ଓଡ଼ିଶାରେ ସୁଭଦ୍ରା ଯୋଜନା, ଝାଡଖଣ୍ଡରେ ‘ଗୋଗୋ ଦିଦି’

ନିର୍ବାଚନ ପରେ ବିଜେପିର ମେଣ୍ଟ ସରକାର ‘ଗୋଗୋ ଦିଦି ଯୋଜନା’ ଆରମ୍ଭ କରିବାକୁ ଘୋଷଣା କରିଛି । ଏହା ଅଧୀନରେ ପ୍ରତ୍ୟେକ ମାସର ୧୧ ତାରିଖ ଦିନ ପ୍ରତ୍ୟେକ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୧୦୦ ଟଙ୍କା ଆର୍ଥିକ ସହାୟତା ହସ୍ତାନ୍ତର କରାଯିବ ।

Gogo Didi Yojana

ଆଗକୁ ଝାଡଖଣ୍ଡ ନିର୍ବାଚନ । ଆଉ ଏହି ନିର୍ବାଚନକୁ ଆଖିଆଗରେ ରଖି, ବିଜେପି ବିଜୟର ରଣନୀତି ପ୍ରସ୍ତୁତ କରୁଛି । ନିର୍ବାଚନ ପୂର୍ବରୁ ମହିଳା ଭୋଟରଙ୍କୁ ଆକର୍ଷିତ କରିବାକୁ ବିଜେପି ଗୋଗୋ ଦିଦି ଯୋଜନା ଆରମ୍ଭ କରିବାକୁ ଯାଉଛି । ଯେଉଁ ଯୋଜନାରେ ପ୍ରତି ମାସରେ ପ୍ରତି ମହିଳାଙ୍କୁ ୨୧୦୦ ଟଙ୍କା ମିଳିବ । ଠିକ୍ ଓଡ଼ିଶାରେ ସୁଭଦ୍ରା ଯୋଜନା ପରି ଏଠାରେ ମହିଳା ଭୋଟରଙ୍କୁ ଆକର୍ଷିତ କରିବାକୁ ବିଜେପି ଏଭଳି ଥୋପ ଦେଇଛି ବୋଲ ଚର୍ଚ୍ଚା ହେଉଛି ।

ଏହି ଯୋଜନା ବିଜେପି ଆରମ୍ଭ କରୁଛି ସତ । ହେଲେ ଏହା ପୂର୍ବରୁ ଝାଡଖଣ୍ଡର ହେମନ୍ତ ସୋରେନ ସରକାରଙ୍କ ‘ମୈୟା ସମ୍ମାନ ଯୋଜନା’ ବା ମା’କୁ ସମ୍ମାନ ଯୋଜନା କରିଥିଲା । ଯାହାର ପ୍ରଥମ କିସ୍ତି ଟଙ୍କା ରାଜ୍ୟବାସୀ ପାଇଥିଲେ ବି ୨ୟ କିସ୍ତି ଟଙ୍କା ଆଜିଯାଏଁ ମିଳିପାରି ନାହିଁ । ଆଉ ଏହି ନିର୍ବାଚନକୁ ଆଖିରେ ରଖି ଏହି ଯୋଜନାର ରାଶି ୧୦୦୦ ଟଙ୍କାକୁ ବଢ଼ାଇ ୨୫୦୦ କରିବେ ବୋଲି ପ୍ରତିଶ୍ରୁତି ଦେଇଛି ସୋରେନ୍ ସରକାର।

ଅଧିକ ପଢ଼ନ୍ତୁ: ଝାଡ଼ଖଣ୍ଡ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି, ଷଢ଼େଇକଳାରୁ ଲଢ଼ିବେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଏହି ଛକାପଞ୍ଝା ଭିତରେ ବିଜେପି ଗୋଗୋ ଦିଦି ଯୋଜନା କଥା ଉଠାଇ ଚର୍ଚ୍ଚାକୁ ଆସିଛି । ସମସ୍ତେ କହୁଛନ୍ତି, ଓଡ଼ିଶା ବିଜୟର ଶ୍ରେୟ ସୁଭଦ୍ରା ଯୋଜନାକୁ ଯାଉଥିବା ବେଳେ ସମାନ ଫର୍ମୁଲା ଏଠାରେ ଲାଗୁ ହେବାକୁ ଯାଉଛି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, କ’ଣ ଏହି ଗୋଗୋ ଦିଦି ଯୋଜନା।

ନିର୍ବାଚନ ପରେ ଭାଜପାର ମେଣ୍ଟ ସରକାର ‘ଗୋଗୋ ଦିଦି ଯୋଜନା’ ଆରମ୍ଭ କରିବାକୁ ଘୋଷଣା କରିଛି । ଏହା ଅଧୀନରେ ପ୍ରତ୍ୟେକ ମାସର ୧୧ ତାରିଖ ଦିନ ପ୍ରତ୍ୟେକ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୧୦୦ ଟଙ୍କା ଆର୍ଥିକ ସହାୟତା ହସ୍ତାନ୍ତର କରାଯିବ । ଏହି ଯୋଜନାରେ ରାଜ୍ୟର ମହିଳାମାନଙ୍କୁ ପ୍ରତି ମାସରେ ୨୧୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛି ଦଳ । ସେହିପରି ମାତ୍ର ୫୦୦ ଟଙ୍କାରେ LPG ଗ୍ୟାସ ସିଲିଣ୍ଡର ମଧ୍ୟ ମହିଳାମାନେ ଏହି ଯୋଜନାରେ ପାଇବେ।

ଖାଲି ସେତିକି ନୁହେଁ, ବିଜେପି ସରକାରକୁ ଆସିଲେ, ୫ ବର୍ଷ ମଧ୍ୟରେ ଝାଡଖଣ୍ଡର ଯୁବକମାନଙ୍କ ପାଇଁ ୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ୫ ଲକ୍ଷ ସ୍ବୟଂ ନିଯୁକ୍ତ ଏବଂ ୨.୮୭ ଲକ୍ଷ ଖାଲି ସରକାରୀ ପଦବୀ ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଛି। ୨ ବର୍ଷ ପାଇଁ ପ୍ରତ୍ୟେକ ସ୍ନାତକ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ୨୦୦୦ ଟଙ୍କା ଭତ୍ତା ମିଳିବ । ଏପପରି ଗୃହ ନିର୍ମାଣ ପାଇଁ ମାଗଣା ବାଲି ବି ଯୋଗାଇବେ ସରକାର । ତେବେ ଆଗକୁ ଦେଖିବାକୁ ରହିଲା, ଜନମତ କାହା ସପକ୍ଷରେ ଯାଉଛି। ଆଉ କେଉଁ ଯୋଜନାରେ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଆସୁଛି।