‘bandh’ in Koraput
ଆଜି ୧୨ ଘଂଟିଆ କୋରାପୁଟ ଜିଲ୍ଲା ବନ୍ଦ ଡାକରା । ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ରୁ ସନ୍ଧ୍ୟା ୬ଯାଏ ଚକ ଅଖ ସହ ସମସ୍ତ ଦୋକାନ ବଜାର ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବାକୁ ଆହ୍ୱାନ ଦେଇଛି ଦଳ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୋରାପୁଟ ଜିଲ୍ଲା ପ୍ରତି ବୈମାତୃକ ମନୋଭାବ ଯୋଗୁଁ ଏହି ବନ୍ଦ ଡାକରା ଦିଆଯାଇଛି ।
କୋରାପୁଟ ଜିଲ୍ଲା ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଓ ଡ୍ରାଇଭିଂ ତାଲିମ୍ କେନ୍ଦ୍ରର ପ୍ରତିଷ୍ଠା ନେଇ ବାରମ୍ବାର ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି । ଏହା ପରେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଏହାର ପ୍ରତିବାଦରେ କୋରାପୁଟ ଜିଲ୍ଲା ବନ୍ଦ ଡାକରା ଦେଇଥିବା କହିଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି ।...
ତେବେ ବନ୍ଦ ସମୟରେ ଜରୁରୀ ସେବାଗୁଡିକୁ ବାଦ ଦିଆଯାଇଛି । ଗୁରୁତର ରୋଗୀ ସ୍ୱାସ୍ଥ୍ୟସେବା ପାଇଁ ଅନାୟାସରେ ଯାଇପାରିବେ। ସେହିପରି ଛାତ୍ରଛାତ୍ରୀଙ୍କ ଥିବା ପରୀକ୍ଷାରେ ମଧ୍ୟ କୌଣସି ବାଧା ପହଞ୍ଚାଯିବ ନାହିଁ । ଅନାୟଶରେ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେ । ବନ୍ଦକୁ ସଫଳ କରିବାକୁ ଆହ୍ୱାନ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683602662.jpg)