• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୂର୍ବତନ ମୁଖ୍ୟ ସଚିବ ଭର୍ସେସ୍ ପୂର୍ବତନ ଆଇଏଏସ୍ । ପୁଣିଥରେ ଚର୍ଚ୍ଚାରେ ଭୁବନେଶ୍ୱର କ୍ଲବ୍ । ଭୁବନେଶ୍ୱର କ୍ଲବର ପରିଚାଳନା କମିଟି ଲାଗି ସେପ୍ଟେମ୍ବର ୨୪ରେ ହେବ ଭୋଟିଂ । ୨୫ରେ ଭୋଟ୍ ଗଣତି । କ୍ଲବର ବିଭିନ୍ନ ପଦବୀ ଲାଗି ହେବ ଦିମୁଖୀ ଲଢ଼େଇ । ସଭାପତି ପଦ ଲାଗି ପୁଣିଥରେ ମଇଦାନକୁ ଓହ୍ଲାଇଛନ୍ତି ବର୍ତ୍ତମାନର ସଭାପତି ତଥା ପୂର୍ବତନ ମୁଖ୍ୟ ସଚିବ ଅସିତ ତ୍ରିପାଠୀ । ତାଙ୍କୁ ଟକ୍କର ଦେବେ ପୂର୍ବତନ ଆଇଏଏସ୍ ଅଧିକାରୀ ସତ୍ୟ ପ୍ରକାଶ ନନ୍ଦ ।

କ୍ଲବ୍ ଦଖଲ ଲାଗି ଉଭୟ ପକ୍ଷ ପ୍ୟାନେଲ ଗଠନ କରି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଅସିତ ତ୍ରିପାଠୀଙ୍କ ପ୍ୟାନେଲରେ ଉପସଭାପତି ଲାଗି ମହେନ୍ଦ୍ର ଗୁପ୍ତା, ସମ୍ପାଦକ ପଦ ପାଇଁ ଦିଲ୍ଲୀପ ରାଉତରାୟ ଓ ଯୁଗ୍ମ ସମ୍ପାଦକ ପଦ ଲାଗି ଅଶୋକ କୁମାର ମିଶ୍ର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ବିପକ୍ଷରେ ସତ୍ୟ ପ୍ରକାଶଙ୍କ ପ୍ୟାନେଲରୁ ଉପସଭାପତି ପଦରେ ତାପେସ ରାୟ, ସମ୍ପାଦକ ଭାବେ ମାନସ ରଞ୍ଜନ ଦାସ ଓ ଯୁଗ୍ମ ସମ୍ପାଦକ ଭାବେ ଜ୍ୟୋତିର୍ମୟ ମହାନ୍ତି ନିର୍ବାଚନ ଲଢ଼ୁଛନ୍ତି ।

ନିଜ କାର୍ଯ୍ୟକାଳରେ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟକୁ ପାଥେୟ କରି ଭୁବନେଶ୍ୱର କ୍ଲବ୍ ଦଖଲ ଲାଗି ଆଶାବାଦୀ ଅସିତ ତ୍ରିପାଠୀଙ୍କ ପ୍ୟାନେଲ । ଏମିତିକି ଏଥର ନିର୍ବାଚନ ଜିତିଲେ ଅସିତଙ୍କ ଟିମ୍ କ୍ଲବର ଖାଦ୍ୟପେୟ ଗୁଣବତ୍ତାରେ ସୁଧାର ଆଣିବା ସହ ସମ୍ପ୍ରସାରିତ କ୍ୟାମ୍ପସ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଛି ।

ଅନ୍ୟପଟେ ଅସିତଙ୍କ ବିପକ୍ଷରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଏସ୍ ପି ନନ୍ଦଙ୍କ ପ୍ୟାନେଲ କ୍ଲବର ସଦସ୍ୟଙ୍କ ଅଧିକାର ତଥା ଉପଯୁକ୍ତ ମୂଲ୍ୟରେ ବିଭିନ୍ନ ସେବା ଯୋଗାଣକୁ ପ୍ରସଙ୍ଗ କରିଛି । ଏମିତିକି ଅସିତଙ୍କ ଟିମକୁ କଡ଼ା ଟକ୍କର ଦେବାକୁ ଏହି ଟିମ୍ ଏବେ ହ୍ୱାଟସଆପ୍‌, ମେସେଜ ଜରିଆରେ ସମସ୍ତ ସଦସ୍ୟଙ୍କ ପାଖରେ ପହଞ୍ଚି କ୍ଲବର ବିଭିନ୍ନ ଅବ୍ୟବସ୍ଥା ସମ୍ପର୍କରେ ଅବଗତ କରାଉଛି ।

ବର୍ତ୍ତମାନ ଭୁବନେଶ୍ୱର କ୍ଲବରେ ୩ ହଜାରରୁ ଅଧିକ ସଦସ୍ୟ ଅଛନ୍ତି । ସେମାନଙ୍କ ମଧ୍ୟରୁ ୫୦୭ ଜଣ ଆଜୀବନ ସଦସ୍ୟ ହୋଇଥିବା ବେଳେ ୨ ହଜାର ୫୪୫ ଜଣ ସ୍ଥାୟୀ ସଦସ୍ୟ ଅଛନ୍ତି । ଏବେ ଅପେକ୍ଷା ପୁଣିଥରେ କାହା କବଜାକୁ ଯାଉଛି ଭୁବନେଶ୍ୱର କ୍ଲବ୍ ।

(ରିପୋର୍ଟ - କପିଳେନ୍ଦ୍ର ପ୍ରଧାନ, ଭୁବନେଶ୍ୱର)