Black Magic Suspect To Surya Narayan Patro Son
ପୂର୍ବତନ ମନ୍ତ୍ରୀ ତଥା ଦିବଙ୍ଗତ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ରଙ୍କୁ ତନ୍ତ୍ରମନ୍ତ୍ର କରାଯାଇଥିବା ଏବେ ଚର୍ଚ୍ଚା ଜୋର ଧରିଛି । ଫଟୋ ଚିରା ହୋଇଛି, ମାଛ ବଳି ଦିଆଯାଇଛି । କିଛି ଏଭଳି ଘଟଣାର ଭିଡିଓ ଏବେ ଭାଇରାଲ ହେଉଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଅଁଳାଗୁଡ଼ା ରାସ୍ତା କଡ଼ରେ ଥିବା ଏକ ବରଗଛ ମୂଳରେ ଏମିତି ଗୁଣି ଗାରେଡ଼ି କରାଯାଇଥିବା କୁହାଯାଉଛି ।
ବିଜେଡି ନେତା ବିପ୍ଲବ ପାତ୍ରଙ୍କ ସମେତ ତାଙ୍କ ସହଯୋଗୀ ସିମାଦ୍ରୀ ପାତ୍ର ଏବଂ ଜିଲ୍ଲା ପରିଷଦ ପ୍ରାର୍ଥୀ ନିରଞ୍ଜନ ରେଡ୍ଡୀଙ୍କ ଫଟୋ ବି ଚିରିକି ଫୋପାଡ଼ା ଯାଇଛି । ପାଖରେ ମାଛ ବଳି ଦିଆଯିବା ସହ ହଳଦୀ, ସିନ୍ଦୂର, ଲାଲ୍ କନା ବି ରହିଛି । ପାରିପାର୍ଶ୍ୱିକ ସ୍ଥିତି ଦେଖିଲେ ଲାଗୁଛି ତନ୍ତ୍ର ବିଦ୍ୟା ବେଳେ ଯେପରି ପରିବେଶ ଥାଏ ଏଠି ବି ସେଭଳି ଦେଖିବାକୁ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1697446768.jpg)