Advertisment

ଶାସକ ଦଳରେ ରହି ସରକାରଙ୍କ ଅପାରଗତା ବଖାଣିଲେ ବିଜେଡି ନେତା !

ଶାସକ ଦଳରେ ରହି ସରକାରଙ୍କ ଅପାରଗତା ବଖାଣିବା ପରେ ଅଡ଼ୁଆରେ ବିଜେଡି ନେତା ପ୍ରଦୀପ ମାଝୀ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BJP Targets BJD Leader Pradeep Majhi

BJP Targets BJD Leader Pradeep Majhi

ଶାସକ ଦଳରେ ରହି ସରକାରଙ୍କ ଅପାରଗତା ବଖାଣିବା ପରେ ଅଡ଼ୁଆରେ ବିଜେଡି ନେତା ପ୍ରଦୀପ ମାଝୀ। ରାଜ୍ୟ ସ୍ୱତନ୍ତ୍ର ବିକାଶ ପରିଷଦ ଉପଦେଷ୍ଟା ତଥା ବିଜେଡି ନେତା ପ୍ରଦୀପ ମାଝୀଙ୍କୁ ବିଜେପି ଟାର୍ଗେଟ୍ କରିଛି। ବିଜେପି ରାଜ୍ୟ ଉପସଭାପତି ତଥା ନବରଙ୍ଗପୁରର ପୂର୍ବତନ ସାଂସଦ ବଳଭଦ୍ର ମାଝୀ ସାମ୍ବାଦିକ ସମ୍ମିଳନୀ କରି ସମାଲୋଚନା କରିଛନ୍ତି।

Advertisment

୩୦ ବର୍ଷ ଭିତରେ ଶାସନ କ୍ଷମତା ଝରିଗାଁର ୨ ରାଜନୈତିକ ପରିବାର ହାତରେ ଥିଲା। ପୂର୍ବତନ ମନ୍ତ୍ରୀ ସ୍ୱର୍ଗତଃ ଯାଦବ ମାଝୀଙ୍କ ପୁଅ ରମେଶ ଚନ୍ଦ୍ର ମାଝୀ ସାଂସଦ ଓ ସାନ ପୁଅ ପ୍ରକାଶ ଚନ୍ଦ୍ର ମାଝୀ ବିଧାୟକ ଅଛନ୍ତି । ସେହିପରି ପୂର୍ବତନ ସାଂସଦ ଭଗବାନ ମାଝୀଙ୍କ ପୁଅ ପ୍ରଦୀପ ମାଝୀ ଓ ସାନପୁଅ ପ୍ରସନ୍ନ ମାଝୀ ଝରିଗାଁ ବ୍ଲକ୍ ଅଧ୍ୟକ୍ଷ ଥିଲେ। ତେଣୁ ଏବେ ପ୍ରଦୀପ ମାଝୀ ସମ୍ପୃକ୍ତ ଅଞ୍ଚଳରେ ୩୦ ବର୍ଷ ହେଲା ବିକାଶ ହୋଇନାହିଁ କହି ଅନ୍ୟକୁ ଆକ୍ଷେପ କରୁଥିଲେ ନା ନିଜ ଦୋଷ ଦୁର୍ବଳତାକୁ ସ୍ୱୀକାର କରୁଥିଲେ ବୋଲି ବିଜେପି ନେତା ବଳଭଦ୍ର ମାଝୀ ପ୍ରଶ୍ନ କରିଛନ୍ତି।

Advertisment

ତେଣୁ ଆଗାମୀ ଦିନରେ ଝରିଗାଁ ସମେତ ସମଗ୍ର ଜିଲ୍ଲା ତଥା ଲୋକସଭା କ୍ଷେତ୍ରରେ ଏହି ଦୁଇ ପରିବାର ସଦସ୍ୟଙ୍କୁ ଭୋଟ୍‌ ନଦେବାକୁ ବଳଭଦ୍ର ଅପିଲ୍ କରିଛନ୍ତି। ଏଥିସହ ପ୍ରଦୀପ ମାଝୀ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେବା ପରେ ସେଠାରେ ଦଳ ଭିତରେ ଗୋଷ୍ଠୀ କନ୍ଦଳ କୁହୁଳୁଛି ବୋଲି ବଳଭଦ୍ର ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, ନବରଙ୍ଗପୁର ବ୍ଲକ୍ ଝରିଗାଁ ବ୍ଲକ୍ ରତାଖଣ୍ଡିଗୁଡ଼ାରେ ଅନୁଷ୍ଠିତ କୃଷକ ସମାବେଶରେ ପ୍ରଦୀପ ମାଝୀ କହିଥିଲେ ଯେ, ସମ୍ପୃକ୍ତ ଅଞ୍ଚଳ ୨୦-୩୦ ବର୍ଷ ପୂର୍ବେ ଯେମିତି ଥିଲା ଏବେ ବି ସେମିତି ଅଛି। ତେବେ ଏହି ଭିଡିଓ ଭାଇରାଲ୍‌ ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟାରେ ସେ ସଫେଇ ଦେଇଥିଲେ ଯେ, ଏହି କଥା ସେ କେବଳ ଚାଷୀଙ୍କ ଉନ୍ନତି ପ୍ରସଙ୍ଗରେ କହିଥିଲେ। ତେବେ ବଳଭଦ୍ର ମାଝୀଙ୍କ ଆରୋପ ଉପରେ ଖବର ଲେଖାଯିବା ସୁଦ୍ଧା ପ୍ରଦୀପ ମାଝୀଙ୍କର କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
Advertisment