• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଟିଏମ୍‌ସି ସାଂସଦ ମହୁଆ ମୈତ୍ରଙ୍କ ନାଁରେ ପ୍ରଶ୍ନ ପାଇଁ ଟଙ୍କା ମାମଲା । ଟଙ୍କା କାରବାର ଅଭିଯୋଗ ମାମଲାରେ ସିବିଆଇ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ମାମଲାକୁ ନେଇ ସିବିଆଇ ପ୍ରାଥମିକ ଅନୁସନ୍ଧାନ କରୁଥିବାବେଳେ ଏହି ଅନୁସନ୍ଧାନର ତଥ୍ୟକୁ ଆଧାର କରି ସାଂସଦଙ୍କ ବିରୋଧରେ ଅପରାଧିକ ମାମଲା ଦାୟର କରାଯିବ କି ନାହିଁ ତାହା ଏଜେନ୍ସି ସ୍ଥିର କରିବ ।

ପ୍ରାଥମିକ ଅନୁସନ୍ଧାନ ଅନୁସାରେ ସିବିଆଇ ଜଣେ ଅଭିଯୁକ୍ତକୁ ଗିରଫ କରିପାରିବ କି ନାହିଁ ସେଇ ଜଣାପଡ଼ିନାହିଁ । ଲୋକପାଳଙ୍କ ନିର୍ଦ୍ଦେଶକୁ ଆଧାର କରି ଏହି ଅନୁସନ୍ଧାନ ଆରମ୍ଭ ହୋଇଥିବାରୁ ଦୁର୍ନୀତି ନିବାରଣ ସଂସ୍ଥାକୁ ରିପୋର୍ଟ ଦାଖଲ କରାଯିବ ।

ପୂର୍ବରୁ ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ମହୁଆଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରୁଥିବା ସଂସଦୀୟ ଏଥିକ୍ସ କମିଟି ତାଙ୍କୁ ‘ସଂସଦରୁ ବହିଷ୍କାର’ କରିବା ସୁପାରିସକୁ ଅନୁମୋଦନ କରିଥିଲା । ଏଥିକ୍ସ କମିଟି ମହୁଆ ମୈତ୍ରଙ୍କ କାର୍ଯ୍ୟକୁ ଅତ୍ୟନ୍ତ ଆପତ୍ତିଜନକ, ଅନୈତିକ, ସାଂଘାତିକ ଏବଂ ଅପରାଧିକ ବୋଲି କହିଥିଲା ।ଏଥି ସହିତ ତାଙ୍କ ପ୍ରତି କଠୋର ଦଣ୍ଡବିଧାନ କରିବା ଲାଗି ଦାଖଲ କରିଥିବା ୫୦୦ ପୃଷ୍ଠା ସମ୍ବଳିତ ରିପୋର୍ଟରେ ‘ଏଥିକ୍ସ୍ କମିଟି’ କହିସାରିଛି ।

କମିଟି ଆହୁରି କହିଥିଲା ଯେ, ମହୁଆ ମୈତ୍ର ସଂସଦର ୟୁଜର୍ ଆଇଡି ଅନଧିକୃତ ବ୍ୟକ୍ତିମାନଙ୍କ ସହିତ ସେୟାର୍ କରିଛନ୍ତି । ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କଠାରୁ ଅର୍ଥ ଓ ଉପହାର ଗ୍ରହଣ କରିଛନ୍ତି ।ଏହା ସାଙ୍ଘାତିକ ଅପକର୍ମ, ଯାହା ପ୍ରତି କଠୋର ଦଣ୍ଡବିଧାନ ଆବଶ୍ୟକ ।୬ ଜଣ ସଦସ୍ୟ ଏହି ସୁପାରିସ ସପକ୍ଷରେ ଭୋଟ୍ ଦେଇଥିବା ବେଳେ ୪ ଜଣ ବିପକ୍ଷରେ ଭୋଟ୍ ଦେଇଛନ୍ତି ।