Advertisment

ସରକାରଙ୍କ ପାଇଁ ବୋଥ୍ରାଙ୍କ ଛବି ଅଡୁଆ?

ଏଯାଏଁ ମନ୍ତ୍ରୀଙ୍କ ହତ୍ୟାର କାରଣ ଜଣାପଡିନଥିବାରୁ ରାଜନୈତିକ ମହଲରେ ଝଡ ସୃଷ୍ଟି ହେଲାଣି। ଗୁଳି କିଏ ମାରିଛି ତାହା କାହାକୁ ଅଛପା ନୁହେଁ । ବନ୍ଧୁକ ବି ଜବତ ହୋଇସାରିଛି। ହେଲେ ହତ୍ୟାକାଣ୍ଡର ମୋଟିଭ୍ ଖୋଜି ପାଉନି କ୍ରାଇମବ୍ରାଂଚ। ୭ ଦିନ ଧରି ଗୋପାଳକୁ ମାରଥନ୍ ଜେରା ପରେ ବି ସେହି ଗୋପାଳ ପାଖରେ ଅଟକି ରହିଛି ତଦନ୍ତ।

author-image
Sarbeswar
ଅଦ୍ୟତନ ହୋଇଛି
Bothra Not Investigating Properly

Bothra

ନବ ଦାସ ହତ୍ୟା ଘଟଣାକୁ ନେଇ ଉଠୁଛି ପଡୁଛି ପୂରା ରାଜ୍ୟ। ମନ୍ତ୍ରୀଙ୍କୁ ଗୋପାଳ କାହିଁକି ମାରିଲା? ସେନେଇ ଅନେକ ପ୍ରଶ୍ନ ଉଙ୍କିମାରୁଥିବା ବେଳେ ପୂରା ଘଟଣାର ତଦନ୍ତ ପ୍ରକ୍ରିୟାକୁ ନେଇ ଅନେକ ଚର୍ଚ୍ଚା ଚାଲିଛି। ଏମିତିକି ଅଭିଯୋଗ ହେଉଛି ବୋଥ୍ରା ଜାଣିଶୁଣି ମାମଲାକୁ ରଫାଦଫା କରିବାକୁ ପ୍ରସ୍ତୁତ କରୁଛନ୍ତି ବ୍ଲୁ ପ୍ରିଣ୍ଟ। ଏକଥା ଆମେ ନୁହେଁ ବରଂ ଅଭିଯୋଗ କରିଛି ବିଜେପି।

Advertisment

ଏଯାଏଁ ମନ୍ତ୍ରୀଙ୍କ ହତ୍ୟାର କାରଣ ଜଣାପଡିନଥିବାରୁ ରାଜନୈତିକ ମହଲରେ ଝଡ ସୃଷ୍ଟି ହେଲାଣି। ଗୁଳି କିଏ ମାରିଛି ତାହା କାହାକୁ ଅଛପା ନୁହେଁ । ବନ୍ଧୁକ ବି ଜବତ ହୋଇସାରିଛି। ହେଲେ ହତ୍ୟାକାଣ୍ଡର ମୋଟିଭ୍ ଖୋଜି ପାଉନି କ୍ରାଇମବ୍ରାଂଚ। ୭ ଦିନ ଧରି ଗୋପାଳକୁ ମାରଥନ୍ ଜେରା ପରେ ବି ସେହି ଗୋପାଳ ପାଖରେ ଅଟକି ରହିଛି ତଦନ୍ତ।

ଗୋପାଳ ଜଣେ ମାନସିକ ରୋଗୀ ବୋଲି ପ୍ରଥମ ଦିନରୁ ତା ପରିବାର ଲୋକେ କହିସାରିଛନ୍ତି। କିନ୍ତୁ କାହିଁକି ସେ ନବ ଦାସଙ୍କୁ ମାରିଲା, ନବଙ୍କ ବ୍ୟାବସାୟିକ ଓ ରାଜନୈତିକ ଶତ୍ରୁତାର ଏହା ସହିତ କିଛି ଲିଙ୍କ୍ ଅଛି କି ନାହିଁ ସେ ଦିଗରେ ତଦନ୍ତ ହୋଇନଥିବା ଚର୍ଚ୍ଚା ହେଉଛି। ବଡ଼ ପ୍ରଶ୍ନ ହେଲା, ଗୋପାଳକୁ ଜେରା ବେଳେ କଣ ସବୁ ତଥ୍ୟ ପାଇଛି କ୍ରାଇମବ୍ରାଂଚ ? ପାଇଥିବା ତଥ୍ୟ ଅନୁସାରେ ତଦନ୍ତ କରାଯାଉନାହିଁ କି? ଗୋଟିଏ ପଟେ ପୂର୍ବତନ ଏଏସ୍ଆଇ ଗୋପାଳ ଦାସର ପୋଲିସ୍ ତଦନ୍ତ ପ୍ରକ୍ରିୟା ନେଇ ଢେର୍ ଅଭିଜ୍ଞତା ରହିଥିବା ବେଳେ କ୍ରାଇମବ୍ରାଂଚ ଏଡିଜି ଅରୁଣ ବୋଥ୍ରା ମଧ୍ୟ ତଦନ୍ତର ମାଷ୍ଟର। ତେଣୁ କିଏ କାହାକୁ ପାଠ ପଢାଉଛି ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।

Advertisment

ଅରୁଣ ବୋଥ୍ରା...ବଡବଡ ଅପରାଧ ଘଟଣାରେ ଯେତେବେଳେ ଅଡୁଆ ସ୍ଥିତି ଉପୁଜେ, ତାଙ୍କୁ ତଦନ୍ତ ଦାୟିତ୍ୱ ମିଳିବା ଦେଖାଯାଏ । କାରଣ ନୟାଗଡ ପରୀ ମର୍ଡର କେସ୍‌ରେ ଯେତେବେଳେ ରାଜ୍ୟ ଉଠୁଥିଲା ପଡୁଥିଲା ସେତିକି ବେଳେ ଅରୁଣଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିଲେ ସରକାର। ହେଲେ ଅଭିଯୋଗ ହେଲା, ସେ ଏମିତି ଗୁଡେଇ ତୁଡେଇ କାହାଣୀ କହିଲେ ଯେ ଘଟଣା କାହିଁକି ଘଟିଲା ସେନେଇ ଆଜିଯାଏଁ ବି କିଛି ସତ ସାମ୍ନାକୁ ଆସିଲା ନାହିଁ।

ପୁଣି ଏବେ ନବଦାସଙ୍କ ମୃତ୍ୟୁକୁ ନେଇ ରାଜ୍ୟର ରାଜନୈତିକ ପାଣିପାଗ ଯେବେ ଗରମ ଅଛି ଠିକ୍‌ ଏତିକି ବେଳେ ତଦନ୍ତର ଭାର ପଡିଛି ଅରୁଣ ବୋଥ୍ରାଙ୍କ କାନ୍ଧରେ। ହେଲେ ଅଭିଯୋଗ ହେଉଛି, ବୋଥ୍ରା ଏତେ ତଦନ୍ତ କରିବା ପରେ ସତ ସାମ୍ନାକୁ ଆସୁନଥିବାରୁ ତଦନ୍ତ ଦିଗହରା ହେବା କଥାକୁ ଏଡାଇ ଦିଆଯାଇନପାରେ।

ମନ୍ତ୍ରୀଙ୍କୁ ମାରିବା ପଛରେ ଉପକୂଳିଆ ବିଜେଡି ନେତାଙ୍କ ହାତ ଥିବା ସହିତ ପୂରା ପ୍ରି-ପ୍ଲାନ କରି ନବଙ୍କୁ ମରାଯାଇଛି। ମନ୍ତ୍ରୀଙ୍କ ବାଣିଜ୍ୟିକ ସମୃଦ୍ଧିକୁ ଅକ୍ତିଆର କରିବା ଲାଗି ପୂରା ଷଡଯନ୍ତ୍ର ହୋଇଥିବା ଦୁଇଦିନ ପୂର୍ବରୁ କହିଥିଲେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ। ତେଣୁ ଶାସକ ଦଳର ନେତାଙ୍କୁ ବୋଥ୍ରା ସୁରକ୍ଷା ଦେଉଥିବା କଥା ବି ଚର୍ଚ୍ଚା ହେଉଛି।

ରାଜ୍ୟର ଜଣେ କ୍ୟାବିନେଟ୍‌ ତଥା ଟାଣୁଆ ମନ୍ତ୍ରୀଙ୍କୁ ଏମିତି ଭାବରେ ହତ୍ୟା କରାଗଲା। ଘଟଣାକୁ ୧୨ ଦିନ ବିତିଲାଣି କିନ୍ତୁ ତଦନ୍ତ ସରୁନି କି ଘଟଣା କାହିଁକି ଘଟିଲା ସେନେଇ କିଛି ସୁରାଗ ମିଳୁନି। ଓଲଟି ତଦନ୍ତକାରୀ ଅଫିସରଙ୍କ ଉପରେ ସନ୍ଦେହ ସୃଷ୍ଟି ହେଲାଣି। ଯଦି ପରୀ ମାମଲା ପରି ଏଇ ମାମଲା ଗୋଳିଆ ହୁଏ ତେବେ ଆଗାମୀ ଦିନରେ ରାଜନୈତିକ ବୟାନବାଜି କଣ ରହିବ ତାହା ସମୟ କହିବ।

କିନ୍ତୁ ବିଜେଡି କହୁଛି, ମନ୍ତ୍ରୀଙ୍କ ତଦନ୍ତ ପୂରା ଠିକ୍‌ ଦିଗରେ ଚାଲିଛି। ରାଜ୍ୟ କ୍ରାଇମବ୍ରାଂଚ ଉପରେ ସମସ୍ତଙ୍କ ଭରସା ରହିବା ଦରକାର ବୋଲି ସରକାରୀ ଦଳର ମୁଖ୍ୟ ସଚେକ ପ୍ରଶାନ୍ତ ମୁଦୁଲି କହିଛନ୍ତି।

Odisha Police Crime Branch
Advertisment
Advertisment