Advertisment

ପଦ୍ମପୁରରେ ୩ ବିଜେଡି କର୍ମୀଙ୍କ ଘରେ ରେଡ୍ !

ପଦ୍ମପୁରରେ ୩ ବିଜେଡି କର୍ମୀଙ୍କ ଘରେ ରେଡ୍ ହୋଇଥିବା ଜଣାପଡ଼ିଛି। ଆଜି ସକାଳୁ ସକାଳୁ କେନ୍ଦ୍ରୀୟ ଟିମ୍ ପକ୍ଷରୁ ଏହି ରେଡ୍ ଚାଲିଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Central Team Raids In Padampur

Central Team Raids In Padampur

Advertisment

ପଦ୍ମପୁରରେ ୩ ବିଜେଡି କର୍ମୀଙ୍କ ଘରେ ରେଡ୍ ହୋଇଥିବା ଜଣାପଡ଼ିଛି। ଆଜି ସକାଳୁ ସକାଳୁ କେନ୍ଦ୍ରୀୟ ଟିମ୍ ପକ୍ଷରୁ ଏହି ରେଡ୍ ଚାଲିଥିବା ସୂଚନା ମିଳିଛି। ପଦ୍ମପୁର ବହିଦାର ପଡାର ମହମ୍ମଦ ସାଜିଦ୍, ସାହୁପଡାର ମାନଭଞ୍ଜନ ସାହୁ ଓ ବଡପଡାର ଗଜୁ ଅଗ୍ରୱାଲଙ୍କ ଘରେ ଚଢଉ ଚାଲିଛି। ଘଟଣାସ୍ଥଳରେ ସଶସ୍ତ୍ର CRPF ଯବାନ ମୁତୟନ ହୋଇଛନ୍ତି।  

Advertisment

ଗତକାଲି ବରଗଡ଼ ସୋହେଲାରେ ଜଣେ ବିଜେପି କର୍ମୀଙ୍କ ଘରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ନରେନ୍ଦ୍ର ସିଂ ତୋମାର ଭୋଜନ କରିବା ସମୟରେ ଜଣେ ବ୍ୟକ୍ତି ସେମାନଙ୍କର ଫଟୋ ଉଠାଇବାକୁ ଉଦ୍ୟମ କରିଥିଲେ। ସେପଟେ ଏହି ଘଟଣାର ଦିନକ ପରେ ଅର୍ଥାତ୍‌ ଆଜି ପଦ୍ମପୁରରେ ୩ ବିଜେଡି କର୍ମୀଙ୍କ ଘରେ ଚଢ଼ଉ ହୋଇଛି। 

ସୂଚନାଥାଉ କି, ଗତକାଲି ବରଗଡ଼ ସୋହେଲାରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ନରେନ୍ଦ୍ର ସିଂ ତୋମାର ଜଣେ ବିଜେପି କର୍ମୀଙ୍କ ଘରେ ଭୋଜନ କରୁଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ସେମାନଙ୍କର ପଟୋ ଉଠାଇବାକୁ ଉଦ୍ୟମ  କରିବାରୁ ସୁରକ୍ଷା ଅଧିକାରୀ ତାଙ୍କୁ ରୋକିବା ସହ ପରିଚୟ ପଚାରିଥିଲେ। ଏହି ସମୟରେ ତାଙ୍କର ଆଇଡି କାର୍ଡ ଓ ମୋବାଇଲ ଖସି ପଡ଼ିଥିଲା। ଆଇଡି କାର୍ଡରେ ସିଆଇଡି ସ୍ପେଶାଲ ବ୍ରାଞ୍ଚର ASI ଭୋଜରାଜ ଦାସ ବୋଲି ଲେଖାଯାଇଛି।

Advertisment

ଏଠାରେ ପ୍ରଶ୍ନ ଉଠୁଛି ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଫଟୋ ଉଠାଯିବାର ରହସ୍ୟ କ’ଣ ?  କେଉଁ କାରଣ ପାଇଁ ସେମାନଙ୍କର ଫଟୋ ଉଠାଯାଉଥିଲା ?  କେନ୍ଦ୍ରମନ୍ତ୍ରୀଙ୍କ କ୍ୟାମ୍ପରେ ଗୁଇନ୍ଦାଗିରି କରାଯାଉଥିଲା କି ?  

BJD Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ