Advertisment

‘ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମନ୍ତ୍ରୀମାନଙ୍କ ଆବଶ୍ୟକତା ନ ଥାଏ’

‘ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସର୍ବଦା ସିଏମ୍‌ଓ ଦ୍ୱାରା ପରିଚାଳିତ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମନ୍ତ୍ରୀମାନଙ୍କ ଆବଶ୍ୟକତା ନ ଥାଏ’ ବୋଲି ମୁଖ୍ୟମନ୍ତ୍ରୀ ଆଜି ବିଧାନସଭାରେ ବିବୃତିରେ କହିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
CM grievance cell is handled by the CMO says CM Naveen Patnaik

CM grievance cell is handled by the CMO says CM Naveen Patnaik

ସିଏମ୍‌ଓ ଜନଶୁଣାଣି, ହେଲିକପ୍ଟର ଖର୍ଚ୍ଚ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ବିବୃତି ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ‘କୋଭିଡ଼ ସମୟରେ ଏହି ସମାନ ଟିମ୍‌ ଜିଲ୍ଲା ବୁଲି ତଦାରଖ କରୁଥିଲା। ଅନ୍ୟମାନେ ଘରେ ଥିବା ବେଳେ ସିଏମ୍‌ଓ ଟିମ୍ ଜୀବନକୁ ବାଜି ଲଗାଇ ବୁଲୁଥିଲା।’

Advertisment

‘ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସର୍ବଦା ସିଏମ୍‌ଓ ଦ୍ୱାରା ପରିଚାଳିତ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମନ୍ତ୍ରୀମାନଙ୍କ ଆବଶ୍ୟକତା ନ ଥାଏ। ବିଭାଗୀୟ ମୁଖ୍ୟ ହିସାବରେ ସମସ୍ୟା ସମାଧାନରେ ମନ୍ତ୍ରୀଙ୍କ ଯଥେଷ୍ଟ ଭୂମିକା ରହିଛି’ ବୋଲି ମୁଖ୍ୟମନ୍ତ୍ରୀ ବିବୃତିରେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ‘ଯଦି ୫୭ ହଜାର ଆବେଦନକାରୀ ଭୁବନେଶ୍ୱର ଆସିଥାନ୍ତେ, କେତେ ଖର୍ଚ୍ଚାନ୍ତ ହୋଇଥାନ୍ତେ। ସିଏମ୍‌ଓ ସେମାନଙ୍କ ନିକଟକୁ ଯାଇ ସେମାନଙ୍କ ଅର୍ଥବ୍ୟୟକୁ ରୋକି ପାରିଛି’।

Advertisment

ବିବୃତି ସହ ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀ ଟାର୍ଗେଟ କରିଛନ୍ତି। କହିଛନ୍ତି, ‘ସେମାନଙ୍କ ଅଞ୍ଚଳର ବହୁ ସମସ୍ୟା ସମାଧାନ ହୋଇଥିବାରୁ ବିରୋଧୀ ଖୁସି ହେବା କଥା। ଲୋକଙ୍କ ସମସ୍ୟା ସମାଧାନକୁ କାହିଁକି ବିରୋଧ ହେଉଛି ମୁଁ ବୁଝିପାରୁନି। ଏଭଳି ବିରୋଧ ଜନବିରୋଧୀ, ଲୋକମାନେ ସେମାନଙ୍କୁ ଉପଯୁକ୍ତ ଜବାବ ଦେବେ।’

ସେପଟେ ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ‘୪୦ କୋଟି ଟଙ୍କା ଖର୍ଚ୍ଚ ହେବା ହାସ୍ୟାସ୍ପଦ। ମୋଟ୍‌ ୪୦ କୋଟି ନୁହେଁ, ଗୋଟିଏ ମିଟିଂରେ ୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଫାଇଭ୍‌ ଟି ସଚିବଙ୍କ ଗସ୍ତରେ ମୋଟ୍‌ ୬ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଚନ୍ଦ୍ରାୟାନଠାରୁ ବି ଅଧିକ ଖର୍ଚ୍ଚ ହୋଇଛି।’

CM Naveen Patnaik
Advertisment
Advertisment