/odishatv-khabar/media/post_attachments/uploadimage/library/16_9/16_9_0/IMAGE_1674200161.jpg)
Bolangir MP Sangeeta Singh Deo
ପୁଣି ମୁହାଁମୁହିଁ ନେତା ଏବଂ ଅଫିସର। ବଲାଙ୍ଗିର ପିଡି ଡି.ଆର.ଡି.ଏ ସୁଶାନ୍ତ କୁମାର ସିଂଙ୍କ ଉପରେ ବର୍ଷିଲେ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂଦେଓ । ଆଜି କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିବା ପାଇଁ ଦିଶା ବୈଠକ ଅନୁଷ୍ଠିତ ହେବାକୁ ଥିଲା । ପ୍ରତିଥର ଭଳି ଡିଆରଡିଏ କନଫରେନ୍ସ ହଲରେ ବୈଠକ ହେବାର ସ୍ଥିର ହୋଇଥିଲା । ହେଲେ ସ୍ଥାନ ପରିବର୍ତ୍ତନ କରି ପଂଚାୟତ ସାଧନ କେନ୍ଦ୍ରରେ ବୈଠକ ରଖାଯାଇଥିଲା ।
ସାଂସଦ ବୈଠକରେ ପହଚିଂବା ସମୟରେ ଜିଲ୍ଲାପାଳ ମଧ୍ୟ ଅନୁପସ୍ଥିତ ଥିଲେ । ବୈଠକର ସ୍ଥାନ ପରିବର୍ତ୍ତନ ଓ ଜିଲ୍ଲାପାଳ ଅନୁପସ୍ଥିତ ରହିବାକୁ ନେଇ ବର୍ଷିଥିଲେ ସାଂସଦ ସଂଗୀତା । ବୈଠକରେ ଯୋଗ ନଦେଇ ଗେଟ୍ ବାହାରକୁ ଚାଲିଯାଇଥିଲେ ସାଂସଦ ସଂଗୀତା କୁମାରୀ ସିଂଦେଓ । ପରେ ସର୍କିଟ୍ ହାଉସକୁ ଚାଲିଯାଇଥିଲେ ସାଂସଦ ।
ତେବେ ଅଫିସର ଏବଂ ରାଜନେତାଙ୍କ ମଧ୍ୟରେ କଳି ଏତିକିରେ ସିମୀତ ନୁହେଁ । ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଛି । ଗତ ୧୨ ତାରିଖରେ ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକରେ ବ୍ଲକ ଗୁଡିକୁ ଆସୁଥିବା ଅନୁଦାନ କଟାଯାଉଥିବା ଅଭିଯୋଗ କରି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଉପରେ ବର୍ଷିଥିଲେ କଣ୍ଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ବଲାଙ୍ଗିର ଡିଆରଡିଏ କନଫରେନ୍ସ ହଲରେ ଚାଲିଥିବା ଜିଲ୍ଲା ପରିଷଦ ବୈଠକରେ ଦେଖିବାକୁ ମିଳିଥିଲା ଏଭଳି ଘଟଣା ।
ସେହିପରି ସରକାରୀ ଅନୁଦାନକୁ ନିଜ ମନମୁତାବକ କାମରେ ଲଗାଇବା ଅଭିଯୋଗ ନେଇ ବେଲପଡ଼ା ବିଡିଓ ଭିର ସୋରେନଙ୍କ ଉପରେ ବର୍ଷିଥିଲେ ପୂର୍ବତନ ବିଧାୟକ କନକବର୍ଦ୍ଧନ ସିଂହଦେଓ । ବେଲପଡ଼ା ବିଡିଓଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ପ୍ରକାଶ କରି ପ୍ରତିବାଦରେ ବ୍ଲକ ପରିସରରେ ଦୁଇ ଜିଲ୍ଲା ପରିଷଦ ସଭ୍ୟ ଧାରଣାରେ ବସିଥିଲେ । ବିଡିଓଙ୍କ ବଦଳି ଦାବିରେ ସେମାନେ ଧାରଣା ଦେଇଥିଲେ । ବିଜେପିର ବରିଷ୍ଠ ନେତା ତଥା ପାଟଣାଗଡ଼ର ପୂର୍ବତନ ବିଧାୟକ ଘଟଣାସ୍ଥଳକୁ ଯାଇଥିଲେ । ସେହି ସମୟରେ ଉପସ୍ଥିତ ଥିବା ବିଡିଓଙ୍କୁ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ କରିବା ସହ ତାଙ୍କ ଉପରେ ବର୍ଷିଥିବା ଦେଖିବାକୁ ମିଳିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)