• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବ୍ରଜରାଜନଗର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆସନ୍ତାକାଲି ଶେଷଦିନ । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିଲେ ହେଁ ଏଯାଏ କେହି ନାମାଙ୍କନ ଦାଖଲ କରିନାହାନ୍ତି  । ତେବେ ଆଜି କିମ୍ବା ଆସନ୍ତାକାଲି ସମସ୍ତେ ନାମାଙ୍କନ ଦାଖଲ କରିପାରନ୍ତି ।  ବିଜେଡିରୁ ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଭାବେ କିଶୋର ପଟେଲଙ୍କ ନାଁ ଘୋଷଣା ହୋଇଛି ।

ସେପଟେ ପୂର୍ବରୁ ବିଜେପି ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ ନେଇ ଘୋଷଣା କରିସାରିଛି ।  ତେଣୁ ଏସବୁ ପ୍ରାର୍ଥୀଙ୍କୁ ନେଇ ମୈଦାନରେ ତ୍ରିମୁଖୀ ଲଢ଼େଇ ହେବା ସ୍ପଷ୍ଟ ହୋଇଛି ।  ଆଉ ଏହାକୁ ଦେଖି ତିନି ଦଳ ରଣନୀତି ସ୍ଥିର କରୁଛନ୍ତି ।  ଯେଉଁଥିରେ ପଞ୍ଚାୟତ ଓ ପୌର ନିର୍ବାନ ଫଳାଫଳକୁ ଦେଖି ସମରସଜ୍ଜା ହେଉଛି । ଉଭୟ ବିଜେପି ଓ ବିଜେଡିକୁ ଗୋଷ୍ଠୀ କନ୍ଦଳ ଅଡୁଆ ହେବ ବୋଲି କୁହାଯାଉଛି । ରାଧାରାଣୀଙ୍କୁ ପ୍ରାର୍ଥୀ କରାଯିବା ପରେ ଝାରସୁଗୁଡା ବିଜେପି ଜିଲ୍ଲା ସଭାପତି ମଙ୍ଗଲ ସାହୁ ପଦରୁ ଇସ୍ତଫା ଦେଇଛନ୍ତି ।

ରାଧାରାଣୀଙ୍କୁ ପ୍ରାର୍ଥୀ କରିବା ଲାଗି ଦଳର ଗୋଟିଏ ଗୋଷ୍ଠୀ ଚାହୁଁନଥିବା ଚର୍ଚ୍ଚା ହେଉଛି  । ଏପଟେ ବିଜେଡିରେ ପୂର୍ବତନ ବିଧାୟକ କିଶୋର ମହାନ୍ତି ଓ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଗୋଷ୍ଠୀ ମଧ୍ୟରେ ଜୋରଦାର ବିବାଦ ଚାଲିଛି  । ତେବେ ଦୁଇ ଦଳଙ୍କ ଘର କଳିରୁ କଂଗ୍ରେସ କିଛି ଫାଇଦା ମାରି ପାରୁଛି ନା ନାହିଁ ଜଣାପଡିବ । 

ଅନ୍ୟପଟେ ବ୍ରଜରାଜନଗର ବିଧାନସଭା କ୍ଷେତ୍ରରେ ଉପ ନିର୍ବାଚନ ପରିଚାଳନା ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।   ଭର୍ଚୁଆଲ ମୋଡ୍ କ୍ୟାପେନିଂ ବାବଦ ଖର୍ଚ୍ଚକୁ ନିର୍ବାଚନୀ ବାବଦ ଖର୍ଚ୍ଚ ଭାବେ ଅନ୍ତର୍ଭୁକ୍ତ କରାଯାଇଛି ।  ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଜୁନ ୩ ଯାଏଁ ବଳବତ୍ତର ରହିବ  । ତେବେ ବ୍ରଜରାଜନଗର ଉପନିର୍ବାଚନରେ ଚଳିତ ବର୍ଷ ୨ ଲକ୍ଷ ୧୪ ହଜାର ୭୪୫ ଜଣ ଭୋଟର ଅଂଶ ଗ୍ରହଣ କରିବେ ବୋଲି ନିର୍ବାଚନ ଆୟୁକ୍ତ ସୁଶୀଲ ଲୋହାନୀ କହିଛନ୍ତି ।