Advertisment

College Elections Odisha: ଖୁସି ଖବର; ଏ ବର୍ଷ ହେବ କଲେଜ ଇଲେକ୍ସନ୍!

ଏବର୍ଷ ହୋଇପାରେ କଲେଜ ଇଲେକ୍ସନ୍। ଏନେଇ ସରକାର ଚିନ୍ତା କରୁଛନ୍ତି। ଆଜି ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

ଅଦ୍ୟତନ ହୋଇଛି
collage-election

collage-election

Advertisment

ଏବର୍ଷ ହୋଇପାରେ କଲେଜ ଇଲେକ୍ସନ୍। ଏନେଇ ସରକାର ଚିନ୍ତା କରୁଛନ୍ତି। ଆଜି ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

Advertisment

ଉଚ୍ଚ ଶିକ୍ଷାମନ୍ତ୍ରୀ କହିଛନ୍ତି, ସରକାର ଚିନ୍ତା କରୁଛନ୍ତି କଲେଜ ଇଲେକ୍ସନ୍ କରିବା ପାଇଁ। କଲେଜ ଇଲେକ୍ସନ୍ ପାଇଁ ଦୁର୍ଗାପୂଜା ପୂର୍ବରୁ ପାଠ୍ୟକ୍ରମ ସାରିବାକୁ ପଡ଼ିବ । କଲେଜ ଇଲେକ୍ସନରେ ଯେପରି ପାଠ୍ୟକ୍ରମ ପ୍ରଭାବିତ ହେବ ନାହିଁ, ସେ ବିଷୟରେ ଧ୍ୟାନ ଦେବାକୁ ପଡ଼ିବ। ଏନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ପୂର୍ବରୁ କହିସାରିଛନ୍ତି । କଲେଜ ଇଲେକ୍ସନ୍ ପାଇଁ ଆମର ବି ଆଗ୍ରହ ଅଛି ।

ଅଧିକ ପଢ଼ନ୍ତୁ: ଝିଅ ପାଇଁ ବଢ଼ିଲାକି ବାପାଙ୍କ ସମ୍ପତ୍ତି ? କରିଦେଲେ ୪ଟା ହୋଟେଲ୍‌...

 ସୂଚନାଯୋଗ୍ୟ, ୨୦୧୭ ମସିହାରୁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି। କେତେବେଳେ କରୋନା ତ ପୁଣି ଆଉ କ କେତେବେଳେ ହିଂସା ଭଳି ବିଭିନ୍ନ ବାହାନା ଦେଖାଇ ନବୀନ ସରକାରରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ଥିଲା। ଛାତ୍ର ସଂସଦ ନିର୍ବାଚନ ନେଇ ବିଭିନ୍ନ ଛାତ୍ର ସଂଗଠନ ବିଭିନ୍ନ ସମୟରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓ ଏଥିସହ ସରକାର ନିକଟରେ ଦାବି କରିଛନ୍ତି।

Advertisment

ହେଲେ କିଛି ସୁଫଳ ମିଳିନାହିଁ। ତେବେ ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ଛାତ୍ର ସଂସଦ ନିର୍ବାଚନ ହୋଇପାରେ ବୋଲି କୁହାଯାଉଥିଲା। ଏହିବର୍ଷ କଲେଜ ଇଲେକ୍ସନ୍ ହେବା ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ଦେବା ପରେ ପିଲାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

Advertisment

ଅଧିକ ପଢ଼ନ୍ତୁ: ପଞ୍ଚାୟତ ଉପ ନିର୍ବାଚନ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି; ୨୩ରେ ଭୋଟ୍‌

Student Odisha BJP Suryabanshi Suraj
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ