Advertisment

ସମଦୂରତା ନାଁରେ ସମଝୌତାରେ ଚାଲିଛି କି ଶଙ୍ଖ ଦଳ ?

ବଦଳୁଛି କି ବିଜେଡିର ଆଭିମୁଖ୍ୟ? ମୋଦିଙ୍କ ଆଡକୁ ଢଳୁଛନ୍ତି କି ନବୀନ? ରାଜ୍ୟରେ ବିଜେପି ସହ ଲଢେଇ, ଦିଲ୍ଲୀରେ ଚାଲିଛି କି କୋଳୋକୋଳି ? ନିର୍ବାଚନ ପୂର୍ବରୁ ନୂଆ ସମୀକରଣ ନେଇ ବିଚାର କରୁଛି କି ଶଙ୍ଖ ଦଳ ?

ଅଦ୍ୟତନ ହୋଇଛି
undefined

Modi Naveen Politics

Advertisment

ନୂଆ ସଂସଦ ଭବନ ଉଦଘାଟନୀ କାର୍ଯ୍ୟକ୍ରମରେ ବିଜେଡି ଯୋଗ ଦେବାକୁ ଘୋଷଣା କରିବା ପରେ ତେଜିଲା ରାଜନୀତି। ରାଷ୍ଟ୍ରପତିଙ୍କ ବଦଳରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଏହାର ଉଦଘାଟନ କାର୍ଯ୍ୟକ୍ରମ ଥିବାରୁ ଜାତୀୟ ସ୍ତରରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିରୋଧୀ । ଏଭଳି ସ୍ଥିତିରେ ବିଜେଡିର ନିଷ୍ପତ୍ତିକୁ ନେଇ ଦଳକୁ ଟାର୍ଗେଟ୍ କରିଛି କଂଗ୍ରେସ । ମୋଦିଙ୍କ ସହ ନବୀନ ରହିଥିବା କଂଗ୍ରେସ ଅଭିଯୋଗ କରିଥିବାବଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ବିଜେଡିର ଏହା ଭଲ ନିଷ୍ପତ୍ତି । ସେପଟେ ବିଜେଡି କହିଛି, ଏହାକୁ ନେଇ ରାଜନୀତି ନହେଉ ।

Advertisment

ବଦଳୁଛି କି ବିଜେଡିର ଆଭିମୁଖ୍ୟ? ମୋଦିଙ୍କ ଆଡକୁ ଢଳୁଛନ୍ତି କି ନବୀନ? ରାଜ୍ୟରେ ବିଜେପି ସହ ଲଢେଇ, ଦିଲ୍ଲୀରେ ଚାଲିଛି କି କୋଳୋକୋଳି ? ନିର୍ବାଚନ ପୂର୍ବରୁ ନୂଆ ସମୀକରଣ ନେଇ ବିଚାର କରୁଛି କି ଶଙ୍ଖ ଦଳ ? ଏସବୁକୁ ନେଇ ଏବେ ଜୋରାଦର ଚର୍ଚ୍ଚା । କାରଣ ବନ୍ଦେ ଭାରତ ଏକ୍ସପ୍ରେସ୍ ଲୋକାର୍ପିତ କାର୍ଯ୍ୟକ୍ରମରେ ମୋଦିଙ୍କୁ ପ୍ରଂଶସା ସହ ପୁଣିଥରେ ମୋଦି ପ୍ରଧାନମନ୍ତ୍ରୀ ହେବେ ବୋଲି ପରୋକ୍ଷରେ ଆକଳନ କରିଥିଲେ ନବୀନ। ଆଉ ଏବେ ନୂଆ ସଂସଦ ଭବନ ଉଦଘାଟନ କାର୍ଯ୍ୟକ୍ରମରେ ବିଜେଡି ଯୋଗ ଦେବ ବୋଲି ନିଷ୍ପତ୍ତି ନେଇଛି। 

ରାଷ୍ଟ୍ରପତିଙ୍କ ଦ୍ବାରା ସଂସଦ ଭବନ ଲୋକାର୍ପଣ କରାନଯାଇ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ ହେବାକୁ ଯାଉଥିବାରୁ ଜାତୀୟ ସ୍ତରରେ ରାଜନୀତି ତେଜିଛି। ଏପରିକି ୨୦ଟି ଦଳ କାର୍ଯ୍ୟକ୍ରମରେ ସାମିଲ ହେବେନାହିଁ ବୋଲି ଘୋଷଣା କରିସାରିଛନ୍ତି । ଯେହେତୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶାର ଝିଅ, ତେଣୁ ବିଜେଡିର ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ଥିଲା। ତେବେ ବିଜେଡି ନିଜ ନିଷ୍ପତ୍ତି ଜଣାଇବା ପରେ ଏହାକୁ ସମାଲୋଚନା କରିଛି କଂଗ୍ରେସ ।

Advertisment

ରାଷ୍ଟ୍ରପତି ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ, ଦ୍ରୌପଦୀଙ୍କୁ ଭଉଣୀ ବୋଲି ସମ୍ବୋଧିତ କରିଥିଲେ। ଏବେ ଭଉଣୀ ପ୍ରେମ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ମୋଦିଙ୍କ ସହ ନବୀନ ରହିଥିବା ସେ ଅଭିଯୋଗ କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବିଜେଡିର ଏହା ଭଲ ନିଷ୍ପତ୍ତି । ସେପଟେ ବିଜେଡି କହିଛି ଏହା ଏକ ସାମ୍ବିଧାନିକ ଉତ୍ସବ ହୋଇଥିବରୁ ଏହା ଉପରେ ରାଜନୀତି ହେବା ଉଚିତ୍ ନୁହେଁ ।

ଗତ କିଛି ଦିନ ଧରି ନବୀନଙ୍କ ଗତିବିଧି ଓ ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ସାଧାରଣ ନିର୍ବାଚନ ପୂର୍ବରୁ କିଛି ନୂଆ ଫର୍ମୁଲା ଉପରେ ଚିନ୍ତା କରୁଛି କି ବିଜେଡି? ସମଦୂରତା ନାଁରେ ସେଫ୍ ଗେମ୍ ଖେଳୁଛି କି ଶଙ୍ଖ ଦଳ? ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମୋଦି ସରକାରଙ୍କୁ ସମର୍ଥନ କରି ଶାଣିତ ଆକ୍ରମଣ କରୁଥିବା ରାଜ୍ୟ ବିଜେପିକୁ ଦ୍ୱନ୍ଦ୍ୱରେ ପକାଉଛି କି ବିଜେଡି?

Advertisment

ଜାତୀୟ ରାଜନୀତିରେ ଏବେ ବିଜେପି ବିରୋଧରେ ଏକାଠି ହେଉଛନ୍ତି ଅନେକ ରାଜନୈତିକ ଦଳ । ଅନ୍ୟପକ୍ଷରେ ନିକଟରେ ନୀତୀଶଙ୍କ ସହ ଭେଟଘାଟ ପରେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନି ବୋଲି କହିଥିଲେ ନବୀନ। ଦିନକ ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ନବୀନ କହିଥିଲେ ତୃତୀୟ ସାମ୍ମୁଖ୍ୟ ସହ ବିଜେଡି ନାହିଁ । ପରେପରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଉଦଘାଟନ କାର୍ଯ୍ୟକ୍ରମରେ ମୋଦିଙ୍କ ପ୍ରଶଂସା, ଆଉ ଏବେ ସଂସଦ ଭବନ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବ ବୋଲି ସ୍ପଷ୍ଟ କରିବା ପରେ ବିଜେପି-ବିଜେଡି ମଧୁର ସଂପର୍କ ଚର୍ଚ୍ଚା ପୁଣି ଥରେ ଜୋର ଧରିଛି। 

BJD BJP CM Naveen Patnaik New Parliament Building PM Narendra Modi Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ