Advertisment

ଆନ୍ଧ୍ରରେ ସରକାର ଗଢିବେ ଚନ୍ଦ୍ରବାବୁ ନାଇଡୁ; ଆଜି ନେବେ ଶପଥ

ଚନ୍ଦ୍ରବାବୁ ନାଇଡୁ ଚତୁର୍ଥ ଥର ପାଇଁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ୧୯୯୫ରେ ନାଇଡୁ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ନାଇଡୁ ଦୁଇଥର ସଂଯୁକ୍ତ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ କାର୍ଯ୍ୟକାଳ କ୍ରମାଗତ ୯ ବର୍ଷ ପରେ ୨୦୦୪ରେ ସମାପ୍ତ ହୋଇଥିଲା ।

ଅଦ୍ୟତନ ହୋଇଛି
N. Chandrababu Naidu Oath Taking Ceremony

N. Chandrababu Naidu

Advertisment

ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ହେବ ଶପଥ ଗ୍ରହଣ ସମାରୋହ। ଶପଥ ପୂର୍ବରୁ ଗତକାଲି ବିଜୟୱାଡ଼ାରେ ପହଞ୍ଚି ଚନ୍ଦ୍ରବାବୁଙ୍କୁ ଭେଟିଛନ୍ତି ଶାହ ଓ ନଡ୍ଡା। ନାଇଡୁଙ୍କ ସହ ମନ୍ତ୍ରିମଣ୍ଡଳ ଆଜି ଶପଥ ନେବ।

Advertisment

ଜନସେନା ମୁଖ୍ୟ ପୱନ କଲ୍ୟାଣ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଗତକାଲି ବିଧାୟକ ଦଳ ବୈଠକରେ ନାଇଡୁଙ୍କୁ ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ରାଜ୍ୟ ରାଜଧାନୀକୁ ନେଇ ନିଜର ସ୍ପଷ୍ଟୀକରଣ ରଖିଛନ୍ତି ଚନ୍ଦ୍ରବାବୁ ନାଇଡୁ। ଆନ୍ଧ୍ରପ୍ରଦେଶର ଗୋଟିଏ ରାଜଧାନୀ, ଅମରାବତୀ ହିଁ ରାଜଧାନୀ ରହିବ ବୋଲି ବିଧାୟକ ଦଳ ବୈଠକରେ କହିଛନ୍ତି ନାଇଡୁ।

ଅଧିକ ପଢ଼ନ୍ତୁ: ଆଜିଠୁ ମୋହନ ସରକାର; ଶପଥ ଗ୍ରହଣ ପାଇଁ ଜନତା ମଇଦାନରେ ଭବ୍ୟ ଆୟୋଜନ

ସକାଳ ୧୧ଟା ୨୭ରେ ବିଜୟୱାଡାର କେସରପାଲି ଆଇଟି ପାର୍କରେ ଶପଥ ଗ୍ରହଣ ସମାରୋହ ରହିଛି। ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ପରେ ଏହା ତାଙ୍କର ଚତୁର୍ଥ କାର୍ଯ୍ୟକାଳ ହେବ। ବିଜୟୱାଡାରେ ବିଜେପି ନେତୃତ୍ୱାଧୀନ ଏନଡିଏ ବୈଠକ ବସିଥିଲା। ଏହି ବୈଠକରେ ସହଯୋଗୀ ଦଳ ଜେଡିୟୁ, ଓ ଜନସେନାର ନବ ନିର୍ବାଚିତ ବିଧାୟକମାନେ ଯୋଗ ଦେଇଥିଲେ। ସର୍ବସମ୍ମତି କ୍ରମେ ଚନ୍ଦ୍ରବାବୁ ନାଇଡୁଙ୍କୁ ଦଳର ମୁଖ୍ୟ ଭାବେ ନିର୍ବାଚିତ କରାଯାଇଛି।

Advertisment

ଚନ୍ଦ୍ରବାବୁ ନାଇଡୁ ଚତୁର୍ଥ ଥର ପାଇଁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ୧୯୯୫ରେ ନାଇଡୁ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ନାଇଡୁ ଦୁଇଥର ସଂଯୁକ୍ତ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ କାର୍ଯ୍ୟକାଳ କ୍ରମାଗତ ୯ ବର୍ଷ ପରେ ୨୦୦୪ରେ ସମାପ୍ତ ହୋଇଥିଲା । ଆନ୍ଧ୍ରପ୍ରଦେଶର ବିଭାଜନ ପରେ ନାଇଡୁ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ।

ସେ ୨୦୧୪ରେ ବିଭାଜିତ ଆନ୍ଧ୍ରପ୍ରଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ୨୦୧୯ରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା।୨୦୧୯ରେ ନିର୍ବାଚନ ହାରିବା ପରେ ୨୦୧୪ ପର୍ଯ୍ୟନ୍ତ ବିରୋଧୀ ଦଳ ନେତା ରହିଥିଲେ। ୨୦୨୪ ନିର୍ବାଚନରେ ଏକ ବଡ଼ ବିଜୟ ପରେ ପୁଣି ଥରେ ସେ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି। ଟିଡିପି, ଭାଜପା ଏବଂ ଜନସେନାଙ୍କୁ ନେଇ ଗଠିତ ଏନଡିଏ ଲୋକ ସଭାରେ ୨୧ଟି ଏବଂ ବିଧାନସଭାରେ ୧୬୪ଟି ଆସନ ଜିତିଛି।

Advertisment

ଅଧିକ ପଢ଼ନ୍ତୁ: ଶପଥ ପୂର୍ବରୁ ବଡ଼ ନିଷ୍ପତ୍ତି, ୩୦ ଯାଏଁ ସରକାରୀ କର୍ମଚାରୀଙ୍କୁ ଛୁଟି ମନା

Andhra Pradesh PM Narendra Modi Chandrababu Naidu Oath Taking Ceremony
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ