Advertisment

ପର୍ଦ୍ଦାଫାସ ହେବ କି ଚିତ୍ତ ମୃତ୍ୟୁ ରହସ୍ୟ ? ତଦନ୍ତ କରିବ କ୍ରାଇମବ୍ରାଞ୍ଚ୍‌

ବିଜେଡି ନେତା ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତ ରଞ୍ଜନ ପଲେଇଙ୍କ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ। ଗତ ୧୩ ତାରିଖରେ ପୁରୀ ନୂଆନଈ ନିକଟରେ ଚିତ୍ତ ରଞ୍ଜନଙ୍କ ମୃତଦେହ ମିଳିଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Chittaranjan Palai murder case

Chittaranjan Palai murder case

ଭୁବନେଶ୍ୱର: ବିଜେଡି ନେତା ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତ ରଞ୍ଜନ ପଲେଇଙ୍କ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ। ଏନେଇ ପୋଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି। ପ୍ରେସ୍ ରିଲିଜ ଜାରି କରି ଡିଜିପି ଅଭୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଗତ ୧୩ ତାରିଖରେ ପୁରୀ ନୂଆନଈ ନିକଟରେ ଚିତ୍ତ ରଞ୍ଜନଙ୍କ ମୃତଦେହ ମିଳିଥିଲା। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ସଦର ଥାନା ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ତେବେ ମାମଲାରେ ବିଜେଡି ନେତା ସଞ୍ଜୟ ଦାସ ବର୍ମାଙ୍କ ସମ୍ପୃକ୍ତି ନେଇ ପରିବାର ଲୋକେ ଅଭିଯୋଗ ଆଣିବା ପରେ ସଞ୍ଜୟଙ୍କ ଅଡ଼ୁଆ ବଢିଛି। 

ଡିଜିପିଙ୍କ ନିର୍ଦ୍ଦେଶ ପରେ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ୪ ଜଣିଆ ଟିମ୍ ଗଠନ କରିଛି। ଡିଏସ୍‌ପି ଶିଶିର କୁମାର ମିଶ୍ର ଟିମ୍‌ର ନେତୃତ୍ୱ ନେବେ। ଏହି ଟିମ୍‌ରେ ଜଣେ ଇନ୍ସପେକ୍ଟର, ଜଣେ ସବ୍ଇନ୍ସପେକ୍ଟର ଓ ଜଣେ ASI ରହିଛନ୍ତି। ଟିମ୍ ଆଜି ପୁରୀ ଯାଇ ସ୍ଥାନୀୟ ପୋଲିସ ଠାରୁ ତଦନ୍ତ ଭାର ଗ୍ରହଣ କରିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି। କ୍ରାଇମବ୍ରାଞ୍ଚ ଟିମ ସବୁ ଦିଗରୁ ତଦନ୍ତ କରିବ ବୋଲି ସେ କହିଛନ୍ତି।  

Advertisment

ଗତକାଲି ପ୍ରେସ୍‌ମିଟ୍ କରି ବିଜେପି କହିଥିଲା,‘ମୃତକଙ୍କ ପରିବାର ସିଧାସଳଖ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଏହି ଘଟଣାରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତୁରନ୍ତ ତାଙ୍କ ପଦରୁ ଇସ୍ତଫା ଦିଅନ୍ତୁ’

କୁହାଯାଉଛି, ମୃତ ଯୁବକ ଚିତ୍ତ ରଞ୍ଜନ ବରିଷ୍ଠ ବିଜେଡି ନେତା ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ। ତେଣୁ ଏହାକୁ ସୁପରିକଳ୍ପିତ ହତ୍ୟାକାଣ୍ଡ ଏବଂ ଏଥିରେ ଦାସବର୍ମାଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ। ସେପଟେ ସଞ୍ଜୟ ଦାସବର୍ମା କହିଛନ୍ତି, ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ।

Sanjay Dasburma BJD Leader Chittaranjan Palai Murder Case
Advertisment
Advertisment