/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750765094.jpg)
Setback For BJD
ବିଜେଡି ହାତରୁ ଖସିଲା ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷ ପଦ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକର ନବ ନିର୍ବାଚିତ ଅଧ୍ୟକ୍ଷା ହେଲେ ମୀରାରାଣୀ ମହାନ୍ତି । ବିଜେପି ସମର୍ଥିତ ପ୍ରାର୍ଥୀ ମୀରାରାଣୀ ମହାନ୍ତି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି l ଗଡରୋମିତ ସମିତି ସଭ୍ୟା ମୀରାରାଣୀଙ୍କୁ ୨୫ ଜଣ ସମିତି ସଭ୍ୟା ସମର୍ଥନ ଜଣାଇଛନ୍ତି । ମୀରାରାଣୀଙ୍କ ବିପକ୍ଷରେ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ ନକରିବାରୁ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।
ମେ ୨୮ ତାରିଖରେ ବିଜେଡି ସମର୍ଥିତ ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା କଳ୍ପନା ରାଉତଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା l ଏଥିରେ କଳ୍ପନାଙ୍କ ବିରୋଧରେ ୨୭ ଜଣ ସରପଞ୍ଚ ଓ ୨୨ ଜଣ ସମିତିସଭ୍ୟ ଭୋଟ ଦେଇ ତାଙ୍କୁ ପରାଜିତ କରିଥିଲେ । ଫଳରେ କଳ୍ପନାଙ୍କୁ ପଦ ହରାଇବା ପାଇଁ ପଡିଥିଲା l ବ୍ଲକ ଅଧ୍ୟକ୍ଷ ପଦ ଖାଲି ପଡିଥିବାବେଳେ ଆଜି ବିଜେପି ସମର୍ଥିତ ପ୍ରାର୍ଥୀ ମୀରାରାଣୀ ମହାନ୍ତି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।
ଅଧିକ ପଢନ୍ତୁ: ବିଜେପି-ବିଜେଡି କର୍ମୀଙ୍କ ମଧ୍ୟରେ ଢେଲାମାଡ଼: SDPOଙ୍କ ସମେତ ୬ ଗୁରୁତର,ପୋଲିସର ଲାଠିଚାର୍ଜ
କଳ୍ପନା ମହାକାଳପଡ଼ାର ପୂର୍ବତନ ବିଧାୟକ ତଥା ବିଜେଡିର ହେଭିୱେଟ ଅତୁନଙ୍କ ଏକାନ୍ତ ଅନୁଗତ ଭାବେ ଜଣାଯାଆନ୍ତି । ଅନାସ୍ଥାରେ ତାଙ୍କର ପରାଜୟ ଅତୁନଙ୍କ ପାଇଁ ଥିଲା ବଡ଼ ଝଟ୍କା । ସେପଟେ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି । ମାତ୍ର ସାଧାରଣ ନିର୍ବାଚନରେ ୨୪ ବର୍ଷର ଶାସନର ପତନ ପରଠୁ ଧୀରେ ଧୀରେ ବିଜେଡି ଦୁର୍ବଳ ହେଉଥିବା ବେଳେ ତୃଣମୂଳ ସ୍ତରରେ ବଳ ଗୋଟାଇବାରେ ଲାଗିଛି ବିଜେପି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)