• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଦେବା ଅବସରରେ ଓଡ଼ିଶା ନିର୍ବାଚନ କଥା ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କହିଛନ୍ତି, ଓଡ଼ିଶାବାସୀ ଆମ ଉପରେ ଭରସା କରିଛନ୍ତି, ଆମକୁ ଭରପୁର ଆଶୀର୍ବାଦ ମିଳିଛି । ସେ ଆହୁରି ମଧ୍ୟ କହିଛନ୍ତି ଲୋକସଭା ନିର୍ବାଚନ ସାଙ୍ଗରେ ହୋଇଥିବା ୪ ରାଜ୍ୟର ବିଧାନସଭା ନିର୍ବାଚନରେ NDA ଅଦ୍ଭୁତପୂର୍ବ ସଫଳତା ପାଇଛି ।

ଆନ୍ଧ୍ରରେ NDA କ୍ଲିନ୍ ସୁଇପ୍ କରିଛି । ଅରୁଣାଚଳ, ସିକିମରେ ଆମେ ପୁଣି ସରକାର କରିଛୁ । ପୂର୍ବରୁ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ରେ ପ୍ରଚଣ୍ଡ ବିଜୟ ପାଇଥିଲୁ । କେରଳରେ ବିଜେପି ଏଥର ଖାତା ଖୋଲିଛି ବୋଲି କହିଛନ୍ତି । ତାମିଲନାଡୁରେ ବିଜେପି ଜୋରଦାର ଫାଇଟ୍‌ ଦେଇଛି । ହରିୟାଣା, ମହାରାଷ୍ଟ୍ର, ଝାଡ଼ଖଣ୍ଡରେ ନିର୍ବାଚନ ଆସୁଛି । ପୂର୍ବ ନିର୍ବାଚନ ଅପେକ୍ଷା ଆମକୁ ଏଥର ଏଠି ଅଧିକ ଭୋଟ ମିଳିଛି ବୋଲି କହିଲେ । ଦେଶବାସୀ କଂଗ୍ରେସକୁ ଏ ନିର୍ବାଚନରେ ସ୍ପଷ୍ଟ ସଂକେତ ଦେଇଛନ୍ତି ।

ବିରୋଧୀ ଆସନରେ ବସିବାକୁ କଂଗ୍ରେସକୁ ସଂକେତ ଦେଇଛନ୍ତି । ଲଗାତାର ତୃତୀୟ ଥର କଂଗ୍ରେସ ଶହେ ଛୁଇଁ ପାରିନି । କଂଗ୍ରେସ ଇତିହାସରେ ଏହା ତୃତୀୟ ସର୍ବାଧିକ ଖରାପ ପ୍ରଦର୍ଶନ । କଂଗ୍ରେସ ପରାଜୟକୁ ସ୍ୱୀକାର କରି ଆତ୍ମମନ୍ଥନ କରିବା କଥା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ୧୯୮୪ ପରେ ୧୦ଟି ଲୋକସଭା ନିର୍ବାଚନ ହୋଇଛି । ୧୦ଟି ଲୋକସଭା ନିର୍ବାଚନରେ କଂଗ୍ରେସ ୨୫୦ ଛୁଇଁପାରିନି ।

କଂଗ୍ରେସ ନେତାଙ୍କ ବୟାନବାଜି ସୋଲେ ଫିଲ୍ମକୁ ବି ପଛରେ ପକାଇ ଦେଇଛି ବୋଲି କହିଛନ୍ତି ମୋଦି । ୧୩ ରାଜ୍ୟରେ ଜିରୋ ସିଟ୍ ଆସିଛି, ତଥାପି ବୟାନବାଜି । ଜନାଦେଶକୁ ମିଛ ବିଜୟ ନିଶାରେ ଭୁଲି ଯାଆନ୍ତୁନି, ଏହାକୁ ସ୍ୱୀକାର କରନ୍ତୁ ବୋଲି କଂଗ୍ରେସକୁ କହିଲେ ମୋଦି । ୨୦୨୪ କଂଗ୍ରେସ ‘ପରଜୀବୀ କଂଗ୍ରେସ’ଭଳି ରହିବ । ଯାହା ସହ ମେଣ୍ଟ କରେ ତା ଭୋଟ ଖାଇଯାଏ କଂଗ୍ରେସ । ସହଯୋଗୀଙ୍କ ରକ୍ତମାଂସ ଖାଇ ବଞ୍ଚିରହେ କଂଗ୍ରେସ ।

ଯେଉଁଠି ଏକୁଟିଆ ସେଠି କଂଗ୍ରେସ ଭୋଟ ହାର ୨୬% । ଯେଉଁଠି ଜୁନିଅର ପାର୍ଟନର ଥିଲେ, ସେଠି ହାର ୫୦% । କଂଗ୍ରେସର ୯୯ ଆସନ ତାଙ୍କୁ ତାଙ୍କ ସହଯୋଗୀ ଜିତାଇଛନ୍ତି । କଂଗ୍ରେସ ଏକାକୀ ଲଢ଼ିଥିବା ୧୬ ରାଜ୍ୟରେ ଭୋଟ ହାର କମିଛି ବୋଲି କହିଛନ୍ତି । ସେପଟେ ନାଁ ନନେଇ ରାହୁଲ ଗାନ୍ଧିଙ୍କୁ କଟାକ୍ଷ କଲେ ପ୍ରଧାନମନ୍ତ୍ରୀ ।

ସିମ୍ପାଥି ପାଇବାକୁ ଦେଶରେ ଏବେ ନୂଆ ଡ୍ରାମା ଚାଲିଛି । ଭୁଲ୍ ମନ୍ତବ୍ୟ ନେଇ ୟାଙ୍କୁ ସର୍ବୋଚ୍ଚ କୋର୍ଟରେ କ୍ଷମା ମାଗିବାକୁ ପଡ଼ିଛି । ବାଳକ ବୁଦ୍ଧିରେ ବ୍ୟବହାରର କୌଣସି ଠିକଣା ନଥାଏ ବୋଲି କହିଛନ୍ତି । ବାଳକ ବୁଦ୍ଧିରେ ସଂସଦରେ କାହାକୁ କାହାକୁ କୋଳେଇ ନିଅନ୍ତି । ବାଳକ ବୁଦ୍ଧିରେ ସଂସଦରେ ଆଖି ମାରିବାକୁ ବି ପଛାନ୍ତିନି ବୋଲି କହିଲେ ।

ସାରା ଦେଶ ଏବେ ତାଙ୍କୁ କହୁଛି ‘ତୁମ ଦ୍ୱାରା ହୋଇପାରିବନି’। ସାରା ଦେଶ ଗତକାଲି ‘ଖଟାଖଟ୍‌’ଦିବସ ପାଳନ କରିଛି । ଇଭିଏମ୍‌, ସମ୍ବିଧାନକୁ ନେଇ କହିଥିବା ମିଛ ସୀମା ଟପିଯାଇଛି । ଗତକାଲି ସଂସଦରେ ଭରପୁର ମିଛ କଥା କୁହାଗଲା । ସମ୍ବିଧାନର ଗରିମା ସହ ଖେଳ ସଂସଦ ପାଇଁ ଦୁର୍ଭାଗ୍ୟ ବୋଲି କହିଲେ ପ୍ରଧାନମନ୍ତ୍ରୀ ।

କାଲି ଯାହା ହୋଇଛି, ତାକୁ ଗମ୍ଭୀରତାର ସହ ନେବାକୁ ପଡ଼ିବ । ଏଭଳି ହରକତକୁ ବାଳକବୁଦ୍ଧି କହି ନଜରଅନ୍ଦାଜ କରାଯିବା କଥା ନୁହେଁ । ମା, ଭଉଣୀକୁ କହିଥିବା ମିଛ କଂଗ୍ରେସକୁ ବରବାଦ କରିଦେବ ବୋଲି କହିଲେ । ଏଭଳି ହରକତ ଦେଶର ମହାନ ପରମ୍ପରା ପ୍ରତି କୁଠାରାଘାତ । ଏହା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ । କଂଗ୍ରେସ ସମ୍ବିଧାନ ଓ ସଂରକ୍ଷଣ ନେଇ ସର୍ବଦା ମିଛ କହିଛି ବୋଲି ପ୍ରଧାନମନ୍ତ୍ରୀ କହିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now