ବିଏମସି ଅଫିସ ଆଗରେ ଅଳିଆ ଢାଲିଲା ବିଜେପି । ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବିଏମସି କାର୍ଯ୍ୟାଳୟ ଯାଏଁ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି । ଦୁର୍ନୀତି, ଭ୍ରଷ୍ଟାଚାର, ପିସି ପ୍ରତିବାଦରେ ଅଳିଆ ଢାଳି ବିଜେପି ପ୍ରତିବାଦ କରୁଥିବା ଜଣାପଡ଼ିଛି ।
ଅଭିଯୋଗ ଅନୁସାରେ ଓଡ଼ିଶାରେ ଚାଲିଛି ୫୦ ପ୍ରତିଶତ ପିସି କାରବାର। ଏଠାରେ କେନ୍ଦ୍ରୀୟ ଯୋଜନାର ଲୁଟ୍ ହେଉଛି । ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେଇ ଲାଞ୍ଚ ନେଇ ଅଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇଛି । ଏସବୁ ପ୍ରଶ୍ନ କରି ବିକ୍ଷୋଭ କରୁଛି ବିଜେପି ।