ସରଗରମ ବ୍ରଜରାଜନଗର ରାଜନୀତି ! ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ, କିଏ ହେବ କେଉଁ ଦଳରୁ ପ୍ରାର୍ଥୀ ?

ଉପନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନର ଜୋରଦାର୍ ପ୍ରସ୍ତୁତି ଚାଲିଛି । ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ତାରିଖ ଘୋଷଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ନାମାଙ୍କନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । 

Vote

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଆଜିଠାରୁ ୧୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହୋଇପାରିବ । ଅନ୍ୟପଟେ ଆଇନଶୃଙ୍ଖଳା ରକ୍ଷା ଲାଗି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି । ଏହି ଉପନିର୍ବାଚନରେ ୨ଲକ୍ଷ ୧୪ ହଜାର ୨୬୧ ଭୋଟର ମତାଧିକାର ସାବ୍ୟସ୍ତ କରିବେ । ମେ’ ୩୧ ତାରିଖରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ିଛି ।

ସେପଟେ ଉପନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନର ଜୋରଦାର୍ ପ୍ରସ୍ତୁତି ଚାଲିଛି । ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ତାରିଖ ଘୋଷଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ନାମାଙ୍କନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । 

ଅନ୍ୟପକ୍ଷେ, ଉପ-ନିର୍ବାଚନ ତାରିଖ ଘୋଷଣା ପରେ ବ୍ରଜରାଜନଗର ପାଇଁ ପ୍ରାର୍ଥୀ ଚୟନ କସରତ ଆରମ୍ଭ ହୋଇଛି । କେଉଁ ଦଳରୁ କିଏ ପ୍ରାର୍ଥି ହେବ ତାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଲ୍ପନା । ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ବିଜେଡି ଏଠାରେ ପ୍ରାର୍ଥୀ କରିପାରେ । ସେହିପରି ୨୦୧୯ରେ ଏଠାରେ ହାରିଯାଇଥିବା ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ବିଜେପି ଆଉ ଥରେ ସୁଯୋଗ ଦେଇପାରେ । ଅନ୍ୟପକ୍ଷରେ ବରିଷ୍ଠ ନେତା କିଶୋର ପଟେଲ ଏଠାରେ କଂଗ୍ରେସ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି । ଆସନ୍ତାକାଲିଠୁ ପ୍ରାର୍ଥିପତ୍ର ଦାଖଲ ହେବାକୁ ଥିବା ବେଳେ ସରଗରମ ହୋଇଛି ବ୍ରଜରାଜନଗର ରାଜନୈତିକ ମାହୋଲ ।