Advertisment

cm exclusive interview: ବାଦ୍ ପଡ଼ିନାହାନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ , ନିଜେ ସ୍ବୀକାର କଲେ

ବଢ଼ି ଚାଲିଛି କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ଭିତରେ ଅସନ୍ତୁଳନ । କେମିତି ବାଦ୍ ପଡ଼ିନାହାନ୍ତି ଖୋଦ୍ ସିଏମ୍, ଓଟିଭି ଇଣ୍ଟରଭ୍ୟୁରେ ବଖାଣିଲେ ଅନୁଭବ ।ୱାର୍କ ସହ ଲାଇଫକୁ ବାଲାନ୍ସ ପାଇଁ ଯୋଗ ଗୁରୁ ଓ ଡାକ୍ତରଙ୍କ ଟିପ୍ସ

ଅଦ୍ୟତନ ହୋଇଛି
cm exclusive interview

cm exclusive interview

Advertisment

ସମାଜରେ କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ମଧ୍ୟରେ ଅସନ୍ତୁଳନ ଦିନକୁ ଦିନ ବଢ଼ି ଚାଲିଛି। ଏମିତିକି ଏଥିରୁ ବାଦ୍ ପଡ଼ିନାହାନ୍ତି, ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Advertisment

ନିକଟରେ ଓଟିଭିକୁ ଏକ ସ୍ବତନ୍ତ୍ର ସାକ୍ଷାତକାର ଅବସରରେ ଏହାକୁ ସ୍ବୀକାର କରିଛନ୍ତି ମୋହନ। କହିଛନ୍ତି ବର୍ଷକର ଶାସନ କାଳ ଭିତରେ ସରକାରୀ କାମ କରୁ କରୁ ସେ ପରିବାରକୁ ଅବହେଳା କରିଛନ୍ତି।

ଅଧିକ ପଢ଼ନ୍ତୁ: ବିଜେପି ସରକାରରେ କେମିତି କାମ କରୁଛନ୍ତି ଅଫିସର, କ’ଣ କହିଲେ ମୋହନ...

Advertisment

ଆରମ୍ଭ ଆରମ୍ଭରେ ରାତି ୪ ଯାଏଁ ବି ଲୋକସେବା ଭବନରେ ବସି କାମ କରୁଥିଲେ। ଏବେ ବି ଘରକୁ ଫେରିବା ବେଳକୁ ରାତି ୧୨ ବାଜି ଯାଉଛି। ଆଉ ସେଇଥିପାଇଁ ଏଣିକି ପରିବାର ପାଇଁ ସମୟ କାଢ଼ିବାକୁ ଚିନ୍ତା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

କେବଳ ମୁଖ୍ୟମନ୍ତ୍ରୀ କାହିଁକି, ବର୍ତ୍ତମାନ ସମୟରେ କେଉଁଠି ନା କେଉଁଠି ସମାଜର ପ୍ରାୟ ସବୁ ବର୍ଗଙ୍କ ୱାର୍କ-ଲାଇଫ୍ ସନ୍ତୁଳନ ବିଗିଡ଼ି ଯାଇଛି। କିଏ କାମକୁ ସମୟ ଦେଉ ଦେଉ ପରିବାରକୁ ଅଣଦେଖା କରିଛି ତ’ ନିଜ ଶରୀର ଯତ୍ନ ନେବା ବି ଭୁଲିଯାଇଛି।

Advertisment

ଏନେଇ ଯୋଗଗୁରୁଙ୍କ କହିବା କଥା, ମଣିଷ ଜୀବନରେ ଟାଇମ୍ ମ୍ୟାନେଜମେଣ୍ଟ ବା ସମୟ ପରିଚାଳନା ସବୁଠୁ ଗୁରୁତ୍ବପୂର୍ଣ୍ଣ। ଜଣେ ବ୍ୟକ୍ତିଙ୍କୁ ପ୍ରତିଦିନ ନିଜ ଶରୀର ଲାଗି ଅର୍ଥାତ୍ ଯୋଗ ପ୍ରାଣାୟମ, ଖାଇବା ଓ ବିଶ୍ରାମ ନେବାକୁ ଅତିକମ୍ ରେ ୮ ଘଣ୍ଟା ସମୟ ଦେବା ଆବଶ୍ୟକ।

ସେହିପରି ପରିବାର ପାଇଁ ଦିନକୁ ୪ ଘଣ୍ଟା ବାହାର କରିବାକୁ ହେବ। ଏହାବାଦ୍ ବି ଜଣେ ଚାହିଁଲେ, ନିଜ କାମ ପାଇଁ ୧୨ ଘଣ୍ଟା ପର୍ଯ୍ୟନ୍ତ ବି ସମୟ ଦେଇପାରିବ। ତେଣୁ ଯଦି ଟାଇମ୍ ମ୍ୟାନେଜମେଣ୍ଟ କରିପାରିଲେ, ଜଣେ କେବଳ ୱାର୍କ-ଲାଇଫ୍ ନୁହେଁ, ନିଜକୁ ବି ସବୁବେଳେ ସୁସ୍ଥ ରଖିପାରିବେ।

ପ୍ରଶ୍ନ ଉଠୁଛି, ଯଦି ୱାର୍କ-ଲାଇଫ୍ ବାଲାନ୍ସ ବିଗିଡ଼ିବ, କ’ଣ ସମସ୍ୟା ଉପୁଜେ? ଏ ସମସ୍ୟାରୁ କିଭଳି ମୁକୁଳିବେ? ମାନସିକ ରୋଗ ବିଶେଷଜ୍ଞଙ୍କ ମତରେ, କର୍ମ ଓ ପାରିବାରିକ ଜୀବନ ମଧ୍ୟରେ ବାଲାନ୍ସ ନରହିଲେ, ବ୍ୟକ୍ତି ଚିଡ଼ିଚିଡ଼ା ହୋଇଯିବ, ଅବସାଦକୁ ପଳାଇବ। ଭୋକ ଲାଗିବନି କି ଠିକ୍ ରେ ନିଦ ହେବନି।

ଯାହା ଖାଇଲେ ହଜମ ବି ହେବନି। ମୋଟାପା ଗ୍ରାସ କରିବ। ଏମିତିକି ରକ୍ତଚାପ ଓ ମଧୁମେହ ବଢ଼ିଯିବ। ନିଶାସେବନ କରିବାର ଆଶଙ୍କା ବି ରହିଛି। ଏଥିରୁ ମୁକୁଳିବା ଲାଗି, ଘର କାମ ଘରେ ଓ ଅଫିସ କାମ ଅଫିସରେ କରନ୍ତୁ। ଜୀବନର ଏ ସୀମା ଡିଅନ୍ତୁ ନାହିଁ। ଏହାଛଡ଼ା ନିଜର ଯତ୍ନ ନିଅନ୍ତୁ, ଶାରୀରିକ ଭାବେ ସୁସ୍ଥ ରୁହନ୍ତୁ।

ନିଜେ ଖୁସି ରହିବା ସହ ଅନ୍ୟକୁ ମଧ୍ୟ ଖୁସିରେ ରଖନ୍ତୁ। ବର୍ତ୍ତମାନ ସମୟର ବ୍ୟସ୍ତବହୂଳ ଜୀବନଶୈଳୀ ମଧ୍ୟରେ କର୍ମକ୍ଷେତ୍ର ଓ ପରିବାର ମଧ୍ୟରେ ଅସନ୍ତୁଳନ ବୃଦ୍ଧି କାରଣରୁ ଅନେକ ସମ୍ପର୍କ ଅଳ୍ପଦିନ ଭିତରେ ଭାଙ୍ଗିଯାଉଛି, ଆଉ ବହୁ ଘର-ସଂସାରକୁ ବି ଉଜାଡ଼ି ଦେଉଛି।

ଅଧିକ ପଢ଼ନ୍ତୁ: ପ୍ରଥମ ବର୍ଷର ଲମ୍ବା ସଫଳତା ଗଣାଇଲେ ମୁଖ୍ୟମନ୍ତ୍ରୀ; କହିଲେ, ଆଗକୁ ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀରେ ପହଞ୍ଚିବି

Mohan Majhi Lokaseva Bhawan Chief Minister Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ