• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କ ବିରୋଧରେ ଅଣକଂଗ୍ରେସ ବିରୋଧୀଙ୍କ ବଡ଼ ମେଳି । ତେଲେଙ୍ଗାନାର ଖମାମ ସହରରେ ଅଣ କଂଗ୍ରସ ଦଳର ମୁଖ୍ୟମାନେ ଏକାଠି ହୋଇଛନ୍ତି, ଯାହାର ନେତୃତ୍ୱ ନେଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ନେତା କେ. ଚନ୍ଦ୍ରଶେଖର ରାଓ ।

ଏହି ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜରିଓ୍ୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ସିଂ ମାନ୍, କେରଳ ମୁଖ୍ୟମନ୍ତ୍ରୀ ତଥା ସିପିଏମ୍ ନେତା ପିନାରାଇ ବିଜୟନ, ସିପିଆଇ ନେତା ଡି ରାଜା ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ।ସେହିଭଳି ବୈଠକକୁ ଜେଡିଏସ ନେତା ଏଚ.ଡି. କୁମାରସ୍ୱାମୀ ଆସିବାର ଥିଲେ ମଧ୍ୟ କର୍ଣ୍ଣାଟକର ପଞ୍ଚରତ୍ନ ରଥ ଯାତ୍ରା ଚାଲିଥିବାରୁ ଯୋଗ ଦେଇ ପାରିନଥିଲେ ।

ଏହି ବୈଠକରେ ଯୋଗଦେବାକୁ କେସିଆର ୨୧ ଦଳର ମୁଖ୍ୟଙ୍କୁ ଆମନ୍ତ୍ରିତ କରିଥିଲେ । କିନ୍ତୁ କିଛି ଦଳର ନେତା ସାମିଲ ହୋଇନଥିଲେ ବି କଂଗ୍ରେସକୁ ସମର୍ଥନ କରିପାରୁନଥିବା ଦଳଗୁଡ଼ିକ କେସିଆରଙ୍କ ଆହ୍ୱାନରେ ସାମିଲ ହୋଇଛନ୍ତି । ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଅଣକଂଗ୍ରେସ ବିରୋଧୀଙ୍କ ଏ ବଡ ମେଳିକୁ ନେଇ ଚର୍ଚ୍ଚା ଜୋର ଧରିଛି । କେସିଆରଙ୍କ ଦଳ ତେଲେଙ୍ଗାନା ରାଷ୍ଟ୍ର ସମିତିରୁ ଭାରତ ରାଷ୍ଟ୍ରସମିତି ହେବା ପରେ ଏହା ଦଳର ପ୍ରଥମ ଜନସଭା... ।