Advertisment

Congress Committee Tension: କଂଗ୍ରେସରେ ତେଜିଲା କମିଟି କନ୍ଦଳ, ପିସିସି ମୁଖିଆଙ୍କୁ ମହଙ୍ଗା ପଡ଼ିଲା ବରିଷ୍ଠଙ୍କୁ ଅଣଦେଖା

ପିସିସି ସଭାପତି ଭକ୍ତ ଦାସଙ୍କୁ ବଡ଼ ଝଟକା । ହାତ ଝାଡ଼ି ଦେଲେ ବରିଷ୍ଠ । ମହଙ୍ଗା ପଡିଲା କମିଟିରେ ନେତାଙ୍କୁ ଅଣଦେଖା ! ଆଜି ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦାବିରେ କଂଗ୍ରେସ୍‌ର ଏ ଧାରଣାରୁ ସାମ୍ନାକୁ ଆସିଛି ଦଳ ଭିତରେ ଥିବା ଫାଟ ଆଉ ଅସନ୍ତୋଷ ।

ଅଦ୍ୟତନ ହୋଇଛି
ଭକ୍ତଙ୍କୁ ବରିଷ୍ଠଙ୍କ ବୟକଟ୍ !

ଭକ୍ତଙ୍କୁ ବରିଷ୍ଠଙ୍କ ବୟକଟ୍ !

Advertisment

ଦଳ ଛାଡ଼ିଥିବା ନେତାଙ୍କୁ ଫେରାଇଲେ, ସମସ୍ତଙ୍କୁ ନେଇ ଆଗକୁ ବଢ଼ିବେ ବୋଲି ଦମ୍ଭୋକ୍ତି ଦେଖାଇଥିଲେ ନୂଆ ପିସିସି ସଭାପତି ଭକ୍ତ ଦାସ । କିନ୍ତୁ ଘରେ ପସୁ ପସୁ ଚାଳ ବାଜିଲାଣି । ରାଜ୍ୟ କଂଗ୍ରେସ୍ କମିଟିରୁ ବାଦ୍ ପଡ଼ିଥିବା ନେତାଙ୍କୁ ନେଇ ଦଳରେ ତେଜିଛି ଅସନ୍ତୋଷ । ଓବିସିଙ୍କୁ ସରଂକ୍ଷଣ ପ୍ରସଙ୍ଗରେ ଦଳ ଦେଇଥିବା ଧାରଣାରେ ଏକାଧିକ ବରିଷ୍ଠଙ୍କ ଅନୁପସ୍ଥିତି ଜଳ ଜଳ କରି ସାମ୍ନାକୁ ଆଣିଛି କଂଗ୍ରେସ୍‌ରେ ଫାଟ। ଏମିତିକି ବାଦ୍ ପଡ଼ିଥିବା କିଛି ନେତା ସିଧାସଳଖ କାର୍ଯ୍ୟକ୍ରମକୁ ବୟକଟ୍ କରିଥିବା ଚର୍ଚ୍ଚା ହେଉଛି ।

Advertisment

ଅଧିକ ପଢ଼ନ୍ତୁ: ୟୁସୁଫଙ୍କ ସ୍ଥାନରେ ଅଭିଷେକ ବାନାର୍ଜୀ, ସର୍ବଦଳୀୟ ପ୍ରତିନିଧି ଟିମରେ ସାମିଲ

ପିସିସି ସଭାପତି ଭକ୍ତ ଦାସଙ୍କୁ ବଡ଼ ଝଟକା । ହାତ ଝାଡ଼ି ଦେଲେ ବରିଷ୍ଠ । ମହଙ୍ଗା ପଡିଲା କମିଟିରେ ନେତାଙ୍କୁ ଅଣଦେଖା ! ଆଜି ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦାବିରେ କଂଗ୍ରେସ୍‌ର ଏ ଧାରଣାରୁ ସାମ୍ନାକୁ ଆସିଛି ଦଳ ଭିତରେ ଥିବା ଫାଟ ଆଉ ଅସନ୍ତୋଷ । ରାଜ୍ୟ କମିଟି ଗଠନ ପରେ ପ୍ରଥମ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିଲେ ବାଦ ପଡ଼ିଥିବା ବରିଷ୍ଠ ନେତା ।

Advertisment

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ବେଳେ ଯୋଗ ଦେଲେନି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବିଧାୟକ ରମେଶ ଜେନା, ମହମ୍ମଦ ମୋକିମ୍, ବିଧାୟିକା ସୋଫିଆ ଫିରଦୋସ ଏବଂ କଂଗ୍ରେସ୍ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ଏମିତି କି ସବୁବେଳେ ପଛୁଆ ବର୍ଗ ସଂରକ୍ଷଣକୁ ପ୍ରସଙ୍ଗ କରୁଥିବା ଶ୍ରୀକାନ୍ତ ଜେନା ବି ଆସି ନଥିଲେ ।

ଭକ୍ତଙ୍କ ସାଙ୍ଗରେ ଥିଲେ କେବଳ ବିଧାୟକ ଅଶୋକ ଦାସ ଓ ମଙ୍ଗୁ ଖିଲ । ଆଉ ବରିଷ୍ଠଙ୍କ ଭିତରେ ଶରତ ରାଉତ, ସୁର ରାଉତରାୟ, ସନ୍ତୋଷ ସିଂ ସାଲୁଜା । ରାଜ୍ୟ କମିଟି ଗଠନ ପରେ ପ୍ରଥମ କାର୍ଯ୍ୟକ୍ରମରେ କମିଟିରେ ସ୍ଥାନ ପାଇନଥିବା ନେତାଙ୍କୁ ଅନୁପସ୍ଥିତି ନେଇ ଏବେ ଚର୍ଚ୍ଚା । ନୂଆ ସଭାପତିଙ୍କ ନୂଆ କମିଟିକୁ ନେଇ ତେଜୁଛି କି ଅସନ୍ତୋଷ ? ଆରମ୍ଭରୁ ଝୁଣ୍ଟି ଥିବା ଭକ୍ତ, ଆଗକୁ କଂଗ୍ରେସ ରାଜନୀତିରେ ପଡି ଯିବେନି ତ ଏକା ?

Advertisment

ଭକ୍ତ ଦାସ ସଭାପତି ହେବା ପରେ ଗତ ଶନିବାର ଦିନ ଗଠନ ହୋଇଥିଲା ରାଜ୍ୟ କମିଟି । ୩୦ ଜଣିଆ କମିଟିରେ ଅଭିଜ୍ଞଙ୍କୁ ବାଦ ଏବଂ କିଛି ଯୁବ ଚେହେରାଙ୍କୁ ଅଣଦେଖା ନେଇ ତେଜିଥିଲା ଅସନ୍ତୋଷ । ଦଳ ଭିତରେ ଚାପା ଗୁଞ୍ଜରଣ ଥିଲେ ବି ବାହାରେ ପ୍ରକାଶ କରୁନଥିଲେ । କିନ୍ତୁ ଆଜି ଧାରଣାର ଏ ଚିତ୍ର ଏହାକୁ ସ୍ପଷ୍ଟ କରିଛି ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ । କଂଗ୍ରେସରେ ନୂଆ ସଭାପତି ହେଉ ହେଉ ବିରୋଧ ଆଉ ଗୋଡ଼ ଟଣା ପୁରୁଣା ରୋଗ । କିନ୍ତୁ ଏ ବାବଦରେ ଅଭିଜ୍ଞ ଭକ୍ତ ଦାସ ନେତାଙ୍କୁ କେମିତି ମନାଉଛନ୍ତି ତା ଉପରେ ନଜର ।

ଅଧିକ ପଢ଼ନ୍ତୁ: ଖୁସି ଖବର; ଏ ବର୍ଷ ହେବ କଲେଜ ଇଲେକ୍ସନ୍!

Odisha Congress PCC President Bhakta Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ