Advertisment

Cabinet Reshuffle Likely After Rath Yatra: ରଥ ପରେ ଆସିପାରେ ରାଜ୍ୟ ସରକାରରେ ବଡ଼ ନିଷ୍ପତ୍ତି; ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ ଚର୍ଚ୍ଚା...

ସରକାର ଓ ସଂଗଠନରେ ବାକିଆ ବହୁ କାମ ସାରିବାକୁ ବିଜେପିର ବ୍ଲୁ ପ୍ରିଣ୍ଟ୍ । ଖୁବଶୀଘ୍ର ରାଜ୍ୟ ସଭାପତି ନିଷ୍ପତ୍ତି, ସରକାରରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସାଙ୍ଗକୁ ନିଗମ ବୋର୍ଡ ଅଧ୍ୟକ୍ଷ ପଦ ପୂରଣ ନେଇ ବି ତ୍ୱରାନ୍ୱିତ ହେବ ପ୍ରକ୍ରିୟା।

Cabinet Reshuffle Likely After Rath Yatra as Odisha Govt Marks One Year

Cabinet Reshuffle Likely After Rath Yatra as Odisha Govt Marks One Year

Advertisment

ସରିଲା ବର୍ଷ ପୂର୍ତ୍ତି। ରଥଯାତ୍ରା ସରିବା ପରେ ସଂଗଠନ ଆଉ ସରକାରରେ ହୋଇପାରେ ଗୁରୁତ୍ୱପୂର୍ଣ ନିଷ୍ପତ୍ତି। ସରକାରରେ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ଆଉ ଏପଟେ ସଂଗଠନରେ ରାଜ୍ୟ ସଭାପତି ନିଯୁକ୍ତି ସହ ବୋର୍ଡ ନିଗମରେ ନେତାଙ୍କୁ ଥଇଥାନ। ପ୍ରଥମବର୍ଷରେ ମୋହନ ସରକାର ବିକାଶମୂଳକ କାମକୁ ଗୁରୁତ୍ୱ ଦେଇଥିବା ବେଳେ ଏବେ ଏଦିଗରେ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ନେଇ ଚର୍ଚ୍ଚା ବଢିଛି।

Advertisment

ରଥଯାତ୍ରା ପରେ ରାଜ୍ୟ ସରକାରରେ ବଡ଼ ବଡ଼ ନିଷ୍ପତ୍ତି । ସରକାର ଓ ସଂଗଠନରେ ବାକିଆ ବହୁ କାମ ସାରିବାକୁ ବିଜେପିର ବ୍ଲୁ ପ୍ରିଣ୍ଟ୍ । ଖୁବଶୀଘ୍ର ରାଜ୍ୟ ସଭାପତି ନିଷ୍ପତ୍ତି, ସରକାରରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସାଙ୍ଗକୁ ନିଗମ ବୋର୍ଡ ଅଧ୍ୟକ୍ଷ ପଦ ପୂରଣ ନେଇ ବି ତ୍ୱରାନ୍ୱିତ ହେବ ପ୍ରକ୍ରିୟା। ନିକଟରେ ବର୍ଷପୂର୍ତ୍ତି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଓଡିଶା ଆସି ମୋହନ ସରକାରଙ୍କ ପିଠି ଥାପୁଡ଼େଇଛନ୍ତି। ବିକାଶ କାମର ପ୍ରଶଂସା କରିଛନ୍ତି। ଆଉ ଏବେ ସଂଗଠନ ସଜାଡ଼ି ସରକାର ସହ ସମନ୍ୱୟ ରଖି ଆଗକୁ ବଢିବାକୁ ଯୋଜନା କରିଛନ୍ତି ମୋହନ ସରକାର। ତେଣୁ ଘୋଷଯାତ୍ରା ପରେ ପରେ ଏସବୁ ଦିଗରେ ନିଷ୍ପତ୍ତି ହୋଇପାରେ।

ଅଧିକ ପଢ଼ନ୍ତୁ: ଅଧାରେ ରହିଲା ଜଗା ଦର୍ଶନ; ଆମ ବସ୍ ଧକ୍କାରେ ୩ ସ୍କୁଟି ଆରୋହୀ ଯୁବତୀଙ୍କ ମୃତ୍ୟୁ...

Advertisment

ରାଜ୍ୟ ବିଜେପି ସରକାର ସଫଳତାର ସହ ପ୍ରଥମ ବର୍ଷ ପୂରା କରିଥିଲେ ବି ବିଜେପି ଆଗରେ କିନ୍ତୁ ଅନେକ ଚାଲେଞ୍ଜ। ବର୍ଷେ ପରେ ବି ମନ୍ତ୍ରିମଣ୍ଡଳରେ ଖାଲି ଥିବା 6 ପଦ ପୂରା ହୋଇପାରିନି। କୁହାଯାଉଛି, ପ୍ରଥମ ସଂପ୍ରସାରଣରେ କିଛି ମନ୍ତ୍ରୀଙ୍କ ବିଭାଗ ଅଦଳବଦଳ ହେବା ସହ କିଛି ବିଧାୟକଙ୍କୁ ମନ୍ତ୍ରି ପଦ ମିଳିପାରେ। ନିକଟରେ ଓଟଭି ସହ ଏକ୍ସକ୍ଲୁସିଭ୍ ସାକ୍ଷତକାର ବେଳେ ଏ ଦିଗରେ ବି ଇସାରା ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ତେଣୁ ମନ୍ତ୍ରିମଣ୍ଡଳରେ ସମ୍ଭାବ୍ୟ ନୂଆମୁହଁକୁ ନେଇ ଚାଲିଛି କଳ୍ପନାଜଳ୍ପନା। ଚର୍ଚ୍ଚାରେ ଜୟନାରାୟଣ ମିଶ୍ର, ବାବୁ ସିଂ, ଇରାଶିଷ ଆଚାର୍ଯ୍ୟ, ଅମର ନାୟକ, ସନାତନ ବିଜୁଳି ଓ ଆଶ୍ରିତ ପଟନାୟକଙ୍କ ନାଁ। ଏପଟେ ଫାଙ୍କା ପଡ଼ିଥିବା ବୋର୍ଡ ଏବଂ ନିଗମ ପଦବିରେ ପ୍ରାୟ ଦେଢ଼ ଶହ ନେତାଙ୍କୁ ଥଇଥାନ ପାଇଁ ବି ବ୍ଲୁ ପ୍ରିଣ୍ଟ ତିଆରି ହୋଇଛି।

Advertisment

କୁହାଯାଉଛି, ପ୍ରତିଶ୍ରୁତି ମୁତାବକ ବିକାଶ କାମ କରି ବର୍ଷକ ଭିତରେ ଲୋକଙ୍କ ପାଖରେ ଉତ୍ତରଦାୟୀ ହେବା ଲାଗି ମୋହନ ସରକାରଙ୍କ ଚେଷ୍ଟା ପାଇଁ ଏସବୁ ନିଷ୍ପତ୍ତି ବିଳମ୍ବ ହୋଇଛି। ତେଣୁ ଆଉ ଡେରି ନହୋଇ ରଥଯାତ୍ରା ପରେ ବିଳମ୍ବିତ କାମ ସରିବ ବୋଲି କୁହାଯାଉଛି।

BJP Odisha BJP BJP Odisha Cabinet Ministers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ