• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନବଜୋତ ସିଂ ସୁଦ୍ଧୁଙ୍କ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ପାଣିରେ ପଡ଼ିପାରେ । ପଞ୍ଜାବ କଂଗ୍ରେସର ଚେହେରା ହୋଇପାରନ୍ତି ଚନ୍ନି । ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିବାକୁ ପ୍ରସ୍ତୁତି ଚଳାଇଛି କଂଗ୍ରେସ ଦଳ । ପଞ୍ଜାବରେ ଦଳର ମୁଖ୍ୟ କିଏ ହେବ, ଫେବୃଆରୀ ୬ରେ ସବୁ ସସପେନ୍ସରୁ ପରଦା ଉଠିବ । ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଫେବୃଆରୀ ୬ରେ ଚରଣଜିତ ସିଂ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି । କଂଗ୍ରେସ ପାର୍ଟିର ସୂତ୍ର ଅନୁସାରେ ଏହି ସୂଚନା ମିଳିଛି । ଦଳର ସର୍ଭେ ଅନୁସାରେ ଚନ୍ନି ଆଗୁଆ ଅଛନ୍ତି ।

କଂଗ୍ରେସର ପ୍ରାର୍ଥୀ, ସାଂସଦ ଏବଂ ବିଧାୟକଙ୍କ ମତାମତ ଜାଣିବାକୁ କଂଗ୍ରେସ ପକ୍ଷରୁ ଏକ ସର୍ଭେ କରାଯାଇଥିଲା । କିଏ ହେବ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚେହେରା ? ବର୍ତ୍ତମାନ ସମୟରେ ଦୁଇଟି ନାମକୁ ନେଇ ଚର୍ଚ୍ଚା ହେଉଛି । ଉପରେ ଦ୍ରୁତ ଆଲୋଚନା ହୋଇଥିଲା। ତେବେ ନବଜୋତ ସିଂ ସିଦ୍ଧୁଙ୍କୁ ଅଗ୍ରାଧିକାର ଦିଆଯିବ ନାହିଁ ବୋଲି କୁହାଯାଉଛି । ଦଳ ପକ୍ଷରୁ ସାଧାରଣ ଜନତାଙ୍କୁ ମଧ୍ୟ କଲ୍ କରାଯାଉଛି ଏବଂ ଲୋକମାନଙ୍କୁ ସେମାନଙ୍କର ମତାମତ ପଚରାଯାଉଛି । ଏକ ସ୍ୱୟଂଚାଳିତ କଲ୍ ସିଷ୍ଟମ୍ ମାଧ୍ୟମରେ ଏହି କାମ କରାଯାଉଛି । ଆସନ୍ତା କିଛି ଦିନ ମଧ୍ୟରେ ୧.୫ କୋଟି ଲୋକଙ୍କୁ କଲ୍ କରି ତାଙ୍କ ମତାମତ ପଚରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୀ କୁହାଯାଇଛି ।

କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାଛିବା ପାଇଁ ଦଳର ନେତା ଓ କର୍ମୀଙ୍କ ସହ ଆଲୋଚନା ଆରମ୍ଭ କରି ସାରିଛନ୍ତି । ରାଜ୍ୟ କଂଗ୍ରେସ୍‌ର ଏକ ମାଧ୍ୟମରେ କଂଗ୍ରେସ ନେତା ଓ କର୍ମୀଙ୍କ ମତାମତ ନିଆଯାଉଛି । ସୂତ୍ରରୁ ଜଣାପଡିଛି ଯେ ରାହୁଲ ଗାନ୍ଧୀ ଫେବୃଆରୀ ୬ରେ ପଞ୍ଜାବ ଗସ୍ତରେ ଯାଇ ଏ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ।

ଗତ କିଛି ସପ୍ତାହ ମଧ୍ୟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଏବଂ ରାଜ୍ୟ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ନିଜକୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଘୋଷଣା କରିବା କଥା କହିଛନ୍ତି ।

କିନ୍ତୁ ଚରଣଜିତ ସିଂ ଚନ୍ନି ଏହି ରେସରେ ଆଗରେ ଥିବା ଜଣାପଡ଼ିଛି । ଚରଣଜିତ୍ ସିଂ ଚାନ୍ନି ଅନୁସୂଚିତ ଜାତିର ହୋଇଥିବା ବେଳେ ତାଙ୍କୁ ଦୁଇଟି ବିଧାନସଭା ଆସନ ଚମକୌର ଓ ଭଦୌଡ଼ରୁ ପ୍ରାର୍ଥି କରାଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ସ୍ଥାନରେ ଚନ୍ନିଙ୍କୁ ଚୟନ କରି କଂଗ୍ରେସ ଅନୁସୂଚିତ ଜାତି ଭୋଟ୍ ବ୍ୟାଙ୍କକୁ ହାତେଇବା ପାଇଁ ଚେଷ୍ଟା କରୁଛି ।