Advertisment

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ କାଲି ସରିବ ପ୍ରଚାର, ୨୧ ରାଜ୍ୟରେ ହେବ ଭୋଟ୍ ଗ୍ରହଣ

ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ଆସନ୍ତା ୧୯ ତାରିଖରେ ମତଦାନ । ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟର ୧୦୨ ଲୋକସଭା ଆସନରେ ମନପସନ୍ଦର ପ୍ରାର୍ଥୀ ବାଛିବେ ମତଦାତା ।

ଅଦ୍ୟତନ ହୋଇଛି
Election

Election

Advertisment

ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ଆସନ୍ତା ୧୯ ତାରିଖରେ ମତଦାନ । ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟର ୧୦୨ ଲୋକସଭା ଆସନରେ ମନପସନ୍ଦର ପ୍ରାର୍ଥୀ ବାଛିବେ ମତଦାତା । ତା’ମଧ୍ୟରେ ପ୍ରମୁଖ ଆସନ ଗୁଡ଼ିକ ହେଉଛି, ଉତ୍ତରପ୍ରଦେଶର ସାହାରନପୁର, ରାମପୁର, ପିଲିଭିଟ୍, ମୁଜାଫରନଗର, ଆସାମର ଦିବ୍ରୁଗଡ଼ ଏବଂ ସୋନିତପୁର, ଛତିଶଗଡ଼ର ବସ୍ତର୍, ବିହାରର ଜାମୁଇ ଏବଂ ଗୟା, ଜାମ୍ମୁ କାଶ୍ମୀରର ଉଦମପୁର ।

Advertisment

ଏହା ସହ ମଧ୍ୟପ୍ରଦେଶର ଛିନ୍ଦୱାଡ଼ା, ତାମିଲନାଡୁର ଉତ୍ତର ଚେନ୍ନାଇ, ଦକ୍ଷିଣ ଚେନ୍ନାଇ, କେନ୍ଦ୍ର ଚେନ୍ନାଇ ଏବଂ କୋଇମ୍ବାଟୁର, ଥୁଠୁକୁଡ଼ି, ତିରୁନେଲଭାଲି, କନ୍ୟାକୁମାରୀ, ମଣିପୁର ଇନର୍ ମଣିପୁର ଏବଂ ଆଉଟର୍ ମଣିପୁର, ରାଜସ୍ଥାନର ବିକାନେର୍, ପଶ୍ଚିମବଙ୍ଗର କୁଚବେହାର ଏବଂ ଆଲ୍ଲିପୁରଦୁଆର ମଧ୍ୟ ପ୍ରମୁଖ ରହିଛି ।

ଅଧିକ ପଢ଼ନ୍ତୁ:୨୧ ରାଜ୍ୟର ୧୦୨ ଲୋକସଭା ଆସନରେ ପ୍ରଥମେ ହେବ ଭୋଟ୍ ଗ୍ରହଣ

ଏସବୁ ସ୍ଥାନରେ ନିର୍ବାଚନ ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ହେବା ସହ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ବିଶେଷ କରି ମାଓପ୍ରଭାବିତ ଅଞ୍ଚଳରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପୋଲିଂ ଅଧିକାରୀ ମାନଙ୍କୁ ହେଲିକପ୍ଟରରେ ନିର୍ଦ୍ଧାରିତ ପୋଲିଂ ସେଣ୍ଟରକୁ ନିଆଯାଉଛି । ସୁକମା ଜିଲ୍ଲାରେ ମୋଟ୍ ୪୨ଟି ପୋଲିଂ ଟିମ୍ ପାଇଁ ହେଲିକପଟର ବ୍ୟବସ୍ଥା କରାଯାଇଛି ।

Advertisment

ତା’ମଧ୍ୟରୁ ୨୭ଟି ଟିମ୍ ହେଲିକପ୍ଟରରେ ଯାଇଥିବାବେଳେ ବଳକା ଟିମ୍ ଆଜି ଯିବେ । ଅନ୍ୟପଟେ ଜାରି ରହିଛି ବୈଜୟନ୍ତଙ୍କ ନିର୍ବାଚନୀ ପ୍ରଚାର । ବିଜେପିକୁ ଜିତାଇବା ପାଇଁ ପ୍ରବଳ ଜନମତ ଅଛି । ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ଏବଂ ଓଡ଼ିଶାରେ ଡବଲ୍ ଇଞ୍ଜିନ ସରକାର ଗଢ଼ିବା ପାଇଁ ବି ରହିଛି ଜନମତ ।

ପାଟକୁରା ନିର୍ବାଚନ ମଣ୍ଡଳୀରେ ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେବା ଅବସରରେ ଏହା କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ାର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ଅନୁଆପଡ଼ାରେ ଆୟୋଜିତ ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଆଗାମୀ ନିର୍ବାଚନକୁ ନେଇ ରଣନୀତି ଓ ପ୍ରସ୍ତୁତି ସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା ।

Advertisment

ସେଠାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି ସଂଗଠନ ହିଁ ଶକ୍ତି ବୋଲି ଗୁରୁମନ୍ତ୍ର ଦେଇଛନ୍ତି ବୈଜୟନ୍ତ । ପାଟକୁରା ବିଜେପି ବିଧାନସଭା ପାର୍ଥୀ ତେଜେଶ୍ୱର ପରିଡ଼ା ଏବଂ ଜିଲ୍ଲା ସଭାପତି କିଶୋର ପଣ୍ଡାଙ୍କ ସହିତ ବହୁ ପ୍ରମୁଖ ଦଳୀୟ କର୍ମୀ ଏଥିରେ ଯୋଗ ଦେଇଥିଲେ ।

BJP Lok Sabha Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ