିପରି ସମାଧାନ କରିବେ ବୋଲି ପ୍ରଶ୍ନ କରିଛନ୍ତି ।

କାରଣ ମେୟରଙ୍କ ଅଫିସ୍ ଚାମ୍ବରକୁ ବହୁ ଝିଅ, ବୋହୂ, କଟକବାସୀ, ପ୍ରତିଷ୍ଠିତ ବ୍ୟକ୍ତି ସମସ୍ୟା ଜଣାଇବାକୁ ଆସୁଥିବେ। ସେମାନେ କ’ଣ ଭାବୁଥିବେ। କ’ଣ ଅବସ୍ଥା ହେଉଥିବ। ଯେମିତି କଟକ ଜାଇକା ଅବସ୍ଥା, ସେମିତି ତାଙ୍କ ଅବସ୍ଥା ହେଉଥିବ। ଯେହେତୁ ମେୟର ପାଞ୍ଚ ପଇସା ଖର୍ଚ୍ଚ କରିବାର ଶକ୍ତି ନାହିଁ ବୋଲି ବୈଠକରେ କହିଛନ୍ତି, ତେଣୁ କବାଟ ସହ କବାଟ ଲଗାଇବା ପାଇଁ ୫୦୦ ଟଙ୍କା ଦେବାକୁ ସ୍ଥିର ହୋଇଛି। ଯେତେବେଳେ ବି ମେୟରଙ୍କୁ ଫୋନ୍ କଲେ, ସେ କହୁଛନ୍ତି ଜିଲ୍ଲାପାଳଙ୍କ ସହ ବୈଠକ କରୁଛନ୍ତି, ନଚେତ ଥାଡ୍ ଫ୍ଲୋରରେ ଅଛନ୍ତି। ସେ କଲ୍ ବ୍ୟାକ କରନ୍ତିନି। ତେଣୁ ଏଥିରୁ ସ୍ପଷ୍ଟ ମେୟର କାମ କରିପାରୁନାହାନ୍ତି, କିମ୍ବା କମିଶନର କାମ କରିବାକୁ ଦେଉନାହାନ୍ତି। ତେଣୁ କବାଟକୁ କମିଶନରଙ୍କୁ ଦେଇ, ଏହାକୁ ମେୟରଙ୍କ ଅଫିସ୍ ଚାମ୍ବରରେ ଭାଙ୍ଗି ଯାଇଥିବା ପାଇଖାନା କବାଟ ସ୍ଥାନରେ ଲଗାଇବାକୁ ଅନୁରୋଧ କରାଯାଇଥିଲା। କଂଗ୍ରେସର ଏଭଳି ନିଆରା ପ୍ରତିବାଦ ସହରରେ ରୋଚକ ଚର୍ଚ୍ଚା ସୃଷ୍ଟି କରିଛି । ତେବେ ଏନେଇ ମେୟରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । 

Advertisment
Congress CMC Mayor Bathroom Door
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ