ପୌର ନିର୍ବାଚନ ଲାଗି ଆଜି ମତଦାନ। ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହା ଚାଲିବ। ରାଜ୍ୟର ୧୦୬ ମ୍ୟୁନିସିପାଲିଟି, ଏନ୍ଏସି ଓ ୩ ମହାନଗର ନିଗମର ୪୦ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ପ୍ରତିନିଧିଙ୍କୁ ନିର୍ବାଚିତ କରିବେ। ତେବେ ଭୋଟ୍ଦାନ ପୂର୍ବ ରାତିରେ ଅନ୍ଧାରି ବିଜେ।
ପୌର ଭୋଟ୍ ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ‘ନୋଟ୍ ଫର୍ ଭୋଟ୍’ର ସାଙ୍ଘାତିକ ଅଭିଯୋଗ ଆସିଛି। ବ୍ରହ୍ମପୁରରୁ ମଧ୍ୟ ଏଭଳି କିଛି ଅଭିଯୋଗ ଆସିଛି। ଏହି କାରଣରୁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଜଣେ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। ବ୍ରହ୍ମପୁର ମହାନଗର ୩୬ ନମ୍ବର ଓ୍ୱାର୍ଡରେ ଗତକାଲି ରାତିରେ ଏହି ଘଟଣା ଘଟିଛି।
ସୂଚନା ଅନୁସାରେ, ବ୍ରହ୍ମପୁର ମହାନଗର ୩୬ ନମ୍ବର ଓ୍ୱାର୍ଡରେ ରାତି ଅଧରେ ଗୋଟିଏ ଗୋଷ୍ଠୀର ୫ରୁ ୭ଜଣ ଲୋକ ବାଇକ୍ରେ ଆସି ସାହି ଲୋକମାନଙ୍କୁ ପ୍ରଭାବିତ କରୁଥିଲେ। ଏନେଇ ଅନ୍ୟ ଏକ ଗୋଷ୍ଠୀର ଜଣେ ଯୁବକ ଏହା ଦେଖି ପ୍ରତିବାଦ କରିଥିଲେ। ଫଳରେ ଯୁବକ ଜଣକ ଆକ୍ରମଣର ଶିକାର ହୋଇଥିଲେ।
ଆକ୍ରମଣରେ ଯୁବକଙ୍କ ମୁହଁ ଫାଟି ଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାସ୍ଥଳରୁ ସେମାନଙ୍କୁ ଘଉଡ଼ାଇଥିଲା।